ବଲିଉଡରେ ଚାଲିଥିବା ନେପୋଟିଜମକୁ ନେଇ ମୁହଁ ଖୋଲିଲେ ଅଭିଷେକ

Share It

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରଠୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ନେପୋଟିଜମକୁ ନେଇ ଏକ ବିବାଦ ଉତ୍ପନ୍ନ ହୋଇଛି। ଏହି ଅଭିଯୋଗ ହୋଇଛି ଯେ ନେପୋଟିଜମକୁ ନେଇ ସୁଶାନ୍ତ ସିଂହ ରାଜପୁତଙ୍କୁ ସାଇଡ କରି ଦିଆଯାଇଛି। ଯେଉଁଥିପାଇଁ ତାଙ୍କୁ କାମ ମିଳିପାରୁନଥିଲା ଏବଂ ଏହି ସମସ୍ତ କାରଣ ଯୋଗୁଁ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏବେ କେତେକ ଷ୍ଟାରକିଡସ୍ ତାଙ୍କ ଅନୁଭବ ସେୟାର କରିଛନ୍ତି। ଏଥିରେ ମହାନାୟକ ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ନାଁ ମଧ୍ୟ ରହିଛି। ନିକଟରେ ଅଭିଷେକ ବଚ୍ଚନ କହିଛନ୍ତି ଯେ ଅମିତାଭ ବଚ୍ଚନଙ୍କ ପୁଅ ହେବା ସତ୍ତ୍ୱେ ତାଙ୍କ କ୍ୟାରିୟରରେ ସେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ଦୀର୍ଘ ଦିନ ପରେ ଅଭିଷେକ  ନେପୋଟିଜମକୁ ନେଇ ନିଜ ମୁହଁ ଖୋଲିଛନ୍ତି। ଅଭିଷେକ କହିଛନ୍ତି ଯେ,‘ ୧୯୯୮ମସିହାରେ ସେ ଏବଂ ରାକେଶ ଓମ୍ ପ୍ରକାଶ ମେହେରା ନିଜ କ୍ୟାରିୟର ଏକାଠି ଆରମ୍ଭ କରିଥାନ୍ତେ। ସେ ତାଙ୍କ ନିର୍ଦେଶନାରେ କାମ କରିଥାନ୍ତେ କିନ୍ତୁ ତାଙ୍କୁ ଲଞ୍ଚ କରିବାକୁ କେହି ନଥିଲେ। ଏଥିପାଇଁ ସେ ବହୁତ ଉଦ୍ୟମ କରିଥିଲେ। ସେ ଅନେକ ନିର୍ମାତା ଏବଂ ନିର୍ଦେଶକଙ୍କ ଚକ୍କର କାଟିଛନ୍ତି। ସେ ଅନେକ ଲୋକଙ୍କୁ କହିଥିଲେ ଯେ ତାଙ୍କୁ ଆକ୍ଟିଂର ଗୋଟିଏ ସୁଯୋଗ ଦିଅନ୍ତୁ। ଏହା ପରେ ସେ ଏବଂ ରାକେଶ ନିଜେ କିଛି କରିବାକୁ ଉଦ୍ୟମ କରିଥିଲେ ଏବଂ ଫିଲ୍ମ ‘ସମଝୌତା ଏକ୍ସପ୍ରେସ୍’ ଉପରେ କାମ ଆରମ୍ଭ କରିଥିଲେ। କିନ୍ତୁ ସେହି ଫିଲ୍ମ ନିର୍ମାଣ ହୋଇପାରିନଥିଲା।’

ଅଭିଷେକ ବଚ୍ଚନ ଆଗକୁ କହିଥିଲେ ଯେ ଅନେକ ପରିଶ୍ରମ କରିବା ପରେ ତାଙ୍କୁ କାମ ମିଳିଥିଲା। ଭାଗ୍ୟବଶତଃ ଜେପି ଦତ୍ତାଙ୍କୁ ତାଙ୍କ ଲୁକ୍ ପସନ୍ଦ ଆସିଥିଲା ଏବଂ ସେ ତାଙ୍କ ସହ ଆଖ୍ରି ମୁଗଲ୍ କରିବାକୁ ଚାହୁଁଥିଲେ। କିନ୍ତୁ ଏହି ଫିଲ୍ମ ମଧ୍ୟ ନିର୍ମିତ ହୋଇପାରିନଥିଲା। ପରେ ସେ ତାଙ୍କୁ ରିଫ୍ୟୁଜିରେ କାମ ଦେଇଥିଲେ।


Share It

Comments are closed.