ପ୍ରକୃତିର ସୁରକ୍ଷା ଦିଗରେ ନିଜର ପ୍ରତିଶ୍ରୁତିକୁ ଆହୁରି ମଜବୁତ କରିଛି ଓରିଫ୍ଲେମ
ଭୁବନେଶ୍ୱର: ଅଗ୍ରଣୀ ସ୍ୱେଡିସ ଡାଇରେକ୍ଟ-ସେଲିଙ୍ଗ ବିୟୁଟି ବ୍ରାଣ୍ଡ ଓରିଫ୍ଲେମ, ସବୁବେଳେ ପ୍ରକୃତିର ସୁରକ୍ଷାକୁ ଗୁରୁତ୍ୱର ସହ ଗ୍ରହଣ କରିଆସୁଛି । ତେଣୁ ଏହି ଚିନ୍ତାଧାରା ସହ ଏହି ବ୍ରାଣ୍ଡ ସ୍ଥାୟୀ ବ୍ୟବସାୟ ଅଭ୍ୟାସ ଅନୁସରଣ କରିବା ଏବଂ ତିନୋଟି ରଣନୈତିକ କ୍ଷେତ୍ର ଯଥା ଜଳ, ଜଳବାୟୁ ଏବଂ ଜଙ୍ଗଲ ଉପରେ ନକାରାତ୍ମକ ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରତିବଦ୍ଧ । ସମଗ୍ର ବିଶ୍ୱରେ ଜଳ ଅଭାବକୁ ଦୃଷ୍ଟିରେ ରଖି ବ୍ରାଣ୍ଡ ଏହାର ଉତ୍ପାଦନ ସ୍ଥଳଗୁଡ଼ିକରେ ଉତ୍ପାଦନ ପ୍ରକ୍ରୟା ସମୟରେ ପ୍ରତି ୟୁନିଟ ପିଛା ଜଳର ବ୍ୟବହାରକୁ ୨୦୧୫ ମସିହା ତୁଳନାରେ ୧୮% ପର୍ଯ୍ୟନ୍ତ କମାଇଦେଇଛି । ବିଶ୍ୱର ଜଳ ଉତ୍ସଗୁଡ଼ିକୁ ସୁରକ୍ଷା ଦେବା କ୍ଷେତ୍ରରେ ନିଜର ଦୃଢ଼ ଅଭିଯାନ କ୍ରମରେ ଓରିଫ୍ଲେମର ଲଭ୍ ନେଚର୍ସ ରିନ୍ଜ ଅଫ ଉତ୍ପାଦଗୁଡ଼ିକ ସିଲିକନ ରହିତ, କ୍ଷୟଯୋଗ୍ୟ ଏବଂ କେବଳ ପ୍ରକୃତିରୁ ସଂଗୃହୀତ ଏକ୍ସଫୋଲିଏଟିଙ୍ଗ ଅଂଶର ବ୍ୟବହାର କରିଥାଏ । ଏପରିକି ୨୦୧୬ ଠାରୁ ଓରିଫ୍ଲେମ ପ୍ଲାଷ୍ଟିକ ମାଇକ୍ରୋବିଡ ଯୁକ୍ତ ରିନ୍ଜ ଅଫ ଉତ୍ପାଦଗୁଡ଼ିକର ପ୍ରସ୍ତୁତି ବନ୍ଦ କରିଦେଇଛି ଏବଂ କେବଳ ୧୦୦ ପ୍ରତିଶତ ପ୍ରାକୃତିକ ଉପାଦାନର ବ୍ୟବହାର କରୁଛି ।
