ଅନୁୁଗୁଳ ଆଲୁମିନିୟମ ପାର୍କ ପ୍ରକଳ୍ପର ଅଗ୍ରଗତିକୁ ନେଇ ଓଡିଶା ସରକାରର ବରିଷ୍ଠ ଅଧିକାରୀଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା


ନୂଆଦିଲ୍ଲୀ/ଭୁବନେଶ୍ୱର – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଭିଡିଓ କନଫରେନ୍ସିଂ ଯୋଗେ ଓଡିଶା ସରକାରର ବରିଷ୍ଠ ଅଧିକାରୀଙ୍କ ସହ ଇଡକୋର ସିଏମଡି, ଇପିକୋଲର ପ୍ରତିନିଧି ମଣ୍ଡଳି ଓ ନାଲକୋର ସିଏମଡିଙ୍କ ସହ ଅନୁଗୁଳ ଆଲୁମିନିୟମ ପାର୍କର କାର୍ଯ୍ୟକୁ ଆଗେଇ ନେବା ଏବଂ ପକଳ୍ପର କାମ ଶୀଘ୍ର ଶେଷ କରିବା ଦିଗରେ ଅଲୋଚନା କରିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଓଡିଶାର ବିକାଶ ଏବଂ ଜନକଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ । ଅନୁଗୁଳ ସ୍ଥିତ ଆଲୁମିନିୟମ ପାର୍କ ଆଲୁମିନିୟମ ଆଧାରିତ ଡାଉନଷ୍ଟ୍ରିମ୍ ଶିଳ୍ପକୁ ପ୍ରୋତ୍ସାହନ ପ୍ରଦାନ କରିବ ଏବଂ ରାଜ୍ୟରେ ପୁଞ୍ଜିନିବେଶ, ନିଯୁକ୍ତି ସୁଯୋଗ ଏବଂ ଉଦ୍ୟୋଗକୁ ମଧ୍ୟ ବଢାଇବ ।
ସେହିପରି ଏହି ପ୍ରକଳ୍ପ ଆଲୁମିନିୟମ କ୍ଲଷ୍ଟର ତିଆରି କରିବାରେ ସାହାଯ୍ୟ କରିବା ସହ ରାଜ୍ୟରେ ନିଯୁକ୍ତି ମଧ୍ୟ ପ୍ରଦାନ କରିବ । ରାଜ୍ୟରେ ଖଣିଜ କ୍ଷେତ୍ରକୁ ବିକାଶ କରିବା ସହ ଓଡିଶାର ଅର୍ଥନୀତିକୁ ମଜବୁତ କରିବ । ଆତ୍ମନିର୍ଭର ଭାରତ ଦିଗରେ ମଧ୍ୟ ଏହି ପ୍ରକଳ୍ପର ଯୋଗଦାନ ରହିବ ବୋଲି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ ଯୋଗେ କହିଛନ୍ତିା


Share It

Comments are closed.