ୱାଜିଦ ଖାନଙ୍କ ମା’ କରୋନାରେ ଆକ୍ରାନ୍ତ

Share It

ମହାମାରୀ କରୋନା ଭାଇରସ କାରଣରୁ ବଲିଉଡର ପ୍ରଖ୍ୟାତ ଗାୟକ ‘ୱାଜିଦ ଖାନ’ଙ୍କ ମୃତ୍ୟୁକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିବାବେଳେ ଏହାକୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ବର୍ତ୍ତମାନ ଖବର ଆସୁଛି ଯେ, ୱାଜିଦଙ୍କ ମା’ ରଜିନା କରୋନା ସଂକ୍ରମିତ ଥିବା ଜଣାପଡିଛି । ତାଙ୍କର କରୋନା ଟେଷ୍ଟ ପଜିଟିଭ ଆସିଛି । ପ୍ରକାଶ ଥାଉକି, ୱାଜିଦଙ୍କ ମୃତ୍ୟୁ ହୃଦଘାତ ଏବଂ କିଡନୀ ସଂକ୍ରମଣ ଯୋଗୁଁ ଘଟିଛି ବୋଲି ଜଣାପଡିଛି । ୱାଜିଦ ଯେତେବେଳେ ହସ୍ପିଟାଲରେ ଥିଲେ ସେହି ସମୟରେ ତାଙ୍କ ମା’ ପାଖରେ ରହି ଦେଖାଶୁଣା କରୁଥିଲେ ।
ମିଳିଥିବା ସୂଚନା ମୁତାବକ ରଜିନା କରୋନାରେ ଆକ୍ରାନ୍ତ ଥିବାର ଜଣାପଡିଛି କାରଣ ସେ ପୁଅ ୱାଜିଦଙ୍କ ପାଖରେ ରହି ତାଙ୍କ ଦେଖାଶୁଣା କରୁଥିଲେ । ୱାଜିଦ କିଡନୀ ଏବଂ ଗଳା ସଂକ୍ରମଣରେ ପିଡୀତ ଥିଲେ । ପରବର୍ତ୍ତୀ ସମୟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ସ୍ୱାଜିଦ-ୱାଜିଦଙ୍କ ମା’ ବର୍ତ୍ତମାନ ପୂର୍ବ ଅପେକ୍ଷା ଭଲରେ ଅଛନ୍ତି । ରଜିନା, ହସ୍ପିଟାଲରେ ଉପସ୍ଥିତ ଥିବା ଅନ୍ୟ କରୋନା ରୋଗୀଙ୍କ ଠାରୁ କରୋନା ସଂକ୍ରମଣ ହୋଇଛି ।
ୱାଜିଦଙ୍କ ଅନ୍ତିମ ସଂସ୍କାର ୧ ଜୁନ ଅପରାହ୍ନ ୧ଟା ବେଳେ ହେଲା । ଏଥିରେ ମାତ୍ର ୨୦ ଜଣ ଉପସ୍ଥିତ ଥିଲେ । ଏହା ସହ ପୋଲିସର ତଦାରଖରେ ଏହା ସବୁ ସମାପ୍ତ କରାଯାଇଛି ।


Share It

Comments are closed.