‘ୟୁଏଇ’ରେ ଫସି ରହିଥିବା ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଭୁବନେଶ୍ୱର : କରୋନା ଭାଇରସ କୋଭିଡ-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ବିଦେଶରେ ଅଟକି ରହିଥିବା ଓଡିଆଙ୍କୁ ରାଜ୍ୟକୁ ଫେରିବା ନିମନ୍ତେ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପତ୍ର ଲେଖିଛନ୍ତି । ସୂଚନାଯୋଗ୍ୟ ଗତ ବର୍ଷ ୩୦ ତାରିଖରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ୧୮ଟି ଦେଶର ପ୍ରବାସୀ ଓଡିଆମାନଙ୍କ ସହିତ ଜୁମ ଆପ ଯୋଗେ ଆଲୋଚନା କରିବା ସମୟରେ ‘ୟୁଏଇ’ ଫସି ରହିଥିବା ପ୍ରାୟ ୩୦୦ ପ୍ରବାସୀ ଓଡିଆ ଫେରିବାକୁ ଚାହୁଁଥିବା କଥା ଅବଗତ ହୋଇଥିଲେ । ତେବେ ପ୍ରକ୍ରିୟାଗତ ଅସୁବିଧା ଯୋଗୁଁ ସେମାନଙ୍କର ଫେରିବାରେ ବିଳମ୍ବ ହେଉଥିବା କଥା ଜାଣିପାରିଥିଲେ ଏବଂ ଏ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ବୈଦେଶିକ ମନ୍ତ୍ରାଳ୍ୟ ସହ ଯୋଗାଯୋଗ କରି ସେମାନଙ୍କର ଓଡିଶାକୁ ଫେରିବା ନିମନ୍ତେ ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ଅନୁରୋଧ କରିବା ସହିତ ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲେ ।
ଏହି ମର୍ମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବୈଦେଶିକ ମନ୍ତ୍ରଣାଳୟରେ ଓଡିଶା ଦାୟିତ୍ୱରେ ଥିବା ନୋଡାଲ୍ ଅଧିକାରୀ ଶ୍ରୀ ରାହୁଲ ଶ୍ରୀ ରାହୁଲ ଶ୍ରୀବାସ୍ତବଙ୍କ ସହ ଯୋଗାଯୋଗ କରିଛନ୍ତି ଏବଂ ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି । ଏଥି ସହିତ ଓଡିଶା ଫେରିବା ପରେ ପ୍ରବାସୀ ଓଡିଆମାନଙ୍କୁ କ୍ୱାରେଣ୍ଟାଇନରେ ରହିବା ବ୍ୟବସ୍ଥା ସହିତ ସେମାନଙ୍କୁ ସ୍ୱାସ୍ଥ୍ୟଗତ ସୁବିଧା ଆଦି ଯୋଗାଇ ଦିଆଯିବ ବୋଲି କହିଛନ୍ତି । ‘ୟୁଏଇ’ରେ ଫସି ରହିଥିବା ପ୍ରାୟ ୩୦୦ ପ୍ରବାସୀ ଓଡିଆ ଜୁନ ୫ ତାରିଖରେ ଚାଟାର୍ଡ ପ୍ଲେନରେ ଫେରିବା ପାଇଁ ସ୍ଥିର କରାଯାଇଛି । ଏହି ପରିପ୍ରେକ୍ଷୀରେ ଯେପରି ଧାର୍ଯ୍ୟ ତାରିଖରେ ସେମାନେ ଓଡିଶା ଫେରିପାରିବେ ସେଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏଥି ସହିତ ଅନ୍ୟ ଦେଶମାନଙ୍କରେ ଫସି ରହିଥିବା ପ୍ରବାସୀ ଓଡିଆ, ଯେଉଁମାନେ ଓଡିଶାକୁ ଫେରିବାକୁ ଚାହୁଁଛନ୍ତି ସେମାନଙ୍କୁ ମଧ୍ୟ ଆଣିବା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କରିଛନ୍ତି ।
Comments are closed.