ଉନ୍ନତ ଗେମିଂ ଅଭିଜ୍ଞତା ପାଇଁ ଆସସ୍ ପକ୍ଷରୁ ଟଫ ସିରିଜ ଲାପ୍ଟପ ଓ ରଗ୍ ଡେସ୍କଟପର ଶୁଭାରମ୍ଭ
ଭୁବନେଶ୍ୱର: ଅତ୍ୟାଧୁନିକ ଗେମିଙ୍ଗ୍ ଅଭିଜ୍ଞତା ପ୍ରଦାନ କରିବା ଲକ୍ଷ୍ୟକୁ ନେଇ ଟେକ୍ ଜିଆଂଟ୍ ଆସସ୍ ପକ୍ଷରୁ ଭାରତୀୟ ଉପଭୋକ୍ତାଙ୍କ ପାଇଁ ଏକ ନୂତନ ରେଞ୍ଜର ଟଫ୍ ଗେମିଙ୍ଗ୍ ଲାପ୍ଟପ୍ ଓ ରଗ୍ ଡେସ୍କଟପ୍ର ଶୁଭାରମ୍ଭ କରାଯାଇଛି । ଏହି ବ୍ରାଣ୍ଡ ପକ୍ଷରୁ ଟଫ ସିରିଜ୍ ଅଧୀନରେ ଦୁଇଟି ନୂତନ ମଡେଲ ଏ୧୫ ଓ ଏ୧୭ର ଶୁଭାରମ୍ଭ କରାଯାଇଛି ଯେଉଁଥିରେ ନୂତନ ୭ ନାନୋମିଟର୍ ଏଏମ୍ଡି ରାଇଜେନ ୪୦୦୦ ସିରିଜ୍ ମୋବାଇଲ ପ୍ରୋସେସର୍ ରହିଛି । ଏ୧୫ର ଏକ ବନ୍ଫାୟାର୍ ବ୍ଲାକ୍ (ଏଫ୍ଏ୫୦୬) ଓ ଏକ ଫର୍ଟ୍ରେସ୍ ଗ୍ରେ (ଏଫ୍ଏ୫ସ୬୬) ଭର୍ସନ ରହିଥିବା ବେଳେ, ଏ୧୭ (ଏଫ୍ଏ୭୦୬) କେବଳ ଫର୍ଟ୍ରେସ୍ ଗ୍ରେସ୍ ଭର୍ସନରେ ଉପଲବ୍ଧ ହେବ । ଅନ୍ୟପଟେ ରଗ୍ ଡେସ୍କଟପ୍ରେ ଦୁଇଟି ମଡେଲ ଜିଏ୧୫ ଓ ଜିଏ୩୫ ରହିଥିବା ବେଳେ ଏଥିରେ ଏଏମ୍ଡି ରାଇଜେନ୍୯ ୩୯୫୦ଏକ୍ସ ଡେସ୍କଟପ୍ ପ୍ରୋସେସର୍ ରହିଛି ।
ଟଫ୍ (ଟିୟୁଏଫ୍) ଏ୧୫ ଓ ଏ୧୭ ଲାପ୍ଟପ୍ରେ ଏକ ୮-କୋର୍, ୧୬-ଥ୍ରେଡ୍ ରାଇଜେନ୍୯ ୪୯୦୦ଏଚ୍ ସହିତ ନୂତନ ୭ଏନ୍ଏମ୍ ଏଏମ୍ଡି ରାଇଜେନ୍ ୪୦୦୦ ସିରିଜ୍ ମୋବାଇଲ ପ୍ରୋସେସର୍ ରହିଛି ଯାହାକି ପୂର୍ବ ପିଢି ତୁଳନାରେ ଦୁଇଗୁଣ ପ୍ରଦର୍ଶନ ପ୍ରଦାନ କରିଥାଏ । ଟଫ୍ ଏ୧୫ରେ ଆଡାପ୍ଟିଭ୍ ସିଙ୍କ୍ ସହିତ ୧୪୪ ଏଚ୍ଜେଡ୍ ପର୍ଯ୍ୟନ୍ତ ରିଫ୍ରେସ ରେଟ୍ ଡିସ୍ପ୍ଲେ ସହ ଖରାପ ଗେମ୍ପ୍ଲେକଚ ଶେଷ କରିଥାଏ । ଟଫ୍ ଏ୧୫/ଏ୧୭ ୟୁଏସ୍ବି ୩.୨ ଜେନ୍ ୨ ଟାଇପ୍-ସି ଡିସ୍ପ୍ଲେପୋର୍ଟ ୧.୪ ଓ ମାଷ୍ଟର-ଲେଭେଲ୍ ମଲ୍ଟିଟ୍ୟାସ୍କିଙ୍ଗ୍ ପାଇଁ ଏଚ୍ଡିଏମ୍ଆଇ ୨.୦ବି ମାଧ୍ୟମରେ ଦୁଇଟି ବାହ୍ୟ ମନିଟର ସହ କନେକ୍ଟ ହୋଇପାରିଥାଏ । ରଗ୍ ଜିଏ୩୫ ଟାୱାର ଡେସ୍କଟପ୍ ପିସିରେ ଏକ ଏଏମ୍ଡି ରାଇଜେନ୍ ୯ ୩୯୫୦ଏକ୍ସ ପ୍ରୋସେସର୍ ରହ
Comments are closed.