ଜିଓରେ ୧୮୯୪.୫୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ‘ଏଲ୍ କାଟରଟନ୍‌’


ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଘୋଷଣା କରାଯାଇଛି ଯେ ବିଶ୍ୱର ଅନ୍ୟତମ ବୃହତ ଗ୍ରାହକ କୈନ୍ଦ୍ରୀକ ଘରୋଇ ଇକ୍ୱିଟି ସଂସ୍ଥା ଏଲ୍ କାଟରଟନ୍ ଜିଓ ପ୍ଲାଟଫର୍ମସ୍‌ରେ ୧୮୯୪.୫୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ । ଏହି ପୁଞ୍ଜିନିବେଶ ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଟଂରପ୍ରାଇଜ୍‌୍ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ଆଧାରରେ କରାଯାଇଛି । ଏଲ୍ କ୍ୟାଟର୍‌ଟନ୍‌ର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୦.୩୯% ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ । ଏହି ନିବେଶ ସହିତ ଏପ୍ରିଲ୍ ୨୨, ୨୦୨୦ ପରଠାରୁ ଅଗ୍ରଣୀ ବିଶ୍ୱସ୍ତରୀୟ ପ୍ରଯୁକ୍ତି ନିବେଶକ ଯଥା ଫେସବୁକ୍‌, ସିଲ୍‌ଭର ଲେକ୍‌, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, ଜେନେରାଲ ଆଟ୍‌ଲାଟିଂକ୍‌, କେକେଆର୍‌, ମୁବାଦଲା, ଟିପିଜି ଓ ଏଲ୍ କ୍ୟାଟରଟନ୍ ଠାରୁ ଜିଓ ପ୍ଲାଟଫର୍ମସ୍ ହାସଲ କରିଥିବା ପୁଞ୍ଜିନିବେଶ ପରିମାଣ ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରି ୧,୦୪,୩୨୬.୪୫ କୋଟି ଟଙ୍କାରେ ପହଂଚିଛି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ କମ୍ପାନୀ ଭାବେ ଜିଓ ପ୍ଲାଟଫର୍ମସ୍ ହେଉଛି ଏକ ପରବର୍ତୀ ପିଢ଼ିର ଟେକ୍ନୋଲୋଜି ପ୍ଲାଟଫର୍ମ ଯାହାକି ୩୮୮ ନିୟୁତରୁ ଅଧିକ ଗ୍ରାହକଙ୍କୁ ସମଗ୍ର ଭାରତରେ ଉଚ୍ଚମାନର ତଥା ସୁଲଭ ମୂଲ୍ୟରେ ଡିଜିଟାଲ୍ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି । ଜିଓ ପ୍ଲାଟଫର୍ମ ଏହାର ଡିଜିଟାଲ ଇକୋସିଷ୍ଟମ ମଧ୍ୟରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗୀକରଣ, ସ୍ମାର୍ଟ ଡିଭାଇସ୍‌, କ୍ଲାଉଡ୍ ଏବଂ ଏଜ୍ କମ୍ପ୍ୟୁଟିଂ, ବୃହତ ଡାଟା ଆନାଲିଟିକ୍ସ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଟେଂଲିଜେନ୍ସ), ଇଂଟରନେଟ୍ ଅଫ୍ ଥିଙ୍ଗସ୍‌, ଅଗମେଂଟେଡ୍ ଆଣ୍ଡ୍ ମିକ୍ସଡ୍ ରିଅଲିଟି ଏବଂ ବ୍ଲକ୍ ଚେନ୍ ଆଦି ଅଗ୍ରଣୀ ଟେକ୍ନୋଲୋଜିକୁ ଆଧାର କରି ବ୍ୟାପକ ବିନିଯୋଗ କରିଛି । ଜିଓର ଲକ୍ଷ୍ୟ ହେଉଛି ସାରା ଦେଶର ୧୩୦ କୋଟି ଲୋକ ଏବଂ ବ୍ୟବସାୟଗୁଡିକ ପାଇଁ ଏକ ଡିଜିଟାଲ୍ ଇଣ୍ଡିଆକୁ ସକ୍ଷମ କରିବା ଯାହା ସାରାଦେଶର ସମସ୍ତ ବ୍ୟବସାୟ, ଛୋଟ ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟ ଏବଂ କୃଷକମାନଙ୍କୁ ସାମୂହିକ ଅଭିବୃଦ୍ଧିର ଫଳ ପ୍ରଦାନ କରିପାରିବ ।
