ଭାରତୀୟ ଫୁଟବଲ ପାଇଁ ଏକ ବଡ଼ ଖୁସି ଖବର -୨୦୨୨ ଏଏଫସି ମହିଳା ଏସିଆ କପର ଆୟୋଜନ କରିବ ଭାରତ, ୧୯୭୯ ପରେ ଦ୍ୱିତୀୟ ଥର ମିଳିଛି ସୁଯୋଗ

Share It

କରୋନା ଭାଇରସ କାରଣରୁ କ୍ରୀଡ଼ାଜଗତ ଉପରେ ଲାଗିଥିବା ବିରାମ ପରେ ଏବେ ପୁଣିଥରେ ସବୁକିଛି ନିଜସ୍ଥାନକୁ ଫେରିବାର ଦେଖାଯାଉଛି । ପୁରା ଦୁନିଆରେ ଖେଳର ଆରମ୍ଭ ମଧ୍ୟରେ ଭାରତୀୟ ଫୁଟବଲ ପାଇଁ ଏକ ବଡ଼ ଖୁସି ଖବର ଆସି ପହଂଚିଛି । ଏସିଆ ଫୁଟବଲ ପରିସଂଘ (ଏଏଫସି) ୧୯୭୯ ପରଠାରୁ ପ୍ରଥମ ଥର ପାଇଁ ୨୦୨୨ ମହିଳା ଏସିଆ କପର ଆୟୋଜନ ଅଧିକାର ଭାରତକୁ ହସ୍ତାନ୍ତର କରିଛି ।
ଏଏଫସି ମହିଳା ଫୁଟବଲ ସମିତିର ବୈଠିକରେ ଏହାର ନିଷ୍ପତି କରାଯାଇଛି । ଏହା ପୂର୍ବରୁ ଫେବୃଆରୀରେ ଏଏଫସି ମହିଳା ଫୁଟବଲ ସମିତି ଭାରତକୁ ଆୟୋଜନକାରୀ ହେବାର ସୁପାରିଶ କରିଥିଲା । ଅଖିଳ ଭାରତୀୟ ଫୁଟବଲ ସଂଘକୁ ଲେଖାଯାଇଥିବା ପତ୍ରରେ ଏଏଫସିର ମହାସଚିବ, ଦାତୋ ୱିଣ୍ଡୋସର ଜନ ଲେଖିଛନ୍ତି ଯେ, ‘ସମିତି ଅଖିଳ ଭାରତୀୟ ଫୁଟବଲ ମହାସଂଘକୁ ଏଏଫସି ଏସିଆ ମହିଳା ଫୁଟବଲ କପ ୨୦୨୨ ଫାଇନାଲ ପାଇଁ ହୋଷ୍ଟିଙ୍ଗର ଦାୟୀତ୍ୱ ଦେବାର ନିଷ୍ପତି କରିଛି ।”
ଟୁର୍ଣ୍ଣାମେଂଟର ଆୟୋଜନ ୨୦୨୨ର ମଧ୍ୟଭାଗରେ କରାଯିବ, ଏହି ସମୟରେ ମୋଟ ୧୨ଟି ଟିମ ଅଂଶଗ୍ରହଣ କରିବେ । ଆୟୋଜକ ଦେଶ ହେବା ପରେ ଭାରତ ଏହି ଟୁର୍ଣ୍ଣାମେଂଟ ପାଇଁ ଆପେ ଆପେ କ୍ୱାଲିଫାଏ କରିଯାଇଛି । ଏହି ଟୁର୍ଣ୍ଣାମେଂଟ ୨୦୨୩ ଫିଫା ମହିଳା ବିଶ୍ୱକପ ପାଇଁ ଯୋଗ୍ୟତା ଟୁର୍ଣ୍ଣାମେଂଟ ଭାବେ ମଧ୍ୟ କାର୍ଯ୍ୟ କରିବ ।
ଏହା ଗୌରବର ବିଷୟ ଯେ ଯେତେବେଳେ ୧୯୭୯ ମସିହାରେ ଏହି ଟୁର୍ଣ୍ଣାମେଂଟର ଆୟୋଜନ ଭାରତରେ ହୋଇଥିଲା ସେତେବେଳେ ଆୟୋଜକ ଦେଶ ଏଥିରେ ଉପ-ବିଜେତା ରହିଥିଲା । ଜଣାଇଦେଉଛୁ ଯେ ଭାରତ, ୨୦୧୬ରେ ଏଏଫସି ଅଣ୍ଡର-୧୬ ପ୍ରତିଯୋଗୀତା ଏବଂ ୨୦୧୭ରେ ଫିଫା ଅଣ୍ଡର-୧୭ ବିଶ୍ୱ କପର ଆୟୋଜନ କରିସାରିଛି ଏବଂ ୨୦୨୨ରେ ମହିଳା ବିଶ୍ୱକପର ଆୟୋଜନ କରିବା ପାଇଁ ମଧ୍ୟ ପ୍ରସ୍ତୁତ ।


Share It

Comments are closed.