ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ ପାଇଁ ଆଗକୁ ଆସିଲେ ଅମିତାଭ
କରୋନା କାରଣରୁ ସାରା ଦେଶରେ ଫଶି ରହିଥିବା ପ୍ରବାସୀ ଶ୍ରମିକଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ସେଲିବ୍ରିଟି। ସୋନୁ ସୁଦ୍, ପ୍ରକାଶ ରାଜ, ସ୍ୱରା ଭାସ୍କରଙ୍କ ପରେ ଏବେ ଅମିତ ବଚ୍ଚନ ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରେ ପହଁଞ୍ଚାଇବାର ଦାୟିତ୍ୱ ନେଇଛନ୍ତି।
ଅମିତାଭ ଏହା ପୂର୍ବରୁ ଉତ୍ତର ପ୍ରଦେଶର ଶ୍ରମିକଙ୍କୁ ତାଙ୍କ ଘରେ ପହଁଞ୍ଚାଇ ସାରିଛନ୍ତି। ଏବେ ବିଗ୍ ବି ପ୍ରବାସୀଙ୍କ ପାଇଁ ୬ଟି ଚାଟାର୍ଡ ବିମାନର ବ୍ୟବସ୍ଥା କରିଛନ୍ତି। ଯାହାଫଳରେ ଉତ୍ତର ପ୍ରଦେଶରେ ରହୁଥିବା ପ୍ରବାସୀ ଶ୍ରମିକଙ୍କୁ ଅଲଗା ଅଲଗା ସ୍ଥାନକୁ ଏୟାରଲିଫ୍ଟ କରିହେବ।
ବୁଧବାର ସକାଳେ ଦୁଇଟି ବିମାକୁ ପଠାଇ ଦିଆଯାଇଛି। ତୃତୀୟ ଚାଟାର୍ଡ ବିମାନଆଜି ମଧ୍ୟାହ୍ନରେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଟେକ୍ ଅଫ୍ କରିବ। ଏହି ସମୟରେ ସେ ଏବି କର୍ପୋରେସନ୍ ଲିମିଟେଡ୍ କର୍ପୋରେସନ୍ ଲିମିଟେଡ୍ ମ୍ୟାନେଜିଂ ଡାଇରେକ୍ଟର ରାଜେଶ ଯାଦବ ଉପସ୍ଥିତ ରହିବେ। ଏହା ପୂର୍ବରୁ ବିଗ୍ ବି ସଡକ ମାର୍ଗ ଦେଇ ଉତ୍ତର ପ୍ରଦେଶର ପ୍ରବାସୀଙ୍କୁ ତାଙ୍କ ଘରେ ପହଁଞ୍ଚାଇ ଥିଲେ।
Comments are closed.