ଦେଶର ୧୩ ଏପରି ରାଜ୍ୟ ଯେଉଁଠାରେ କରୋନା ଜନିତ ମାମଲା ୫୦୦ରୁ କମ ରହିଛି

Share It

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ଉର୍ଦ୍ଧ୍ୱକୁ ଟପିଗଲାଣି । ଭାରତ, ବିଶ୍ୱର ସର୍ବାଧିକ ୫ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ସ୍ଥାନ ହାସଲ କଲାଣି । ଯଦି ଏଭଳି ଲାଗି ରୁହେ ତେବେ ଦେଶ ଖୁବ ଶୀଘ୍ର ବ୍ରିଟେନକୁ ଟପିଯିବ । ଦେଶରେ ଗୋଟିଏ ପଟେ ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ ଏବଂ ଗୁରୁରାଟରେ ପରିସ୍ଥିତି ଅସମ୍ଭାଳ ହେଉଥିବାବେଳେ ଅନ୍ୟପଟେ ଅନ୍ୟ କେତେକ ଦେଶ ସଂକ୍ରମଣ ରୋକିବାରେ ସଫଳ ହୋଇଛନ୍ତି । ୧୩ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ରୁ ତଳେ ଥିବାବେଳେ ଏହା ଛଡା ୯ଟି ଏପରି ରାଜ୍ୟ ରହିଛି ଯେଉଁଠାରେ କରୋନା ଯୋଗୁଁ କୌଣସି ଜଣକର ମଧ୍ୟ ମୃତ୍ୟୁ ହୋଇ ନାହିଁ ।
୯ଟି ଏପରି ରାଜ୍ୟ ଯେଉଁଠାରେ କରୋନା ଜନିତ ମାମଲା ୫୦୦ରୁ କମ୍ ରହଛ
ଆଣ୍ଡାମାନ ନିକୋବର ଆଇଲ୍ୟାଣ୍ଡ (୩୩), ଅରୁଣାଚଳ ପ୍ରଦେଶ (୫୭), ଚଣ୍ଡୀଗଡ (୩୨୩), ଦାଦର ନଗର ହୱେଲୀ (୨୨), ଗୋଆ (୩୫୯), ହିମାଚଳ ପ୍ରଦେଶ (୪୪୫), ମଣିପୁର (୩୦୪), ମେଘାଳୟ (୪୩), ମିଜୋରାମ (୮୮), ନାଗାଲ୍ୟାଣ୍ଡ (୧୨୭), ପଣ୍ଡୀଚେରୀ (୧୨୭), ସିକିମ (୧୩)ରେ କରୋନା ମାମଲା ୫୦୦ରୁ କମ୍ ।
ଯଦି ଏଠାରେ ସକ୍ରିୟ ମାମଲା ଉପରେ ନଜର ପକାଇଲା ତେବେ ଆଣ୍ଡାମାନରେ ଆକ୍ଟିଭ କେସ ୦ ରହିଛି । ଏଠାରେ ସମସ୍ତ ୩୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି । ଏଠାରେ କରୋନା ଯୋଗୁଁ କାହାର ପ୍ରାଣ ହାନୀ ହୋଇ ନାହିଁ । ଅରୁଣାଚଳ ପ୍ରଦେଶରେ ୫୬ ଆକ୍ଟିଭ କେସ ରହିଛି । ସେହିଭଳି ଦାଦର ନଗର ହୱେଲୀରେ ୨୦, ଚଣ୍ଡୀଗଡରେ ୩୨, ଗୋଆରେ ୨୯୨, ହିମାଚଳ ପ୍ରଦେଶରେ ୧୯୧ ଆକ୍ଟିଭ କେସ ରହିଛି । ହିମାଚଳ ପ୍ରଦେଶରେ ୨୪୯ ଜଣ ସୁସ୍ଥ ହୋଇ ସାରିଛନ୍ତି ଏବଂ ୫ ଜଣଙ୍କର ମୃତ୍ୟୁ ଘଟିଛି । ଲଦାଖରେ ୫୫ ଆକ୍ଟିଭ କେସ ରହିଛି ଏବଂ ୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଠାରେ ମଧ୍ୟ ବ୍ୟକ୍ତିଙ୍କ ପ୍ରାଣହାନୀ ହୋଇ ନାହିଁ । ମଣିପୁରରେ ୨୪୩ ଆକ୍ଟିଭ କେସ ରହିଛି । ମଣିପୁରରେ ୨୯, ମିଜୋରାମରେ ୮୭, ନାଗାଲାଣ୍ଡରେ ୧୧୭ , ପଣ୍ଡୀଚେରୀରେ ୭୫ ଏବଂ ସିକିମରେ ୧୩ ଆକ୍ଟିଭ କେସ ରହିଛି ।
ସେହିଭଳି ଆଣ୍ଡାମାନ ନିକୋବର ଆଇଲାଣ୍ଡ, ଅରୁଣାଚଳ ପ୍ରଦେଶ, ଦାଦର ନଗର ହାୱେଲୀ, ଗୋଆ, ମଣିପୁର, ମିଜୋରାମ, ନାଗାଲାଣ୍ଡ, ମଣିପୁର, ପଣ୍ଡୀଚେରୀ ଏବଂ ସିକିମରେ କୌଣସି ଜଣକର କରୋନା ଭାଇରସ କାରଣରୁ ମୃତ୍ୟୁ ଘଟି ନାହିଁ । ଏହା ଛଡା ତ୍ରିପୁରୀ-ଲଦାଖ- ମେଘାଳୟରେ ଜଣକ ଲେଖାଏଁଙ୍କ ମୃତ୍ୟୁ ଘଟିଛି ।


Share It

Comments are closed.