ନତାଶାଙ୍କ ସହ ପ୍ରଥମ ସାକ୍ଷାତର ସ୍ମୃତି ବଖାଣିଲେ ହାର୍ଦିକ

Share It

ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦିକ ପାଣ୍ଡିଆ, ନତାଶାଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତକୁ ନେଇ କିଛି ସ୍ମୃତି ବଖାଣିଛନ୍ତି । ହାର୍ଦିକ କହିଛନ୍ତି ଯେ, ନତାଶା ମୋ ବିଷୟରେ କିଛି ଜାଣି ନଥିଲେ । ଭାରତୀୟ ଦଳର ଏହି ରସିକିଆ ଅଲରାଉଣ୍ଡର ପଡିଆରେ ନିଜର ବିସ୍ଫୋରକ ସଟ ପଇଁ ଯେତେ ଜଣାଶୁଣା ସେତେ ନିଜର ରଙ୍ଗୀନ ଜୀବନଶୈଳୀ ଏବଂ ରଙ୍ଗ ବେରଙ୍ଗର ପୋଷାକ ଦାମିକିଆ ଘଣ୍ଟା ଏବଂ ବିଳାସପୂର୍ଣ୍ଣ କାର, ଯାହାକୁ ସେ ଖୁବ ପସନ୍ଦ କରନ୍ତି ତାହାକୁ ନେଇ ମଧ୍ୟ ଖୁବ ଚର୍ଚ୍ଚାରେ ଥାନ୍ତି ।
୨୬ ବର୍ଷିୟ ଏହି ଖେଳାଳୀ ଜଣକ କହିଛନ୍ତି ଯେ, ତାଙ୍କୁ “କ୍ୟାରେବିଆନ ଜୀବନଶୈଳୀ ଖୁବ ପସନ୍ଦ” । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ପୂର୍ବରୁ ଥରେ କହିଥିଲେ ଯେ, ତାଙ୍କର ପ୍ଲେ ଲିଷ୍ଟ ପୂରା ଇଂରାଜୀ ଗୀତରେ ଭର୍ତ୍ତି ରହିଥାଏ ।
ନିକଟରେ କ୍ରିକ୍‌ବଜକୁ ଦେଇଥିବା ଏକା ସାକ୍ଷାତକାରରେ ସେ ନିଜର ପ୍ରେମିକା ନତାଶାଙ୍କ ସଂପର୍କରେ କିଛି କହିଛନ୍ତି । ବରୋଦରେ ଜନ୍ମିତ ଏହି ଖେଳାଳୀ ଜଣକ କହିଛନ୍ତି ଯେ, ପ୍ରଥମ ସାକ୍ଷାତରେ ନତାଶା ମୋର ଲୋକପ୍ରିୟତା ଏବଂ ମୋ ବିଷୟରେ କିଛି ବି ଜାଣି ନଥିଲେ । ସେ ଆହୁରୀ କହିଛନ୍ତି ଯେ, ତାଙ୍କ କଥାବାର୍ତ୍ତା ଶୈଳୀ ଦ୍ୱାରା ହିଁ ସେ ନତାଶାଙ୍କୁ ମୋହିତ କରିବାରେ ସକ୍ଷମ ହୋଇଥିଲେ । ହାର୍ଦିକ କହିଛନ୍ତି ଯେ, ନତାଶାଙ୍କ ସହ ପ୍ରଥମ ସାକ୍ଷାତ ସମୟରେ ରାତ୍ରି ବେଳେ ସେ ଏକ ହ୍ୟାଟ, ଘଣ୍ଟା ଏବଂ ବେକରେ ଚେନ ଗଳାଇଥିଲେ ।
“ମୁଁ କିଏ ସେ ଜାଣିନଥିଲେ, କଥାବର୍ତ୍ତା ଦ୍ୱାରା ହିଁ ମୁଁ ତାଙ୍କୁ ପାଇଛି । ରାତ୍ରି ୧ଟା ସମୟରେ ନତାଶାଙ୍କର ମୋ ସହ ସାକ୍ଷାତ ହୋଇଥିଲା, ଯେତେବେଳେ କି ମୁଁ ମୁଣ୍ଡରେ ହ୍ୟାଟ, ହାତରେ ଘଣ୍ଟା ଏବଂ ବେକରେ ଚେନ ପକାଇଥିଲେ । ଏହିଭଳି ଭାବରେ ମୋତେ ଦେଖି ସେ ଭାବିଥିଲେ “ଅଲଗା ପ୍ରକାର କା ଆଦମି ହେ (ଭିନ୍ନ ପ୍ରକାରର ମଣିଷ )” । ସେବେଠାରୁ ମୁଁ ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲି ଏବଂ ପରସ୍ପରକୁ ଜାଣିଥିଲୁ । ଏହା ପରେ ଆମେ ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲୁ । ଡିସେମ୍ବର ୩୧ରେ ଆମର ନିର୍ବନ୍ଧ ହୋଇଥିଲ।। ”
ପାଣ୍ଡିଆ ଅତିରିକ୍ତ ଭାବରେ ଆହୁରୀ କହିଥିଲେ, ଡିସେମ୍ବର ୩୧ରେ ତାଙ୍କ ନିର୍ବନ୍ଧ ସଂପର୍କରେ ସେ କାହାକୁ ଜଣାଇନଥିଲେ । କେବଳ ଏତିକି ନୁହେଁ ତାଙ୍କ ଭାଇ କୁର୍ଣ୍ଣାଲ ଦୁଇ ଦିନ ପୂର୍ବର ହିଁ ଏହି ସଂପର୍କରେ ଜାଣିବାକୁ ପାଇଥିଲେ । “ମୁଁ ନିର୍ବନ୍ଧ କରିବାକୁ ଯାଉଛି ବୋଲି ମୋ ବାପା ମା ମଧ୍ୟ ଜାଣିନଥିଲେ । ମୁଁ କୁର୍ଣ୍ଣାଲକୁ ଏହି ସଂପର୍କରେ ଜଣାଇଥିଲି ଏବଂ କହିଥିଲି , ‘ମୁଁ ଜୀବନରେ ଜଣକୁ ପାଇଛି ଯାହାକୁ ପ୍ରକୃତରେ ମୁଁ ଭଲ ପାଏ’ । ପରିବାରଲୋକ ଏହି ସଂପର୍କରେ ଜାଣିବା ପରେ ତୁମର ଯାହା ଇଚ୍ଛା ତାହା କର ବୋଲି କହିଥିଲେ । ”


Share It

Comments are closed.