ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମା’ କରୋନାରେ ଆକ୍ରାନ୍ତ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି

Share It

ମଧ୍ୟପ୍ରଦେଶ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମା’ଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ଉଭୟ ଚିକିତ୍ସା ପାଇଁ ମଙ୍ଗଳବାର ଦିନ ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସିନ୍ଧିଆ ଏବଂ ମା’ଙ୍କ ଠାରେ କୋଭିଡ-୧୯ ଭଳି ଲକ୍ଷଣ ଦେଖିବାକୁ ମିଳିଛି । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବାର ଜାଣିବାକୁ ମିଳିଛି । ବର୍ତ୍ତମାନ ତାଙ୍କର କୋଭିଡ-୧୯ ରିପୋର୍ଟ ଆସିବାର ବାକି ରହିଛି ।
ମିଳିଥିବା ସୂଚନା ମୁତାବକ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନିକଟସ୍ଥ କହିଛନ୍ତି କି, ଜ୍ୟୋତିରାଦିତ୍ୟ ଏବଂ ତାଙ୍କ ମା’ଙ୍କ ଠାରେ ଗଳା ସଂକ୍ରମଣ ଏବଂ ଜ୍ୱର ଭଳି ସମସ୍ୟା ଦେଖାଦେଇଥିବା ହେତୁ ଉଭୟ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଜି ଦ୍ୱିତୀୟ ଦିନରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । କିନ୍ତୁ ବର୍ତ୍ତମାନ କୋଭିଡ-୧୯ ରିପୋର୍ଟ ଆସିବାକୁ ବାକି ରହିଛି । ଯେଉଁଥିରେ ଏହା ନିଶ୍ଚିତ ହୋଇପାରିବ ଯେ, ଉଭୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି କିମ୍ବା ନୁହନ୍ତି ।


Share It

Comments are closed.