କେରଳ ଛୁଇଁଲା ମୌସୁମୀ

Share It

୨ମାସର ଅସହ୍ୟ ଗ୍ରୀଷ୍ମତାତି ପରେ ଦେଶକୁ ଏବେ ଏଥିରୁ ମୁକ୍ତି ମିଳିଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ କହିଛନ୍ତି ଯେ ମୌସୁମୀ ଭାରତରେ ପ୍ରବେଶ କରି ସାରିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ପହଞ୍ଚି ସାରିଛି। ଏହା ଦ୍ୱାରା କେରଳରେ ବର୍ଷା ହେବାର ସମ୍ଭାବନା ରହିଛି। ଖୁବ୍ ଶୀଘ୍ର ଏହା ଭାରତର ଅନ୍ୟ ରାଜ୍ୟକୁ ମଧ୍ୟ ପହଞ୍ଚିଯିବ। ଦକ୍ଷିଣ -ପଶ୍ଚିମ ମୌସୁମୀ କେରଳ ଛୁଇଁବା ସହ ବର୍ଷା ଦିନ ଆରମ୍ଭ ହୋଇ ଯାଇଛି। ଆଇଏମଡିର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁ ସାରିଛି। ଜୁନ୍ ମାସରୁ ସେପ୍ଟେମ୍ବର ଯାଏଁ ରହୁଥିବା ମୌସୁମୀ ଯୋଗୁଁ ଭାରତରେ ୭୫ପ୍ରତିଶତ ବର୍ଷା ହୋଇଥାଏ


Share It

Comments are closed.