ଭାରତକୁ ଖୋଲା ଖୋଲି ଧମକ ଦେଲା ଚୀନ, କହିଲା ଯିଏ ଆକ୍ରମଣ କରିବ ତାର ବିନାଶ କରିଦବୁ

Share It

ଗୋଟିଏ ପଟେ ଲଦାଖରେ ଭାରତ ଚୀନ ମଧ୍ୟରେ ଆଲୋଚନା ଜାରି ରହିଛି । ଅପରପକ୍ଷରେ ଚୀନ ସେନା ଚଖଇ ଏବଂ ଚୀନ ମିଡ଼ିଆ ଲଗାତାର ଭାରତ ସରକାର ଓ ଭାରତୀୟ ସେନା ପ୍ରତି ଆକ୍ରମକ ଭାବ ରଖିଛନ୍ତି । ଶାନ୍ତି ପ୍ରତିଷ୍ଠା କରିବାକୁ ଦେଖେଇ ହଉଚି ଚୀନ । ଏପଟେ କିନ୍ତୁ ଚୀନ ସେନା କହିଛି ସେ ଗୋଟିଏ ଇଞ୍ଚ ଜମି ଦେବାକୁ ରାଜି ନୁହେଁ । ଏହାଛଡା ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଜରିଆରେ ଚୀନ ଧମକ ଦେଇଛି ଯେ ଯଦି ସୀମାରେ କୌଣସି ପ୍ରକାର ହମଲା କରିବାକୁ ଉଦ୍ୟମ କରାଯାଏ ତାହେଲେ ଶତ୍ରୁର ବିନାଶ କରିଦିଆଯିବ ।

ଭାରତ-ଚୀନ ସେନା ଗଲୱାନ ଘାଟିରେ ହିଂସା ଘଟଣା ପରେ ଗ୍ଲୋବାଲ ଟାଇମ୍ସ ଲଗାତାର ତିବ୍ବତ ସୀମାରେ ଚୀନ ସେନାର ଯୁଦ୍ଧାଭ୍ୟାସ ଭିଡିଓ ସେୟାର କରୁଛି | ମଙ୍ଗଳବାର ଦିନ ମଧ୍ୟ ଗ୍ଲୋବାଲ ଟାଇମ୍ସର ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରାଯାଇଛି ଯାହା ଭାରତ ବିହାର ରେଜିମେଣ୍ଟର ଯବାନଙ୍କ ସହ ଗଲୱାନ ଘାଟିରେ ଚୀନ ସେନାର ହିଂସା ଭିଡିଓ । ଏହି ଭିଡିଓରେ ସୈନିକ ସ୍ପଷ୍ଟ ଭାବେ କହୁଛନ୍ତି ଯେ ସେ ଗୋଟିଏ ଇଂଚ ଜମି ମଧ୍ୟ କାହାକୁ ନେଇଯିବାକୁ ଦେବେନାହିଁ । ଭିଡିଓରେ ଜଣେ ସୈନିକ କହୁଛି ଯେ ଚୀନ ଜମି ତାଙ୍କ ଜୀବନ ଠାରୁ ମଧ୍ୟ ଅଧିକ ମହତ୍ଵପୁର୍ଣ । ସେଥିପାଇଁ ସେ ଜୀବନ ଦେଇଦେବେ ପଛେ କିନ୍ତୁ କାହାକୁ ଇଂଚେ ଜମି ନେବାକୁ ଦେବେନି । ଏହାଛଡା ଏହି ଭିଡିଓରେ ଚୀନ ଡିଫେନ୍ସ ସୈନିକଙ୍କ ସୌର୍ଯ୍ୟକୁ ବଖାଣିଛି ।ଗ୍ଲୋବାଲ ଟାଇମ୍ସ ଏକ ଏଡିଟୋରିଅଲ ଜରିଆରେ ଭାରତୀୟ ସେନାକୁ ଚେତାବନୀ ଦେବାକୁ ମଧ୍ୟ ଚେଷ୍ଟା କରିଛି । ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଚୀନ କେବେ ମଧ୍ୟ ଭାରତ ସହ ସମ୍ପର୍କ ଖରାପ କରିବାକୁ ଚାହୁଁନି କିନ୍ତୁ ଭାରତୀୟ ସେନାକୁ ମଧ୍ୟ ସଂଯମର ସହିତ ବୁଝି ବିଚାରି କାମ କରିବାକୁ ହେବ ।

