ୱାଇଲ୍ଡକ୍ରାଫ୍ଟ ଇଣ୍ଡିଆର ସୁପରମାସ୍କ
ଭୁବନେଶ୍ୱର: ୱାଇଲ୍ଡକ୍ରାଫ୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ(ଡବ୍ଲୁଆଇପିଏଲ) ପକ୍ଷରୁ ପର୍ସନାଲ ପ୍ରୋଟେକ୍ଟିଭ୍ ଗିୟର (ପିପିଜି) ବର୍ଗରେ ପ୍ରବେଶ କରିବା ସହ ଏକ ବହୁମୁଖୀ ଉତ୍ପାଦ ଶୃଙ୍ଖଳର ଶୁଭାରମ୍ଭ କରାଯାଇଛି । ଏହି କ୍ରମରେ ୱାଇଲ୍ଡକ୍ରାଫ୍ଟ ଇଣ୍ଡିଆ ତିନି ପ୍ରକାରର କଣିକା ପାଇଁ ପ୍ରୋପ୍ରିଏଟାରୀ ଫିଲ୍ଟରେସନ ସିଷ୍ଟମଯୁକ୍ତ ନୂଆ ସୁପରମାସ୍କର ଶୁଭାରମ୍ଭ ମଧ୍ୟ କରିଛି । ୱାଇଲ୍ଡକ୍ରାଫ୍ଟ ସୁପରମାସ୍କ ବିଆଇଏସ୍ ଦ୍ୱାରା ଧାର୍ଯ୍ୟ ମାନକ ଅନୁଯାୟୀ ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏଜେନ୍ସିଗୁଡିକ ଦ୍ୱାରା ଅନୁମୋଦିତ ହୋଇଛି । ମାତ୍ର ୧୫୦ ରୁ ୩୦୦ଟଙ୍କା ମଧ୍ୟରେ ଉପଲବ୍ଧ ହେଉଥିବା ଏହି ପୁନଃ ବ୍ୟବହାରଯୋଗ୍ୟ ସୁପରମାସ୍କ ସର୍ବୋଚ୍ଚ ଗୁଣବତା ଓ ସୁରକ୍ଷା ମାନକର ଅନୁପାଳନ କରୁଛି । କମ୍ପାନୀର ଏହି ମାସ୍କ ଓ ପିପିଜି ସୁଟ୍ଗୁଡିକ ଦେଶବ୍ୟାପୀ ସମସ୍ତ ପ୍ରମୁଖ ଜେନେରାଲ ଓ ମଡର୍ଣ୍ଣ ଟ୍ରେଡ୍ ଆଉଟ୍ଲେଟ୍, ପ୍ରମୁଖ ଇ-କମର୍ସ ୱେବ୍ସାଇଟ୍ ଓ ନିକଟସ୍ଥ ୱାଇଲ୍ଡକ୍ରାଫ ଶୋ’ରୁମ୍ଗୁଡିକରେ ଉପଲବ୍ଧ ହେଉଛି । ଏହା ଙ୍ଗଙ୍ଗଙ୍ଗ.ଙ୍ଗସକ୍ଷୟମକ୍ସବଲଗ୍ଧ.ମକ୍ଟଜ୍ଞରେ ମଧ୍ୟ ଉପଲବ୍ଧ ହେଉଛି । ଏହାବ୍ୟତୀତ ଏହାର ନୂତନ ଭାରତର ପରିଭାଷିତ ସଙ୍ଗୀତ ‘ହୈ ତୟାର୍ ହମ୍’ ଉନ୍ମୋଚନ ସହ ଯେକୌଣସି ସ୍ଥିତି ପାଇଁ ଭାରତୀୟଙ୍କୁ ପ୍ରସ୍ତୁତ ରହିବାକୁ ୱାଇଲ୍ଡକ୍ରାଫ୍ଟ ଉତ୍ସାହିତ କରିଛି, ଯେବେକି ଦେଶର ୧୧ଟି ସହର ଓ ୪ଟି ରାଜ୍ୟରେ ଥିବା ୬୫ଟି ଉତ୍ପାଦନ କାରଖାନାରେ ଆଗାମୀ ୬୦ ଦିନ ମଧ୍ୟରେ ୧ ଲକ୍ଷ ଲୋକଙ୍କୁ ନିୟୋଜିତ କରିବାର ଲକ୍ଷ୍ୟ ରଖିଛି ।
