ନ୍ୟୁଜିଲାଣ୍ଡରେ କରୋନାର ଶେଷ ଆକ୍ରାନ୍ତ ସୁସ୍ଥ, ନୂଆ ସଂକ୍ରମଣର କୌଣସି ମାମଲା ନାହିଁ
ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ‘ଜେସିଣ୍ଡା ଆରଡ୍ରେନ’ ସୋମବାର ଦିନ କହିଛନ୍ତି ଯେ, ତାଙ୍କ ବିଶ୍ୱାସ ଅଛି କି ନ୍ୟୁଜିଲାଣ୍ଡରେ ଶେଷ କରୋନା ରୋଗୀ ସୁସ୍ଥ ହେବା ପରେ ଦେଶ ବର୍ତ୍ତମାନ ସଂପୂର୍ଣ୍ଣ ଋପେ କରୋନା ମୁକ୍ତ ହୋଇଛି । ନ୍ୟୁଜିଲାଣ୍ଡରେ କରୋନା ଜନିତ ଶେଷ ଆକ୍ରାନ୍ତ ମାମଲା ଗତ ୧୭ ଦିନ ପୂର୍ବରୁ ଆସିଥିଲା । ନ୍ୟୁଜିଲାଣ୍ଡ କରୋନା ମୁକ୍ତ ହେବା ପରେ ବର୍ତ୍ତମାନ ଏଠାରେ କୌଣସି କରୋନା ସଂକ୍ରମିତଙ୍କୁ ଚିକିତ୍ସା କରାଯାଉ ନାହିଁ ।
ଏକ ସମ୍ବାଦିକ ସମ୍ମିଳନୀ ଆରଡ୍ରେନ କହିଛନ୍ତି ଯେ, “ଗତ ୧୭ ଦିନ ମଧ୍ୟରେ ୪୦,୦୦୦ ଲୋକଙ୍କର ଯାଞ୍ଚ କରାଯାଇଥିଲା ଏବଂ ୧୨ ଦିନ ପର୍ଯ୍ୟନ୍ତ କେହିବି ହସ୍ପିଟାଲ ଆସି ନାହାନ୍ତି । ଏଥିପାଇଁ ମନ୍ତ୍ରୀମଣ୍ଡଳଗଣ ମଧ୍ୟରାତ୍ରିରୁ ଦେଶକୁ ଖୋଲିବା ପାଇଁ ଦ୍ୱିତୀୟ ପର୍ଯ୍ୟାୟର ଲାଗୁ କରିବା ଲାଗି ସହମତି ପ୍ରକାଶ କରିଛନ୍ତି । ”
ସେ ଆହୁରୀ କହିଛନ୍ତି ଯେ, “ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ନ୍ୟୁଜିଲାଣ୍ଡକୁ ସଂପୂର୍ଣ୍ଣ ଋପେ ଭାଇରସ ମୁକ୍ତ କରିଛୁ । ନିଶ୍ଚିତ ଋପରେ ଦ୍ୱିତୀୟ ମାମଲା ସାମନାକୁ ଆସିବ କିନ୍ତୁ ଏହା ବିଫଳତାର ଚିହ୍ନ ହେବ ନାହିଁ, ଏହା ଭାଇରସ ବାସ୍ତବିକତା ଅଟେ କିନ୍ତୁ ଆମକୁ ସେଥିପାଇଁ ପ୍ରସ୍ତୁତ ରହିବାର ଅଛି । ”
ପ୍ରକାଶ ଥାଉକି, ନ୍ୟୁଜିଲାଣ୍ଡରେ ମୋଟ ୧୫୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିଯୋଗୁଁ ୨୨ ଜଣଙ୍କ ମୃତ୍ୟୁ ଘଟିଛି ।
Comments are closed.