୧୯୮୯ରେ ସ୍ଥାପିତ ହୋଇଥିବା ଏଲ୍ କ୍ୟାଟରଟନ୍ ହେଉଛି ସାରା ଦୁନିଆରେ ଅଗ୍ରଣୀ ଗ୍ରାହକ କୈନ୍ଦ୍ରୀକ ବ୍ରାଣ୍ଡ୍‌ଗୁଡ଼ିକ ପାଇଁ ପସନ୍ଦର ନିବେଶ ସହଯୋଗୀ । ପରିଚାଳନା ଦକ୍ଷତା, କ୍ଷେତ୍ର ବିଷୟରେ ଗଭୀର ଅନ୍ତର୍ଦୁଷ୍ଟି, ବିଶ୍ୱବ୍ୟାପୀ ସମ୍ବଳ ନେଟ୍‌ୱର୍କ ଆଦିରେ ଦୀର୍ଘ ୩୦ ବର୍ଷର ଟ୍ରାକ୍ ରେକର୍ଡ ଏବଂ ଏଲ୍‌ଭିଏମ୍‌ଏଚ୍ ଓ ଗ୍ରୁପ୍ ଆରନଲ୍‌ଟ ସହିତ ଏହାର ସ୍ୱତନ୍ତ୍ର ସହଭାଗିତା ବଳରେ ଏଲ୍ କ୍ୟାଟର୍‌ଟନ୍ ସଫଳତା ସହିତ ଉଦୀୟମାନ ଗ୍ରାହକ ଦୃଶ୍ୟପଟ୍ଟରେ ଅନେକ ଅଭିନବ ବ୍ରାଣ୍ଡ୍‌ଗୁଡିକରେ ନିବେଶ କରିବା ସହିତ ସେମାନଙ୍କ ନିର୍ମାଣରେ ସହାୟକ ହୋଇଛି । ଏହିଭଳି ପ୍ରମୁଖ ବ୍ରାଣ୍ଡ୍‌ମାନଙ୍କ ମଧ୍ୟରେ ରହିଛି ପେଲୋଟନ୍‌, ଭ୍ରୁମ୍‌, କ୍ଲାସ୍‌ପାସ୍‌, ଓନ୍‌ଡେଜ୍‌, ଫ୍ୟାବ୍ ଇଣ୍ଡିଆ ଏବଂ ଆହୁରି ଅନେକ ସଫଳ ବ୍ରାଣ୍ଡସମୂହ ।
ମୁକେଶ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ଡିଜିଟାଲ୍ ଇଣ୍ଡିଆର ଶକ୍ତିକୁ ଜାଗ୍ରତ କରିବା ସହିତ ଗ୍ରାହକମାନଙ୍କୁ ବିଶ୍ୱର ଶ୍ରେଷ୍ଠ ସେବା ଅନୁଭୁତି ପ୍ରଦାନ କରିବା ଦିଗରେ ଆମର ଏହି ଯାତ୍ରାରେ ଆମେ ଏଲ୍ କ୍ୟାଟରଟନ୍‌କୁ ସହଯୋଗୀ ଭାବେ ସ୍ୱାଗତ କରୁଥିବାରୁ ମୁଁ ବେଶ୍ ଆନନ୍ଦିତ । ଗ୍ରାହକ କୈନ୍ଦ୍ରୀକ ବ୍ୟବସାୟ ସୃଷ୍ଟି କରିବାରେ ଏଲ୍ କ୍ୟାଟରଟନ୍‌ର ଅମୂଲ୍ୟ ଅଭିଜ୍ଞତାରୁ ଲାଭବାନ ହେବାକୁ ଆମେ ଲକ୍ଷ୍ୟ ରଖିଛୁ କାରଣ ଭାରତକୁ ଆଗକୁ ବଢ଼ାଇ ଡିଜିଟାଲ୍ ନେତୃତ୍ୱ ସ୍ଥାନରେ ପହଞ୍ଚାଇବା ଲାଗି ପ୍ରଯୁକ୍ତି ଓ ଗ୍ରାହକ ଅନୁଭୂତି ଏକତ୍ର ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ।’’
ମାଇକେଲ୍ ଚୁ, ଗ୍ଲୋବାଲ୍ ସହ-ସିଇଓ, ଏଲ୍ କ୍ୟାଟରଟନ୍ କହିଛନ୍ତି ଯେ, “ଆମର ୩୦ ବର୍ଷରୁ ଅଧିକ ଇତହାସରେ ସମସ୍ତ ଗ୍ରାହକ ବର୍ଗ ଓ ଭୌଗୋଳିକ ସ୍ଥିତି ଯଥା ରିଟେଲର, ଓମନି-ଚ୍ୟାନେଲ୍ ଓ ଡିଜିଟାଲ୍ ନେଟିଭ୍ ବ୍ରାଣ୍ଡ୍‌ରେ ଅନେକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ରାଣ୍ଡ୍ ଗଠନ କରିବାର ଟ୍ରାକ୍ ରେକର୍ଡ ସ୍ଥାପନ କରିଛୁ । ଉତ୍ପାଦ ବିକାଶ, ଉନ୍ନତ ଡିଜିଟାଲ୍ ଦକ୍ଷତା ଏବଂ ଗୁରୁତ୍ୱପୂର୍ଣ୍ଣ ସହଭାଗିିତା ସ୍ଥାପନା ଜରିଆରେ ଅଭିବୃଦ୍ଧିକୁ ବଢ଼ାଇବାର ଆମେ ହେଉଛୁ ଦୃଢ଼ ସମର୍ଥକ । ଆମେ ଜିଓ ସହିତ ସହଭାଗିତା ସ୍ଥାପନ କରିବାକୁ ଉତ୍ସାହିତ ଯାହା ନିଜର ଅତୁଳନୀୟ ଡିଜିଟାଲ୍ ଓ ପ୍ରଯୁକ୍ତି ଦକ୍ଷତା ଜରିଆରେ ଦେଶକୁ ବଦଳାଇବା ଓ ୧୩୦ କୋଟି ଭାରତୀୟଙ୍କ ପାଇଁ ଏକ ଡିଜିଟାଲ୍ ସମାଜ ଗଠନ କରିବାର ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବା ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇରହିଛି ।’’
ଏହି ସହଭାଗିତା ନିୟାମକ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ମଂଜୁରି ଉପରେ ନିର୍ଭରଶୀଳ ।
ମର୍ଗାନ ଷ୍ଟାନଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଇଁ ଆର୍ଥିକ ଉପଦେଷ୍ଟା ଭୂମିକା ନିର୍ବାହ କରିଥିବା ବେଳେ ଏଜେଡବି ଆଣ୍ଡ ପାର୍ଟନର୍ସ ଏବଂ ଡେଭିସ ପୋଲ୍କ ଆଣ୍ଡ ୱାର୍ଡୱେଲ ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି ।


Share It

Comments are closed.