ହୀପ୍ବାର ଆପ୍ରେ ଓଡ଼ିଶାରେ ଆଲ୍କୋହଲିକ୍ ପାନୀୟର ହୋମ୍ ଡେଲିଭରି ଆରମ୍ଭ
ଭୁବନେଶ୍ୱର :ହୀପ୍ବାର, ଭାରତର ପ୍ରଥମ ସ୍ୱତନ୍ତ୍ର ଆଲ୍କୋହଲିକ୍ ପାନୀୟ ଡେଲିଭରି ଆପ୍ ଏହାର ସେବାକୁ ଓଡ଼ିଶାରେ ଆରମ୍ଭ କରିଛି ।ବର୍ତମାନ, ଏହି ଡେଲିଭରି ସେବାକୁ କଟକରେ ଆରମ୍ଭ କରାଯାଇଛି ଓ ଏହାକୁ ଟିୟର ୨ ସହର ଯଥା ସମ୍ବଲପୁର, ବ୍ରହ୍ମପୁର, ରାଉରକେଲାରେ ଖୁବ୍ଶୀଘ୍ର ଆରମ୍ଭ କରାଯିବ । ଭୁବନେଶ୍ୱରରେ ମଧ୍ୟ ଏହାର ଆଶା କରାଯାଉଛି ।
ହୀପ୍ବାର ଡେଲିଭରି ଆପ୍ ୧୦୦% ଭାବରେ ସକରାରୀ ନିୟମର ସୁନିଶ୍ଚିତ କରୁଛି ଓ ବାଧ୍ୟତାମୂଳକ ୟୁଜର ପ୍ରମାଣନ ଓ ବୟସ ଯାଂଚ ପ୍ରକ୍ରିୟାର ଅନୁପାଳନ କରୁଛି । ଗ୍ରାହକମାନେ ହୀପ୍ବାର ଆପବ୍ୟବହାରକରି ସୁବିଧାରେ ସେମାନଙ୍କର ଅର୍ଡ଼ରସବୁ କରିପାରିବେ ।ଏହା ଉଭୟ ଆଇଓଏସ୍ ଓ ଆଣ୍ଡ୍ରଏଡ୍ ଆପରେ ଉପଲବ୍ଧ ରହିଛି ଓ ଏହାର ଡେଲିଭରିକୁ ନିର୍ଦ୍ଦିଷ୍ଟ ଟାଇମ୍ ସ୍ଲଟରେ କରାଯିବ । ସକାଳ ୭ ଘ. ରୁ ଅପରାହ୍ନ୪ ଘ. ପ୍ରଦାନ କରାଯାଇଥିବା ଅର୍ଡ଼ରକୁ ସେହି ଦିନର ଉପଲବ୍ଧ ପରବର୍ତି ୨ ଘଂଟାରଟାଇମ୍ସ୍ଲଟରେଡେଲିଭରିକରାଯିବ । ଯଦି ଏହାକୁ ଅପରାହ୍ନ୪ ଘ. ପରେକରାଯାଏ, ତେବେଏହି ଅର୍ଡ଼ରକୁ ପରବର୍ତି ଦିନ ପ୍ରଥମ ସ୍ଲଟରେ ଡେଲିଭରି କରାଯିବ ।
ଏହାର ବିକାଶ ଉପରେମତ ପ୍ରଦାନ କରି, ପ୍ରସନ୍ନା ନଟରାଜନ, ପ୍ରତିଷ୍ଠାତା ଓ ସିଇଓ, ହୀପ୍ବାର କହିଛନ୍ତି ଯେ, “ହୀପ୍ବାରରେ, ଆମେ ସାରା ଭାରତରେ ନିରାପଦ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ପ୍ରଚେଷ୍ଟା କରୁଛୁ । ଓଡ଼ିଶାର ଗ୍ରାହକମାନେ ସରଳ ଓ ସହଜରେ ଅର୍ଡ଼ର କରିବା ଅନୁଭବକୁ ଆମର ଆପ୍ ମାଧ୍ୟମରେ ପାଇପାରିବେ ଓ ଏଥିପାଇଁ ତାଙ୍କର ଘର ବାହାରକୁ ଯିବାକୁ ପଡ଼ିବ ନାହିଁ । ଆମେ ଓଡ଼ିଶାରେ ପୁଣି ଥରେ ଏହାର ଶୁଭାରମ୍ଭ କରିଥିବାରୁ ବହୁତ ଖୁସି ଓ ରାଜ୍ୟ ଦ୍ୱାରା ଗ୍ରହଣ କରାଯାଇଥିବା ଏକ ସମୟୋଚିତ ପଦକ୍ଷେପ ଅଟେ ।”
Comments are closed.