ଏଥିରେ ଧମକ ଦେଇ କୁହାଯାଇଛି ଯେ ଯିଏ ଚୀନ ସେନା ପ୍ରତି ପ୍ରଥମେ ଅସ୍ତ୍ର ଉଠାଇବ ତାଙ୍କୁ ପୃଥିବୀରୁ ମିଟାଇ ଦିଆଯିବ । ଏଥିରେ ଚୀନ ସରକାରଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି ଯେ ଗଲୱାନ ଘାଟିରେ ଚୀନ ସେନାଙ୍କୁ ଆହୁରି ଅଧିକାର ଦିଆଯାଉ, ଅସ୍ତ୍ର ଦିଆଯାଉ ଯେପରି ସେମାନେ ଯେକୌଣସି ପରିସ୍ଥିତି ପାଇଁ ସମ୍ପୂର୍ଣ ପ୍ରସ୍ତୁତ ରହିବେ । ଏଥିରେ ଆହୁରି କୁହାଯାଇଛି ଯେ ଚୀନ ସବୁ ପରିସ୍ଥିତି ପାଇଁ ସମ୍ପୂର୍ଣ ପ୍ରସ୍ତୁତ । ହିଂସା ଭାରତୀୟ ସେନା ଆରମ୍ଭ କରିଛି ଏବଂ ତାଙ୍କୁ ତାର ପରିଣତି ମଧ୍ୟ ମିଳିଯାଇଥିବ । ଚୀନ ଲଗାତାର ଆରୋପ ଲଗାଉଛି ଯେ ଆମେରିକା ଚାପରେ ଭାରତ ଲଗାତାର ସୀମାରେ ଆକ୍ରମଣ କରୁଛି ।

ଗ୍ଲୋବାଲ ଟାଇମ୍ସର ଆଉ ଏକ ଲେଖାରେ କୁହାଯାଇଛି ଯେ ଭାରତୀୟ ସେନାକୁ ସୀମାରେ ଛୁଟ ଦିଆଯାଇଛି ଯାହାକୁ ଚୀନ ବିପଦ ବୋଲି କହିଛି । ଭାରତୀୟ ସେନା କୌଣସି ପରିସ୍ଥିତିରେ ଚୀନ ସେନାର ମୁକାବିଲା କରିବା ପାଇଁ ଯୋଗ୍ୟ ନୁହେଁ । ଯଦି ସୀମାରେ ଅଶାନ୍ତି ବଢେ ତାହେଲେ ଏଥିରେ ଭାରତର ହିଁ ଅଧିକ କ୍ଷତି ହେବ । ଭାରତ ଯଦି ସୀମାରେ ଅସ୍ତ୍ର ଉଠାଇବ ପାଇଁ ଅନୁମତି ଦିଏ ତାହେଲେ ତାଙ୍କୁ ମଧ୍ୟ ଚୀନର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ପଡିବ । ଏଥିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସ୍ୱୀକାର କରିଛନ୍ତି ଯେ ଚୀନ ସେନା ସୀମା ପାର କରିନଥିଲେ । ଏଭଳି ପରିସ୍ଥିତିରେ ଭାରତୀୟ ସେନାର ଆକ୍ରମଣାତ୍ମକ ଭାବ ସମସ୍ୟା ଜଟିଳ କରିବ | ଚୀନ ଆଶା ପ୍ରକାଶ କରିଛି ଯେ ଗତ ୩୦ ରୁ ଅଧିକ ବର୍ଷ ହେଲା ଏହି ଅନ୍ତରାଷ୍ଟ୍ରୀୟ ସୀମା ଶାନ୍ତ ରହିଛି । ଏଥିପାଇଁ ଉଭୟ ଦେଶକୁ କ୍ରେଡିଟ ଦିଆଯାଉଛି । ଯଦି ଭାରତ ଆକ୍ରମଣାତ୍ମକ ଭାବ ରଖେ ତାହେଲେ ଏହାର ପରିଣାମ ବହୁତ ଖରାପ ହେବ ଏବଂ ଏଥିପାଇଁ ଭାରତକୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି କୁହାଯାଇଛି ।


Share It

Comments are closed.