ଏହାର ଉତ୍ପାଦ ଶୃଙ୍ଖଳରେ ଟାକ୍ଟିକାଲ(କୌଶଳ ସମ୍ବନ୍ଧୀୟ) ଗିଅର୍ ବର୍ଗ ମଧ୍ୟ ସାମିଲ ରହିଛି । ଏହି ଟାକ୍ଟିକାଲ ଗିଅର ବର୍ଗ ଅଧୀନରେ ୱାଇଲ୍ଡକ୍ରାଫ୍ଟ ଏକ ଅଭିନବ ୯୦-ଲିଟର ଟେକ୍ନିକାଲ ରକ୍ସାକ୍ ବିକଶିତ କରିଛି ଯାହାକି ଭାରତୀୟ ପ୍ରତିରକ୍ଷା ପ୍ରତିଷ୍ଠାନଗୁଡିକ ପାଇଁ ପସନ୍ଦର ଗିଅର ଭାବେ ଡିଜାଇନ୍, ବିକଶିତ ଓ ଅନୁମୋଦିତ ହୋଇଛି । ୱାଇଲ୍ଡକ୍ରାଫ୍ଟ ଏହାର ଜରୁରୀ ଆବଶ୍ୟକତା ଓ ଭାରତୀୟ ଔଷଧର ଆବଶ୍ୟକତାକୁ ସମ୍ବୋଧିତ କରିବା ପାଇଁ ବୟନଶିଳ୍ପ ମନ୍ତ୍ରଣାଳୟକୁ ସହଯୋଗ କରିବା ଲାଗି ଏକ ପୁନଃବ୍ୟବହାରଯୋଗ୍ୟ ପିପିଇ କଭର୍ଅଲ୍ (ଏଚ୍ଜେଡ୍ ସିରିଜ୍ ଅଫ୍ ହାଜ୍ମ୍ୟାଟ୍ସ) ବିକଶିତ କରିଛି ।
ଏହି ସଙ୍ଗୀତର ଶୁଭାରମ୍ଭ ଓ ପ୍ରୋଟେକ୍ଟିଭ୍ ମାସ୍କକୁ କୋଟି କୋଟି ଭାରତୀୟଙ୍କ ପାଇଁ ଉପଲବ୍ଧ କରାଇବାରେ ସେମାନଙ୍କ ପ୍ରଚେଷ୍ଟା ସମ୍ପର୍କରେ କମ୍ପାନୀର ସହସଂସ୍ଥାପକ, ଗୌରବ ଡବ୍ଲିସ୍ କହିଛନ୍ତି, “ପ୍ରତ୍ୟେକ ନାଗରିକଙ୍କ ପାଇଁ ସୁପରମାସ୍କ ଡବ୍ଲ୍ୟୁ୯୫ର ସହଜ ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ଆମେ ଆମର ବିତରଣକୁ ବୃଦ୍ଧି କରିଛୁ ଏବଂ ଦେଶବ୍ୟାପୀ ୧୦୦୦ରୁ ଅଧିକ ସହରରେ ଏକ ଲକ୍ଷରୁ ଅଧିକ ଖୁଚୁରା ବିକ୍ରି ପଏଂଟ୍ରେ ଏହାକୁ ଉପଲବ୍ଧ କରିଛୁ । କମ୍ପାନର ସହସଂସ୍ଥାପକ ସିର୍ଦ୍ଧାର୍ଥ ସୁଦ୍ କହିଛନ୍ତି, ୨୦୧୬ରେ ଆମେ ଟାକ୍ଟିକାଲ ଓ ସେଫ୍ଟି ଗିୟର ବର୍ଗରେ ପ୍ରବେଶ କରିଥିଲୁ ଏବଂ ନିକଟରେ ଆମେ ୱାଇଲ୍ଡକ୍ରାଫ୍ଟ ସୁପରମାସ୍କର ଉଦ୍ଭାବନ କରିଛୁ ।”
Comments are closed.