ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୩ ଆତଙ୍କବାଦୀ ନିପାତ

Share It

ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ନିପାତ ଅଭିଯୋନରେ ସେନା ଆଉ ପାଦେ ଆଗେଇଛି । ଆତଙ୍କୀ ବିରୋଧୀ ସର୍ଚ୍ଚ ଅପେରସନ ଜାରି ରହିଛି । ପୁଲଓ୍ୱାମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ନିହତ ହୋଇଛନ୍ତି । କଙ୍ଗନ ଗାଁରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ସ୍ଥାନୀୟ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ପୁଲଓ୍ୱାମରେ ଇଣ୍ଟରନେଟ୍‌ ସେବାକୁ କିଛି ସମୟ ପାଇଁ ବନ୍ଦ କରିଦିଆଯାଇଥିବାର ସୂଚନା ମଧ୍ୟ ମିଳିଛି ।

ସୂଚନାଯୋଗ୍ୟ ଯେ, ପୁଲଓ୍ୱାମାର କଙ୍ଗନ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ସେନାବାହିନୀଙ୍କୁ ଖବର ମିଳିଥିଲା । ସୁରକ୍ଷାକର୍ମୀଙ୍କୁ ଖବର ମିଳିବା ମାତ୍ର ସ୍ଥାନୀୟ ଅଞ୍ଚଳରେ ପୋଲିସ ସହାୟତାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ପୋଲିସ-ସୁରକ୍ଷାକର୍ମୀ ଚାରିପଟୁ ଘେରିବା ଦେଖି ଆତଙ୍କବାଦୀମାନେ ଗୁଳି ଚାଳନା ଆରମ୍ଭ କରିଥିଲେ । କିନ୍ତୁ ସୁରକ୍ଷାକର୍ମୀ ଏହାର ଜୃଢ ଜବାବ ଦେଇଥିଲେ । ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ଜଣ ଆତଙ୍କୀ ନିହତ ହୋଇଛନ୍ତି । ସମସ୍ତ ଆତଙ୍କବୀଦୀଙ୍କ ଜୈସ-ଏ-ମହମ୍ମଦର ବୋଲି ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ଆତଙ୍କବାଦୀଙ୍କ ପରିଚୟ ଜଣାପଡିନାହିଁ । ସ୍ଥାନୀୟ ଅଞ୍ଚଳରେ ସେନା-ପୋଲିସ ପକ୍ଷରୁ ସର୍ଚ୍ଚ ଅପେରସନ ଜାରି ରହିଛି । ଏହାପୂର୍ବରୁ ସୁରକ୍ଷାକର୍ମୀ ଗୁଳିରେ ଦୁଇ ଜଣ ଆତଙ୍କୀ ନିହତ ହୋଇଥିଲେ । ସେମାନଙ୍କ ନିକଟରୁ କିଛି ଗୁଳିଗୋଳ ମଧ୍ୟ ଜବତ କରାଯାଇଛି ।  ଲଗାତର କିଛି ଦିନ ହେଲା ଆତଙ୍କବାଦୀମାନେ ସୀମା ପାର ହୋଇ ଅରାଜକତା ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛନ୍ତି । କିନ୍ତୁ ସୁରକ୍ଷାକର୍ମୀ ସଜାଗ ଯୋଗୁଁ ନିଜ ଉଦ୍ୟମରେ ବିଫଳ ହେଉଛନ୍ତି ।


Share It

Comments are closed.