ଆହୁରି ଭାରତରେ ଥିବା ଓରିଫ୍ଲେମର ୱେଲନେସ ଫ୍ୟାକ୍ଟରୀ ଏହାର ଜଳକୁ ୧୦୦% ପୁନଃବ୍ୟବହାରଯୋଗ୍ୟ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଶେଷରେ ଜଳାଶୟ ଗୁଡ଼ିକରେ ସାମୁଦ୍ରିକ ଜୀବମାନଙ୍କର ସୁରକ୍ଷା ଉପରେ ଦୃଷ୍ଟି ଦେଇ ଓରିଫ୍ଲେମ ସ୍ଥାୟୀ ମତ୍ସ୍ୟଚାଷକୁ ସମର୍ଥନ କରୁଛି ଏବଂ ଏହାର ଓମେଗା ୩କୁ ସମୁଦ୍ରରୁ ସଂଗ୍ରହ କରୁଛି । ଗତ କିଛି ଦଶନ୍ଧି ହେବ ବ୍ରାଣ୍ଡ ଏହାର ଅଙ୍ଗାରକାମ୍ଳ ଉତ୍ସର୍ଜନକୁ ହ୍ରାସ କରିଛି, ଏବଂ ୨୦୧୦ ଠାରୁ ଏଥିରେ ୪୮%ର ହ୍ରାସ କରିବାରେ ସଫଳ ହୋଇପାରିଛି । ବର୍ତମାନ ସମୟରେ ବ୍ରାଣ୍ଡର ନିର୍ମାଣକାରୀ ସ୍ଥଳ ଏବଂ କାର୍ଯ୍ୟାଳୟଗୁଡ଼ିକ ସୂର୍ଯ୍ୟ, ପବନ ଏବଂ ହାଇଡ୍ରୋ(ଜଳ) ଯୋଗାଣ ଦ୍ୱାରା ପରିଚାଳିତ ହେଉଥିବା ୧୦୦% ପୁନଃବ୍ୟବହାରଯୋଗ୍ୟ ବିଦ୍ୟୁତ ଶକ୍ତି ଦ୍ୱାରା ବ୍ୟବସ୍ଥିତ । ଅଧିକନ୍ତୁ କମ୍ପାନୀ ଏହାର ସୁଗନ୍ଧରେ ପ୍ରାକୃତିକ ଆଲକୋହଲ ବ୍ୟବହାର କରିବା ପାଇଁ ପ୍ରଖ୍ୟାତ ଅଟେ, ଯାହାଦ୍ୱାରା କମ୍ପାନୀ ଜଳବାୟୁ ଉପରେ ନକାରାତ୍ମକ ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରାକୃତିକ କଂଚାମାଲର ବ୍ୟବହାର କରିବାର ଏହାର ପ୍ରତିଶ୍ରୁତିକୁ ଦର୍ଶାଉଛି ।
ଏହାର ପ୍ରତିଶ୍ରୁତି ସମ୍ପର୍କରେ ଶ୍ରୀ ନବୀନ ଆନନ୍ଦ, ବରିଷ୍ଠ ନିର୍ଦ୍ଦେଶକ,ରିଜୋନାଲ ମାର୍କେଟିଙ୍ଗ,ଓରିଫ୍ଲେମ ସାଉଥ ଏସିଆ କହିଛନ୍ତି ଯେ, “ଏକ ସ୍ୱେଡିସ ବିୟୁଟି ବ୍ରାଣ୍ଡ ଭାବେ ପରିବେଶ ସୁରକ୍ଷା ଆମ ଡିଏନରେ ହିଁ ରହିଥାଏ । ଆମର ଉତ୍ପାଦଗୁଡ଼ିକ ଆପଣମାନଙ୍କ ପାଇଁ ଏବଂ ଆମେ ବାସ କରୁଥିବା ଗ୍ରହ ପାଇଁ ୧୦୦% ସୁରକ୍ଷିତ । ଏଭଳି ସଂକଟମୟ ପରିସ୍ଥିତିରେ ବିଶ୍ୱକୁ ‘ହାପି ଏନଭାଇରମେଂଟ ଡେ’-ବିଶ୍ୱ ଦିବସ’ର ଶୁଭକାମନା ପ୍ରଦାନ କରୁଛି ।”
Comments are closed.