ରାଜ୍ୟ ସରକାରଙ୍କୁ କଂଗ୍ରେସର ଚେତାବନୀ, ମାସ୍କ କିଣା ଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ଦଳ

Share It

ମହାମାରୀର ମହାଦୁର୍ନୀତି । କେନ୍ଦ୍ର ସରକାରଙ୍କ ଟଙ୍କା ତୋଷାରପାତ କରିବାରେ ଲାଗିଛନ୍ତି । ସରକାରୀ ପୋର୍ଟାଲରୁ ମାସ୍କ ନ କିଣି ବାହାରୁ କିଣାଯାଉଛି । ବିଷ୍ଣୁ ଏଣ୍ଟରପ୍ରାଇଜରୁ ୧୬ ଟଙ୍କାରେ ମାସ୍କ କିଣାଯାଇଛି । ଗରିବ ରୋଗୀ ଲୋକଙ୍କ ପାଇଁ ଯେଉଁ ଅର୍ଥ ଆସୁଛି ତାକୁ ତୋଷାରପାତ କରୁଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଯେଉଁ ଅଫିସରମାନେ ତୋଷାରପାତ କରିଛନ୍ତି ସେମାନେ ସରକାରଙ୍କ ଜାଣତରେ ଏହା ହୋଇଛି ବୋଲି କହିଛନ୍ତି । ଏହାର ଅର୍ଥ ଏହକୁ କ୍ୟାବିନେଟ୍ ଅନୁମତି ଦେଇଛି ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି ।

ସେହିଭଳି ୫ ଲକ୍ଷ ଟଙ୍କାର ମେସିନକୁ ୧୦ ଲକ୍ଷ ଟଙ୍କାରେ କିଣାଯାଇଛି । କୋଭିଡ୍ ଟେଷ୍ଟିଂ ମେସିନ କିଣିବାକୁ ଗୋଟିଏ କମ୍ପାନୀକୁ ୧୨ କୋଟି ଟଙ୍କା ଦିଆଯାଇଛି । ପିପିଇ ଟେଷ୍ଟ କରାଯାଇନାହିଁ । ବିନା ଟେଷ୍ଟିଂରେ ବ୍ୟବହାର କରିବାକୁ ଦିଆଯାଇଛି । ଅଫିସରମାନେ କହୁଛନ୍ତି ମୁଖ୍ୟମନ୍ତ୍ରୀ ସବୁ ଜାଣିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଦୁର୍ନୀତି ହୋଇନି ।

ସେପଟେ ମନ୍ତ୍ରୀ କହୁଛନ୍ତି, ମୁଁ କିଛି ଜାଣିନାହିଁ । ଗଣତନ୍ତ୍ରରେ ମନ୍ତ୍ରୀ ଉତ୍ତରଦାୟୀ । ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ । ଏହା ବିରୋଧରେ ଲୋକାୟୁକ୍ତ, ସିବିସିର ଦ୍ୱାରସ୍ତ ହେବ କଂଗ୍ରେସ । ସମସ୍ତଙ୍କ ସଲାସୁତୁରାରେ ଏହି ଦୁର୍ନୀତି ହୋଇଛି । ମୁଖ୍ୟମନ୍ତ୍ରୀ ବି ଏଥିରେ ସାମିଲ ଅଛନ୍ତି ବୋଲି ନିରଞ୍ଜନ ଅଭିଯୋଗ ଆଣିଛନ୍ତି ।

ଏଭଳି ଦୁର୍ନିତୀକୁ ସହି ହେବ ନାହିଁ । ଆମେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବୁ ନାହିଁ, କାରଣ ତାଙ୍କର ସଂଖ୍ୟା ଗରିଷ୍ଠତା ଅଛି । ଏ ସଂକ୍ରାନ୍ତରେ ରାଜ୍ୟପାଳଙ୍କୁ ଆସନ୍ତା ୧୧ ତାରିଖରେ କଂଗ୍ରେସ ସ୍ମାରକପତ୍ର ଦେବ । ସମସ୍ତ ଜିଲ୍ଲାରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କୁ ଦାବି ଓ ଅନୁରୋଧ, ଲୋକଙ୍କୁ ନ ମାରି, କ’ଣ କରିବେ ନିଜେ ନିଷ୍ପତ୍ତି ନିଅନ୍ତୁ । ମୁଖ୍ୟମନ୍ତ୍ରୀ ଯେଉଁ ନିଜ ପରିବାର କଥା କୁହନ୍ତି ଆଜି ତାର ପ୍ରମାଣ ଦିଅନ୍ତୁ ।

ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବରିଷ୍ଠ ନେତା ପଞ୍ଚାନନ କାନୁନଗୋ, ଅଭିଷେକ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।


Share It

Comments are closed.