ଭାରତରେ ନୂତନ ନୋକିଆ ୫୩୧୦ର ଶୁଭାରମ୍ଭ

Share It

ଭୁବନେଶ୍ୱର: ନୋକିଆ ଫୋନ୍‌ର ଘର କୁହାଯାଉଥିବା ଏଚ୍‌ଏମ୍‌ଡି ଗ୍ଲୋବାଲ ପକ୍ଷରୁ ଆଜି ଭାରତରେ ନୂଆ ନୋକିଆ ୫୩୧୦ର ଶୁଭାରମ୍ଭ କରାଯାଇଛି । ମୂଳ ନୋକିଆ ୫୩୧୦ ଏକ୍ସପ୍ରେସ୍ ମ୍ୟୁଜିକ୍‌କୁ ପୁନଃଚିତ୍ରଣ କରି ନୂଆ ନୋକିଆ ୫୩୧୦ରେ ଏକ ଏମ୍‌ପି୩ ପ୍ଲେୟର, ଏଫ୍‌ଏମ୍ ରେଡିଓ (ଯାହାକୁ ଉଭୟ ୱାୟାର୍‌ଡ ଓ ୱାୟାରଲେସ୍‌ରେ ପ୍ଲେ କରାଯାଇପାରିବ), ଶକ୍ତିଶାଳୀ ଡୁଆଲ ଫ୍ରଂଟ୍‌-ଫେସିଙ୍ଗ ସ୍ପିକର୍‌କୁ ସାମିଲ କରାଯାଇଛି, ଯାହାକି ଆପଣଙ୍କୁ ଯାତ୍ରା ସମୟରେ ନିଜ ପସନ୍ଦର ସଙ୍ଗୀତ ଶୁଣିବାକୁ ଦେଇଥାଏ । ନୋକିଆ ୫୩୧୦ ଡୁଆଲ ସିମ୍ ଭାରିଆଂଟ୍ ମାତ୍ର ୩,୩୯୯ ଟଙ୍କାରେ ଧଳା/ଲାଲ ଓ କଳା/ଲାଲ ରଙ୍ଗରେ ଉପଲବ୍ଧ । ନୋକିଆ ୫୩୧୦ କ୍ଲାସିକ୍ ଡିଜାଇନ୍‌କୁ ଏକ ସ୍ଲିକ୍ ନୂଆ ଫିଲ୍ ସହ ରିମିକ୍ସ କରିଥାଏ ଏବଂ ଏହାର ବ୍ୟାଟେରୀକୁ ଦୀର୍ଘ ସମୟ ସକ୍ରିୟ ରହିବା ପାଇଁ ନିର୍ମାଣ କରାଯାଇଛି ଯାହା ଆପଣଙ୍କୁ ଦିନ ପରେ ଦିନ କନେକ୍ଟେଡ୍ ରଖିଥାଏ ।
ନୋକିଆ ୫୩୧୦କୁ ବିଶ୍ୱସ୍ତରରେ ଗତ ମାର୍ଚ୍ଚ ୨୦୨୦ରେ ଘୋଷଣା କରାଯାଇଥିଲା ଏବଂ ବର୍ତମାନ ଏହା ଭାରତରେ ଲଂଚ୍ ହୋଇଛି । ୧୬ ଜୁନ୍‌ରୁ ଆରମ୍ଭ ହେଉଥିବା ନୋକିଆ ୫୩୧୦ ନୋକିଆ ଡଟ୍ କମ୍‌/ଫୋନ୍ସରେ କି୍‌ବା ଆମାଜନ୍ ଡଟ୍ ଇନ୍‌ରେ ନୋଟିଫାଏ-ମିରେ ପ୍ରି-ବୁକ୍ ପାଇଁ ଉପଲବ୍ଧ ରହିବ । ଏହି ଦୁଇଟି ଇ-ଷ୍ଟୋର୍‌ରେ ଏହି ଫୋନ୍ ଆସନ୍ତା ଜୁନ୍ ୨୩ ତାରିଖରୁ ବିକ୍ରି ପାଇଁ ଉପଲବ୍ଧ ହେବ । ନୋକିଆ ୫୩୧୦ ପ୍ରଥମ ୪ ସପ୍ତାହ ପାଇଁ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ଏବଂ ପରବର୍ତୀ ସମୟରେ ଦେଶବ୍ୟାପୀ ପ୍ରମୁଖ ରିଟେଲ ଆଉଟ୍‌ଲେଟ୍‌ଗୁଡିକରେ ଉପଲବ୍ଧ ହେବ ।
