ବ୍ୟକ୍ତିଙ୍କ ମଳାଶୟରେ ପଶିଲା ମାଛ, ଡାକ୍ତର ଆଶ୍ଚର୍ଯ୍ୟ, ଭିଡିଓ ଭାଇରାଲ

Share It

ଖବର କାଗଜ ହେଉ କିମ୍ବା ଟି.ଭି ବେଳେବେଳେ ଆପଣମାନେ ଏଭଳି କିଛି ଘଟଣା ସଂପର୍କରେ ଜାଣିବାକୁ ପାଇଥାନ୍ତି, ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡିଯାଏ । ଆଜ୍ଞା ହଁ ଏଭଳି ଏକ ଖବର ଚୀନରୁ ଆସିଛି । ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ମଳାଶୟରେ ମାଛ ପଶିଯାଇଛି । ଯେତେବେଳେ ସେ ଯାଞ୍ଚ ପାଇଁ ହସ୍ପିଟାଲରେ ପହଞ୍ଚିଲେ, ମାଛ ମଳାଶୟ ଭିତରେ ପଶିଲା କିପରି ? ଡାକ୍ତର ମଧ୍ୟ ଏହାକୁ ଜାଣି ଆଶ୍ଚର୍ଯ୍ୟଚକିତ ହୋଇଗଲେ ।
ମିଳିଥିବା ସୂଚନା ମୁତାବକ ଏହି ଘଟଣା ଚୀନର ଗୁଆଙ୍ଗଡୋଙ୍ଗ ପ୍ରାନ୍ତରେ ଘଟିଛି । ଘଟଣାଟି ଏହା ଯେ, ଏହି ବ୍ୟକ୍ତି ଜଣକ ନିଜର ପେଟ ଯନ୍ତ୍ରଣାର ସମସ୍ୟା ନେଇ ହସ୍ପିଟାଲରେ ପହଞ୍ଚିଥିଲେ । ଯାଞ୍ଚ କଲା ପରେ ଜଣା ପଡିଲା ଯେ, ଉକ୍ତ ବ୍ୟକ୍ତି ଜଣଙ୍କର ମଳ ଦ୍ୱାରାରେ ଅର୍ଥାତ ରେକ୍ଟମରେ ଏକ ମାଛ ପଶିଯାଇଛି । ପୁଣି ଡାକ୍ତର ଉକ୍ତ ବ୍ୟକ୍ତି ଜଣଙ୍କୁ ଏହି ସଂପର୍କରେ କିଛି ପ୍ରଶ୍ନ କରିଥିଲେ । ଏହା ଉତ୍ତରରେ ବ୍ୟକ୍ତି ଜଣକ କହିଥିଲେ ଯେ, ଭୁଲ ବଶତଃ ସେ କୌଣସି ମାଛ ଉପରେ ବସି ପଡିଥିଲେ ।

ଏହି ବ୍ୟକ୍ତି ଜଣକର ବୟସ ହେଉଛି ୩୦ ବର୍ଷ । ହସ୍ପିଟାଲରେ ଉକ୍ତ ବ୍ୟକ୍ତି ଜଣଙ୍କର ଅସ୍ତ୍ରପୋଚାର କରାଯିବା ପରେ ଏକ ୧୬ ଇଞ୍ଚ ଲମ୍ବା ବିଶିଷ୍ଟ ମାଛ ବାହାରିଥିଲା । ଡାକ୍ତର ତାଙ୍କୁ ଆହୁରୀ ମଧ୍ୟ ପ୍ରଶ୍ନ କରିଥିଲେ ଯେ, ଜଣେ ବ୍ୟକ୍ତି ବିନା କପଡାରେ କିପରି ମାଛ ଉପରେ ବସି ପାରିବ ? । ଯଦି ସେ ମାଛ ଉପରେ ବସି ବି ଯାଏ ତ, ତେବେ ଗୋଟିଏ ମାଛ ଜଣେ ବ୍ୟକ୍ତିର ଶରୀର ଭିତରକୁ ଫସିଲା ବେଳକୁ ତାଙ୍କୁ ଜଣା ଗଲା ନାହିଁ କିପରି । ଏହି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଡାକ୍ତର ଅସ୍ତ୍ରପୋଚାର କରି ମାଛକୁ ବାହାର କରିଛନ୍ତି, ଡାକ୍ତରଙ୍କ ଅନୁଯାୟୀ, ମାଛ ମଳାଶୟ ଭିତରେ ଅନେକ ଦିନ ହେବ ରହିଛି । ଯଦି ମାଛଟି ଆଉ ଅଧିକ ସମୟ ରହିଥାନ୍ତ ସେ ଗମ୍ଭୀର ସମସ୍ୟା ହେବ । ଏଥି ଯୋଗୁଁ ମଳାଶୟ ସହ ପେଟ ଇନଫେକସନ ଆରମ୍ଭ ହୋଇଯାଇଥିଲା । ବର୍ତ୍ତମାନ ବ୍ୟକ୍ତି ଜଣକ ସୁସ୍ଥ ଅଛନ୍ତି ।


Share It

Comments are closed.