ଦେଶରେ ୨ ଲକ୍ଷ ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

Share It

ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୯୦୯ଟି ନୂଆ ମାମଲା ସାମନାକୁ ଆସିଥିବାବେଳେ ଅନ୍ୟପଟେ ଏହି ଭାଇରସ କାରଣରୁ ୨୧୭ଜଣଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ମୁତାବକ, ଭାରତରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷରୁ ଉର୍ଦ୍ଧ୍ୱକୁ ଟପିସାରିଥିବାବେଳେ ସେଥି ମଧ୍ୟରୁ ମୃତ୍ୟୁ ସଂଖ୍ୟା ୬ ହଜାର ନିକଟତର ହୋଇଛି । ବର୍ତ୍ତମାନ ସୁଧା ୫୮୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧,୦୦,୨୮୫ ଜଣ ଡିସଚାର୍ଜ ମଧ୍ୟ ହୋଇ ସାରିଲେଣି । ସେହିଭଳି ବର୍ତ୍ତମାନ ୧,୦୧୭୮୫ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।
କରୋନା ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରେ ଦେଖିବାକୁ ମିଳିଥିବାବେଳେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୭୨,୩୦୦ରେ ଆସି ପହଞ୍ଚିଲାଣି । ସେହିଭଳି ୩୮,୫୦୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ୩୧,୩୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ୨୪୬୫ ଜଣଙ୍କ ମହାରାଷ୍ଟ୍ରରେ ମୃତ୍ୟୁ ଘଟିଛି ।
ସେହିଭଳି ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୪୫ରେ ଆସି ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୯୧୧ ଜଣ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଅନ୍ୟପଟେ ୧୩୨୫ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ଓଡିଶାରେ ଏହି ଭାଇରସ ସଂକ୍ରମଣ କାରଣରୁ ୯ ଜଣଙ୍କ ମୃତ୍ୟୁ ଘଟିଛି ।


Share It

Comments are closed.