ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି, ଗଜପତିଙ୍କ ସହ କଥା ହେଲେ ଅମିତ ଶାହା
ରଥଯାତ୍ରା ପୁନର୍ବିଚାର ପ୍ରସଙ୍ଗକୁ ନେଇ ଚାଲିଥିବା ମାମଲାର ଶୁଣାଣି ଶେଷ ହୋଇ ନ ଥିବା ବେଳେ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଯାଇଛି। ପୁରୀ ପୌରପାଳିକା ପକ୍ଷରୁ ମଧ୍ୟ ଉଠା ଦୋକାନୀକୁ ବଡଦାଣ୍ଡରୁ ଉଠିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ପରେ ପୁରୀ ଉଠା ଦୋକାନୀ ପକ୍ଷରୁ ସ୍ୱାଗତ କରାଯଆଇଛି । ସେମାନେ ଖୁବ ଶୀଘ୍ର ୩ରୁ ୪ ଘଣ୍ଟା ମଧ୍ୟରେ ଦୋକାନ ଉଠାଇ ନେବେ ବୋଲି କହିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜି ପୁରୀ ଗସ୍ତ କରିଛନ୍ତି। ୩ ରଥକୁ ମଧ୍ୟ ଯାଞ୍ଚ କରାଯାଇଛି। ରଥଟାଣିବା ପାଇଁ ରଥଖଳାରେ ୭ଜଣ ଡାହୁକ ଆସି ପହଞ୍ଚି ଯାଇଛନ୍ତି। ସିଂହଦ୍ୱାର ସମ୍ମୁଖକୁ ତିନି ରଥକୁ ଆଣିବା ପାଇଁ ଏହି ଡାହୁକମାନଙ୍କୁ ଡକାଯାଇଛି। ଏଥିସହ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସର ମଧ୍ୟରେ ରୁଦ୍ଧ ଦ୍ୱାର ବୈଠକ ଚାଲିଛି। ମୁଖ୍ୟ ପ୍ରଶାସକ ଓ ଜିଲାପାଳଙ୍କ ମଧ୍ୟରେ ଚାଲିଥିବା ରୁଦ୍ଧଦ୍ୱାର ବୈଠକରେ ପରିଚାଳନା କିମିଟିର ସଦସ୍ୟମାନେ ମଧ୍ୟ ସାମିଲ ରହିଛନ୍ତି।
Comments are closed.