ଭାରତକୁ ପରମାଣୁ ବୋମାର ଧମକ ଦେଉଥିବା ପାକିସ୍ତାନ ରେଳମନ୍ତ୍ରୀ କରୋନାରେ ଆକ୍ରାନ୍ତ

Share It

ଭାରତକୁ ଆଟମ ବମର ଧମକ ଦେଇଥିବା ପାକିସ୍ତାନର କଥା କୁହାଳିଆ ରେଳ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପାକିସ୍ତାନର ରେଳ ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ, ରେଳମନ୍ତ୍ରୀଙ୍କ ଠାରେ କୋଭିଡ-୧୯ର କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥିବା ସତ୍ତ୍ୱେ ମଧ୍ୟ ନିଜକୁ ୨ ସପ୍ତାହ ପାଇଁ କ୍ୱାରେଣ୍ଟାଇନରେ ରଖିଛନ୍ତି ।
ସେକ ରାସିଦ କହିଥିଲେ ଯେ, “ପାକିସ୍ତାନ ପରମାଣୁ ଯୁଦ୍ଧ ଚାହୁଁ ନାହିଁ, ଯଦି ଏଭଳି ପରିସ୍ଥିତି ଉପୁଜେ ତେବେ ପାକିସ୍ତାନ ଏହାର ଉଚିତ ଜବାବ ହେବ । ଭାରତ ଶୁଣି ରଖୁ ଯେ, ପାକିସ୍ତାନ ପାଖରେ ପ୍ରଚୁର ଆଟମ ବମ ଗଚ୍ଛିତ ରହିଛି, ଯାହାକି ଭାରତର କୌଣସି ବି ସ୍ଥାନରୁ ନିକ୍ଷେପ କରିପାରିବ । ”
ସେହିଭଳି ପାକିସ୍ତାନର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଏବଂ ପାକିସ୍ତାନ ମୁସଲିମ ଲିଗର ନେତା ସାହିଦ ଖାକାନ ଓବ୍ୱାସି କରୋନାରେ ଆକ୍ରାନ୍ତ ଥିବାର ଜଣା ପଡିଛି । ସାହିଦଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଗତ ରବିବାର ଦିନ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା, ଯେଉଁଥିରେ ସେ କରୋନା ସଂକ୍ରମିତ ଥିବାର ଜଣା ପଡିଥିଲା । ସୂଚନା ମୁତବାକ ସେ ନିଜକୁ ନିଜ ଘରେ ଆଇସୋଲେସନରେ ରଖିଛନ୍ତି ।


Share It

Comments are closed.