ଆସାମରେ ଭୂସ୍ମଳନ, ୨୦ ମୃତ ଅନେକ ଗୁରୁତର ଆହତ

Share It

ଦକ୍ଷିଣ ଆସାମରେ ସୋମବାର ଦିନ ହୋଇଥିବା ଭୂସ୍ମଳନରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆସାମର ବାରକ ଭ୍ୟାଲି ଉପତ୍ୟକାର ତିନୋଟି ଜିଲ୍ଲାରେ ଘଟିଥିବା ଏହି ଭୂସ୍ମଳନରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଖବର ଅନୁଯାୟୀ, ଚାଚର ଜିଲ୍ଲାରେ ୭ ଜଣ, ହାଇଲାକନ୍ଦି ଜିଲ୍ଲାରେ ୭ଜଣ ଏବଂ କରିମଗଞ୍ଜ ଜିଲ୍ଲାରେ ୬ ଜଣଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ଆସାମର କରିମଗଞ୍ଜ, ସିଲଚନ ଓ ହିଲାକାଣ୍ଡି ଅଞ୍ଚଳରେ ଭୂ-ସ୍ଖଳନ ଘଟିଛି । ଏହି ଅଞ୍ଚଳରେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଏହି ଭୂସ୍ଖଳନ ଘଟିଥିବା ସୂଚନା ମିଳିଛି।  ବର୍ତ୍ତମାନ ସମୟରେ ଏନଡିଆରଏଫ୍ ଟିମ୍ ସାହାର୍ଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।


Share It

Comments are closed.