ପ୍ୟାକେଜିଙ୍ଗ ବର୍ଜ୍ୟ ହ୍ରାସ କରିବା ପାଇଁ ଆମାଜନ ଇଣ୍ଡିଆର ଫ୍ରି ସିପିଙ୍ଗ ଅଭିଯାନ
ଭୁବନେଶ୍ୱର: ଆମାଜନ ଇଣ୍ଡିଆ ପକ୍ଷରୁ ଦେଶରେ ନିଜର ପ୍ରଥମ ପଦକ୍ଷେପ, ପ୍ୟାକେଜିଙ୍ଗ ଫ୍ରି ସିପିଙ୍ଗ (ପିଏଫଏସ)ର ଶୁଭାରମ୍ଭ କରାଯାଇଛି । ସମଗ୍ର ଦେଶର ୧୦୦ରୁ ଅଧିକ ସହରକୁ ସଂପ୍ରସାରଣ କରି ଏହାର ଯୋଗାଣ ଶୃଙ୍ଖଳାରେ ପ୍ୟାକେଜିଙ୍ଗ ବର୍ଜ୍ୟବସ୍ତୁକୁ ହ୍ରାସ କରିବା ଦିଗରେ ଏକ ବାସ୍ତବିକ ସଫଳତା ହାସଲ କରିଛି । କୌଣସି ଅତିରିକ୍ତ ପ୍ୟାକେଜିଙ୍ଗ ବିନା ଆଖି ଦୃଶିଆ ପ୍ୟାକେଜିଙ୍ଗ ହ୍ରାସ କରିବା ସହିତ ଗ୍ରାହକଙ୍କ ଅର୍ଡର ଗୁଡ଼ିକୁ ସେମାନଙ୍କ ମୂଳ ପ୍ୟାକେଜିଙ୍ଗ ସହିତ ପଠାଯିବା ପିଏଫଏସ ଅଟେ ଯାହା ଏକ ଅବିରତ ପ୍ୟାକେଜିଙ୍ଗ ସମାଧାନ ଅଟେ । ଜୁନ ୨୦୧୯ରେ ଭାରତରେ ୯ଟି ସହରରେ ଆମାଜନ ପ୍ରଥମେ ପିଏଫଏସର ଶୁଭାରମ୍ଭ କରିଥିଲା ଏବଂ ଗୋଟିଏ ବର୍ଷ ମଧ୍ୟରେ ୧୦୦ରୁ ଉର୍ଦ୍ଧ୍ୱ ସହରରେ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସଂପ୍ରସାରଣ କରିବାକୁ କମ୍ପାନୀ ସକ୍ଷମ ହୋଇପାରିଛି ।
ପିଏଫଏସର ଏହି ସଂପ୍ରସାରଣ ସହିତ ଆମାଜନ ଇଣ୍ଡିଆର ଫୁଲଫିଲମେଂଟ କେନ୍ଦ୍ରରୁ ୪୦%ରୁ ଉର୍ଦ୍ଧ୍ୱ ଗ୍ରାହକକୁ ସେମାନଙ୍କ ଅର୍ଡର ପ୍ୟାକେଜିଙ୍ଗ ମୁକ୍ତ ଭାବେ ବା ଆଖି ଦୃଶିଆ ପ୍ୟାକେଜିଙ୍ଗ ବିନା ପଠାଯାଉଛି । ପିଏଫଏସ ଦ୍ୱାରା ବିତରଣ ବେଳେ ପୁନଃ ବ୍ୟବହାର୍ଯ୍ୟ ବୋଟରେ ବିବିଧ ଗ୍ରାହକଙ୍କ ଅର୍ଡର ସୁରିିକ୍ଷିତ ଭାବେ ପଠାଯାଉଛି । ଏହି ପିଏଫଏସ ଆଲ୍ଗୋରିଦମ ପ୍ରଯୁକ୍ତିର ଉପଯୋଗ କରିଥାଏ ଏବଂ ଯାହା ଗ୍ରାହକଙ୍କର ଅବସ୍ଥିତି, ଅର୍ଡର ଅତିକ୍ରମ କରିବାକୁ ଥିବା ଦୂରତା ଏବଂ ଅର୍ଡର ହୋଇଥିବା ଉତ୍ପାଦର ବର୍ଗ ଭଳି ମାପଦଣ୍ଡଗୁଡ଼ିକ ଆଧାରରେ ଅର୍ଡରଗୁଡ଼ିକରେ ଲାଗୁ ହୋଇଥାଏ । ଉତ୍ପାଦ ଏବଂ ପରିବହନ ଅବସ୍ଥା ଉପରେ ନିର୍ଭର କରୁଥିବା ପ୍ୟାକେଜିଙ୍ଗ ସୁରକ୍ଷାକୁ ପରିଚାଳନା କରିବା ପାଇଁ ଆମାଜନ.ଇନ ମେସିନ ଲର୍ଣ୍ଣିଙ୍ଗ ଆଲଗୋରିଦମର ବ୍ୟବହାର କରୁଛି । ଏହାବାଦ ପରିବହନ ସମୟରେ ଅଧିକ ସୁରକ୍ଷା ଆବଶ୍ୟକ କରୁଥିବା ଭଳି ଉତ୍ପାଦ ଯଥା ତରଳ, ନରମ ଦ୍ରବ୍ୟ ଏବଂ ବ୍ୟକ୍ତିଗତ ଯତ୍ନ ଉପକରଣଗୁଡ଼ିକ ପ୍ୟାକେଜିଙ୍ଗ ସହିତ ପଠାଇବା ଜାରି ରହିଛି ।
“ଆବର୍ଜନା ହ୍ରାସ କରିବା ପାଇଁ ଆମାଜନ ଇଣ୍ଡିଆରେ ଆମେ ନିରନ୍ତର ଏବଂ ଅଭିନବ ପ୍ୟାକେଜିଙ୍ଗ ସମାଧାନ ଉପରେ କାର୍ଯ୍ୟ କରୁଛୁ । ପ୍ୟାକେଜିଙ୍ଗର ବ୍ୟବହାର ଆହୁରି କମାଇବା ପାଇଁ ଆମେ ଇ-କମର୍ସ ଫ୍ରେଣ୍ଡଲୀ ପ୍ୟାକେଜିଙ୍ଗ ପ୍ରଦାନ କରିବା ପାଇଁ ଅନେକ ବ୍ରାଣ୍ଡ ସହ କାର୍ଯ୍ୟ କରୁଛୁ ବୋଲି ପ୍ରକାଶ କୁମାର ଦତା, ନିର୍ଦ୍ଦେଶକ, ଗ୍ରାହକ ଫୁଲଫିଲମେଂଟ ଓ ଯୋଗାଣ ଶୃଙ୍ଖଳା, ଆମାଜନ ଇଣ୍ଡିଆ କହିଛନ୍ତି ।
Comments are closed.