ମାଷ୍ଟରକାର୍ଡ, ଆକ୍ସିସ୍ ବ୍ୟାଙ୍କ ଓ ୱାର୍ଲ୍ଡଲାଇନ୍ ପକ୍ଷରୁ ବ୍ୟବସାୟୀଙ୍କ ପାଇଁ ସଫ୍ଟ ପିଓଏସ୍‌ର ଶୁଭାରମ୍ଭ

Share It

ଭୁବନେଶ୍ୱର: ଭାରତର ପ୍ରଥମ ଆର୍ଥିକ ପେମେଂଟ୍‌ସ ସେବା ଭାବେ ପ୍ରତ୍ୟେକ ସ୍ମାର୍ଟଫୋନ୍‌କୁ ବ୍ୟବସାୟୀଙ୍କ ପାଇଁ ପଏଂଟ୍ ଅଫ୍ ସେଲ୍ (ପିଓଏସ୍‌) ଟର୍ମିନାଲରେ ପରିଣତ କରିବା ପାଇଁ ମାଷ୍ଟରକାର୍ଡ, ଆକ୍ସିସ୍ ବ୍ୟାଙ୍କ ଓ ୱାର୍ଲ୍ଡଲାଇନ୍ ପକ୍ଷରୁ ସଫ୍ଟ ପିଓଏସର୍ ଶୁଭାରମ୍ଭ କରାଯାଇଛି । ଏହି ନୂତନ ସମାଧାନ ବ୍ୟବସାୟୀ ସମୁଦାୟଙ୍କ ନିମନ୍ତେ ଇ-ଖାତା, ଅନ୍‌ଲାଇନ୍ ଦୋକାନ, କ୍ୟାଶ ରେଜିଷ୍ଟର ଏବଂ ଜୋହୋ ବିଜନେସ ସଲ୍ୟୁସନ୍ସ ଭଳି ଅନେକ ବୈଶିଷ୍ଟ୍ୟ ସହ ଆସିଛି । ପାରମ୍ପରିକ ଭାବେ ପେମେଂଟ୍ ଆକାରରେ ନଗଦ ଅର୍ଥ ଗ୍ରହଣ କରୁଥିବା ବ୍ୟବସାୟୀମାନଙ୍କ ପାଖରେ ଏବେ ଅର୍ଥ ନେଣଦେଣକୁ ପରିଚାଳନା କରିବା ପାଇଁ ଏକ ସରଳ ଓ ଅଧିକ ସୁରକ୍ଷିତ ମାଧ୍ୟମ ରହିଛି । ବ୍ୟବସାୟୀ ସମୁଦାୟ ଏହି ସଫ୍ଟ ପିଓଏସକୁ ତୁରନ୍ତ ବ୍ୟବହାର କରିପାରିବେ କାରଣ ଅଧିଗ୍ରହଣକାରୀ ବ୍ୟାଙ୍କ ସହିତ ଏହାର ପଞ୍ଜୀକରଣ ପ୍ରକ୍ରିୟା ୩୦ ମିନିଟରୁ ମଧ୍ୟ କମ୍ ସମୟରେ ହୋଇଯାଇଥାଏ । ଦେଶବ୍ୟାପୀ ବ୍ୟବସାୟୀମାନଙ୍କ ପାଖରେ ଏବେ ନିଜ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ମାଧ୍ୟମରେ ସିଧାସଳଖ କଂଟାକ୍ଟଲେସ୍ ପେମେଂଟ୍ ଗ୍ରହଣ କରିବାର ବିକଳ୍ପ ରହିବ । ଏହି କାର୍ଯ୍ୟକାରିତାକୁ ‘ଟ୍ୟାପ୍ ଅନ୍ ଫୋନ୍‌’ କୁହାଯାଉଛି, ଯାହାର ଅର୍ଥ ହେଉଛି ଜଣେ କାର୍ଡହୋଲ୍ଡର ନିଜ କଂଟାକ୍ଟଲେସ୍ କାର୍ଡକୁ ଏନ୍‌ଏଫ୍‌ସି କାର୍ଯ୍ୟକାରିତା ସହିତ ବ୍ୟବସାୟୀଙ୍କ ସ୍ମାର୍ଟଫୋନ୍‌ରେ ଟ୍ୟାପ୍ କରି ପେମେଂଟ୍ କରିପାରିବେ ଓ ସାମାଜିକ ଦୂରତାକୁ ପ୍ରୋତ୍ସାହିତ କରିପାରିବେ ।
