ଏବେ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ଫେମ ଅଭିନେତ୍ରୀ ତଥା ରୀବାର ରାଜକୁମାରୀ ହେଲେ କରୋନା ଆକ୍ରାନ୍ତ
ଏ ପର୍ଯ୍ୟନ୍ତ ଅନେକ ବଡ଼ ବଡ଼ ତାରକା କରୋନା ଭାଇରସରେ ଆକ୍ରାନ୍ତ ହୋଇସାରିଛନ୍ତି । ଏହା ମଧ୍ୟରେ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ଫେମ ଅଭିନେତ୍ରୀ ଏବଂ ରୀବାର ରାଜକୁମାରୀ ମୋହିନା କୁମାରୀ କରୋନା ସଂକ୍ରମିତ ହୋଇଛନ୍ତି । ମୋହିନାଙ୍କ ବ୍ୟତୀତ ତାଙ୍କ ସ୍ୱାମୀ ସୁୟଶ ଏବଂ ପରିବାରର ଅନ୍ୟ ସଦସ୍ୟ ଏବଂ ମନ୍ତ୍ରୀ ସତପାଲ ମହାରାଜ ମଧ୍ୟ ଏହି ସଂକ୍ରମଣର ଶିକାର ହୋଇଛନ୍ତି ।
ମୋହିନା ଏବେ ନିଜର ଭାବନା ବ୍ୟକ୍ତ କରିବା ପାଇଁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟ ସକାଳ ୩.୪୫ରେ ଲେଖାଯାଇଛି । ଇନଷ୍ଟାଗ୍ରାମରେ ଏକ ଲମ୍ବା ନୋଟରେ ସେ ଲେଖିଛନ୍ତି ଯେ ‘ମୁଁ ଶୋଇପାରୁ ନାହିଁ । ଏହି ଦିନ ଗୁଡ଼ିକ ଆମ ପାଇଁ ଅନେକ ସଂଘର୍ଷ ଭରା । ମୁଁ ପ୍ରାର୍ଥନା କରୁଛି ସବୁକିଛି ଜଲଦି ଠିକ ହୋଇଯାଉ । ଆମର କୌଣସି ଅଧିକାର ନାହିଁ ଅଭିଯୋଗ କରିବାର କାରଣ ବାହାରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଆମଠାରୁ ମଧ୍ୟ ଅଧିକ କଷ୍ଟ ପାଉଛନ୍ତି ।’ସମସ୍ତଙ୍କ ପ୍ରାର୍ଥନା ଓ ମଙ୍ଗଳ କାମନା ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି ।
ଏହା ପୂର୍ବରୁ ତାଙ୍କ ପରିବାରର ସାତ ଜଣ ସଦସ୍ୟ କରୋନା ପଜିଟିଭ ମିଳିଛନ୍ତି ବୋଲି ମୋହିନା କରୋନା ବିଷୟରେ ସୂଚନା ଦେଇ କହିଥିଲେ । ସେମାନଙ୍କ ଠାରେ କରୋନାର ହାଲକା ଲକ୍ଷଣ ଥିବା ମଧ ସେ ସୂଚନା ଦେଇଥିଲେ ।
ଶନିବାର ଦିନ ସତପାଲ ମହାରାଜଙ୍କ ସ୍ତ୍ରୀ ଏବଂ ମୋହିନାଙ୍କ ଶାଶୁ ଅମୃତା ରାୱତ କରୋନା ପଜିଟିଭ ମିଳିଥିଲେ । ଏହାପରେ ସ୍ୱାସ୍ଥ୍ୟ ବିଭାଗ ଟିମ ସତପାଲ ଏବଂ ତାଙ୍କ ପରିବାର ତଥା ଘରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନଙ୍କ ସହ ମୋଟ ୪୧ ଜଣଙ୍କର ନମୂନା ଯାଂଚ କରିବା ପାଇଁ ପଠାଇଥିଲେ । ଯେଉଁଥିରୁ ମୋଟ ୨୨ ଲୋକ ସଂକ୍ରମିତ ଥିବା ଜଣାପଡ଼ିଥିଲା । ଏ ସମସ୍ତଙ୍କୁ ଏମ୍ସ ରୂଷିକେଶରେ ଭର୍ତି କରାଯାଇଛି ।
Comments are closed.