ଏଚ୍‌ଏମ୍‌ଡି ଗ୍ଲୋବାଲର ଚିଫ୍ ପ୍ରଡକ୍ଟ ଅଫିସର ଜୁହୋ ସରବିକାଶ କହିଛନ୍ତି, “ଆମର ନୂତନ ଓରିଜିନାଲ୍ ଫ୍ୟାମିଲ ମେମ୍ବର ବା ମୂଳ ପରିବାର ସଦସ୍ୟ ନୋକିଆ ୫୩୧୦ ସହିତ ଟ୍ରେଣ୍ଡକୁ ବଜାୟ ରଖିବାକୁ ସକ୍ଷମ ହୋଇଥିବାରୁ ଆମେ ଖୁବ୍ ଉତ୍ସାହିତ ଅଛୁ । ଫିଚର ଫୋନ୍‌ଗୁଡିକ ମୋବାଇଲ ବଜାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେଳେ ବିଶ୍ୱବ୍ୟାପୀ ପ୍ରାୟ ୪୦୦ ମିଲିୟନ ଉପଭୋକ୍ତା ଏବେ ବି ନିଜର ମୌଳିକ ଆବଶ୍ୟକତା ପାଇଁ ଏକ ୨ଜି ଫୋନ୍ କିଣୁଛନ୍ତି । ସେମାନେ ଏଭଳି ଏକ ବିକଳ୍ପ ଚାହୁଁଛନ୍ତି ଯାହାକି ସେମାନଙ୍କୁ ସହଜ ବ୍ୟବହାର ସହିତ ମିଶ୍ରିତ ଥିବା ବିଶ୍ୱାସନୀୟତା ଓ ସ୍ଥାୟିତ୍ୱ ପ୍ରଦାନ କରୁଥିବ । ନୋକିଆ ୫୩୧୦ ଏକ ଅତିରିକ୍ତ ଡିଜାଇନ୍ ସହିତ ଏହି ସମସ୍ତ ସୁବିଧା ପ୍ରଦାନ କରୁଛି ।
ଏଚ୍‌ଏମ୍‌ଡି ଗ୍ଲୋବାଲର ଉପାଧ୍ୟକ୍ଷ ସନ୍‌ମିତ ସିଂହ କହିଛନ୍ତି, ନୋକିଆ ୫୩୧୦ ଏକ୍ସପ୍ରେସ୍ ମ୍ୟୁଜିକ୍ ସହିତ, ଆମେ ଏହି ସଙ୍କଟ ଓ ଅସାଧାରଣ ସମୟରେ ଭାରତକୁ ଏକ ସ୍ୱତନ୍ତ୍ର ପ୍ରସ୍ତାବ ଆଣିଛୁ ଏବଂ ମୁଁ ନିଶ୍ଚିତ ଯେ ଏହା କେବଳ ଫିଚର ଫୋନ୍ ଉପଭୋକ୍ତାଙ୍କୁ ନୁହେଁ ବରଂ ସ୍ମାର୍ଟଫୋନ୍ ଉପଭୋକ୍ତାଙ୍କୁ ମଧ୍ୟ ଆନନ୍ଦିତ କରିବ ଯିଏକି ଏହି ଫୋନ୍‌କୁ ନିଜର କମ୍ପାନିଅନ୍ ଡିଭାଇସ୍ କରିବା ପାଇଁ ଚାହିଁବେ ।” ଆମାଜନ୍ ଇଣ୍ଡିଆର ମୋବାଇଲ ଫୋନ୍ସ- କ୍ୟାଟାଗୋରୀ ଲିଡର୍ ନିଶାନ୍ତ ସର୍‌ଦାନା କହିଛନ୍ତି, ଏଚ୍‌ଏମ୍‌ଡି ଗ୍ଲୋବାଲ ପାଇଁ ପସନ୍ଦର ସହଯୋଗୀ ଭାବେ ବଜାୟ ରହିଥିବାରୁ ଆମେ କୃତଜ୍ଞ ଏବଂ ଆମେ ଆମାଜନ୍ ଡଟ୍ ଇନ୍‌ରେ ନୂଆ ନୋକିଆ ୫୩୧୦କୁ ଗ୍ରାହକଙ୍କ ପାଇଁ ଆଣିବା ଲାଗି ଉତ୍ସାହିତ ରହିଛୁ ।


Share It

Comments are closed.