ଏସମ୍ପର୍କରେ ମାଷ୍ଟରକାର୍ଡର ସାଉଥ୍ ଏସିଆ, ହେଡ୍ ଅଫ୍ ଆକ୍‌ସେପ୍‌ଟାନ୍ସର ଉପାଧ୍ୟକ୍ଷ ବିକାଶ ସାରାଓଗି କହିଛନ୍ତି ଯେ, “ଡିଜିଟାଲ ଇଣ୍ଡିଆ ଓ ଏକ କମ୍ ନଗଦ ବିଶିଷ୍ଟ ସମାଜ ପାଇଁ ଦେଶର କ୍ରାନ୍ତିକୁ ସହଯୋଗ କରିବା ପାଇଁ ମାଷ୍ଟରକାର୍ଡ ୨୦୨୦-୨୧ ସୁଦ୍ଧା ୧୦ ମିଲିୟନ ବ୍ୟବସାୟୀଙ୍କୁ ଡିଜିଟାଲ ପେମେଂଟ୍‌ସ ଆକ୍‌ସେପ୍‌ଟାନ୍ସ ଭିତିଭୂମି ସହିତ ସଶକ୍ତ କରିବାରେ ନିଜର ଏହି ଯାତ୍ରାରେ ଆକ୍ସିସ୍ ବ୍ୟାଙ୍କ ଏବଂ ୱାର୍ଲ୍ଡଲାଇନ ସହ ସହଭାଗିତା କରି ଖୁବ୍ ଆନନ୍ଦିତ ।” ସେହିଭଳି ଆକ୍ସିସ୍ ବ୍ୟାଙ୍କର କାର୍ଡସ୍ ଆଣ୍ଡ ପେମେଂଟ୍‌ସ ବିଭାଗର ମୁଖ୍ୟ ସଞ୍ଜୀବ ମୋଘେ କହିଛନ୍ତି ଯେ, ମାଷ୍ଟରକାର୍ଡ, ଆକ୍ସିସ୍ ବ୍ୟାଙ୍କ ଓ ୱାର୍ଲ୍ଡଲାଇନ୍‌ର ଏହି ମିଳିତ ପ୍ରୟାସ ଏହି ସମୁଦାୟ ପାଇଁ ଏକ ଭିନ୍ନ ଚ୍ୟାନେଲ ଖୋଲିବା ସହିତ କ୍ଷୁଦ୍ର ବ୍ୟବସାୟୀମାନଙ୍କର ଅଣଆବିଷ୍କୃତ ଦୁନିଆରେ ପ୍ରବେଶ କରିବାରେ ମଧ୍ୟ ସହଯୋଗ କରିବ ।” ୱାର୍ଲ୍ଡଲାଇନ୍ ସାଉଥ୍ ଏସିଆ ଓ ମିଡିଲ ଇଷ୍ଟ୍‌ର ପରିଚାଳନା ନିର୍ଦ୍ଦେଶକ ଦୀପକ ଚାନ୍ଦନାନି କହିଛନ୍ତି ଯେ, “ସଫ୍ଟ ପିଓଏସ୍ ଭାରତରେ ଲକ୍ଷ ଲକ୍ଷ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ସମସ୍ତ ପ୍ରକାରର ଡିଜିଟାଲ ପେମେଂଟ୍ ସୁଲଭତା ସହ ଗ୍ରହଣ କରିବା ପାଇଁ ସକ୍ଷମ କରି ଡିଜିଟାଲ ପେମେଂଟ୍‌ର ଦୃଶ୍ୟପଟ୍ଟକୁ ବଦଳାଇବ ।”
ଏହି ଆପ୍ ୮ଟି ଭାଷାରେ ଉପଲବ୍ଧ ହେଉଛି ଏବଂ ସହଜରେ ଗୁଗଲ୍ ପେ’, ହ୍ୱାଟ୍‌ସଆପ୍ ପେ’, ଆମାଜନ ପେ’ ଓ ଅନ୍ୟାନ୍ୟ ପେମେଂଟ୍ ପ୍ଲାଟ୍‌ଫର୍ମଗୁଡିକ ସହ ଲିଙ୍କ୍ ହୋଇପାରୁଛି । ଏହି ଆପ୍ ବର୍ତମାନ ଆଣ୍ଡ୍ରଏଡ୍ ଉପଭୋକ୍ତାମାନଙ୍କ ପାଇଁ ଉପଲବ୍ଧ ହେଉଥିବା ବେଳେ ଖୁବ୍‌ଶୀଘ୍ର ଏହାକୁ ଆଇଫୋନ୍ ଉପଭୋକ୍ତାଙ୍କ ପାଇଁ ମଧ୍ୟ ଶୁଭାରମ୍ଭ କରାଯିବ ।


Share It

Comments are closed.