ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି? କ’ଣ ରହିଛି ଏହା ପଛର ଗୁଡ ରହସ୍ୟ


ସୁଶାନ୍ତ ସିଂହ ରାଜପୁତ ବାନ୍ଦ୍ରାସ୍ଥିତ ନିଜ ଆପାର୍ଟମେଣ୍ଟରେ ନିଜକୁ ଫାଶୀ ଲାଗଇ ଆତ୍ମହତ୍ୟା କରିଛନ୍ତି । ସେ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ଏହାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ବଢିବାରେ ଲାଗିଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ସାମନାକୁ ଆସି ନାହିଁ କିନ୍ତୁ ମୁମ୍ବାଇ ପୋଲିସ ଅନୁଯାୟୀ ତାଙ୍କ ଫ୍ଲାଟରୁ କିଛି ଔଷଧ ମିଳିଥିଲା ଯେଉଁଥିରୁ ସନ୍ଦେହ କରାଯାଉଛି ଯେ, ସେ ଅନେକ ଦିନ ହେବ ମାନସିକ ଦୁଃଶ୍ଚିନ୍ତାରେ ଥିବା ହେତୁ ଚିକିତ୍ସାଧୀନରେ ରହିଥିଲେ ।
ତେବେ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମନାକୁ ଆସିଛି । ରିପୋର୍ଟ ଅନୁଯାୟ ସୁଶାନ୍ତଙ୍କ ଶ୍ୱାସରୁଦ୍ଧ ହୋଇଯିବା ହେତୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଜଣାପଡିଛି । ପୋଷ୍ଟମର୍ଟମ ରିପୋର୍ଟ ପରେ ତାଙ୍କୁ ବର୍ତ୍ତମାନ ଅର୍ଗେନ୍ସି ତଦନ୍ତ ପାଇଁ ପଠାଇ ଦିଆଯାଇଛି ।
ସୁଶାନ୍ତଙ୍କ ପରିବାର ବର୍ତ୍ତମାନ ମୁମ୍ବାଇରେ ପହଞ୍ଚିଯାଇଛନ୍ତି । ତାଙ୍କ ବାପାଙ୍କ ସହ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଏଠାକୁ ଆସିଛନ୍ତି । ଏହାକୁ ନେଇ ଫିଲ୍ମ ନିର୍ମାତା ନିଖିଲ ଦ୍ୱିବେଦୀ ବଲିଉଡ ହସ୍ତିଙ୍କ ଉପରେ ନିଜର କ୍ରୋଧ ଜାହିର କରିଛନ୍ତି । ନିଖିଲ କ୍ରୋଧ ଜାହିର କରି କହିଛନ୍ତି ଯେ, “ବେଳେବେଳେ ମୋତେ ଆମର ଫିଲ୍ମ ଜଗତର ଦେଖାଣିଆପଣ ଉପରେ ରାଗ ମଧ୍ୟ ଲାଗେ । କାରଣ ସମସ୍ତେ ବର୍ତ୍ତମାନ କହୁଛନ୍ତି ଆମକୁ ସୁଶାନ୍ତଙ୍କ ସହ ସଂପର୍କରେ ରହିବାକୁ ଥିଲା, କିନ୍ତୁ ସତ ଏହା ଯେ, ଆପଣମାନେ ସୁଶାନ୍ତଙ୍କ ସହ ସଂପର୍କରେ ନଥିଲେ କାରଣ ତାଙ୍କ କ୍ୟାରିୟରେ ତଳକୁ ଖସିଆସିଥିଲା । କ’ଣ ଆପଣ ବର୍ତ୍ତମାନ ଇମ୍ରାନ ଖାନ ଏବଂ ଅଭୟ ଦେଓଲଙ୍କ ସହ ସଂପର୍କରେ ଅଛନ୍ତି ? ନାହିଁ । କିନ୍ତୁ ଆପଣମାନେ ସେହି ସମୟରେ ସଂପର୍କରେ ରହିଥାନ୍ତି ଯେତେବେଳେ ସେ ଭଲ କରୁଥିବ । ”


Share It

Comments are closed.