ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କୁ ମଧ୍ୟରେ ଗୁଳି ବିନିମୟ, ୨ ଆତଙ୍କୀ ନିହତ

Share It

ଜାମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନମୟ ହୋଇଛି । ଏହି ଗୁଳିବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ ପୋଲିସକୁ ଗୋଇନ୍ଦା ସୂଚନା ଆଧାରରେ ସର୍ଚ୍ଚ ଅପରେନସନ ଆରମ୍ଭ କରିଥିଲା । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା ।

ସୂଚନାଯୋଗ୍ୟ ଯେ, କୁଳଗାମ ଜିଲ୍ଲାରେ କିଛି ଆତଙ୍କାବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ସେନା ଓ ପୋଲିସକୁ ମିଳିଥିଲା । ସୁରକ୍ଷାକର୍ମୀ ଖବର ମିଳିବା ମାତ୍ରେ ତୁରନ୍ତ ସ୍ଥାନୀୟ ଅଞ୍ଚଳକୁ ଘେରିଯାଇଥିଲା । ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ତେବେ ପୂରା ଅଞ୍ଚଳକୁ ସେନା ଘେରିବା ଦେଖି ଖସିଯିବାକୁ ଉଦ୍ୟମ କରିଥିଲେ । ସେନା ସେମାନଙ୍କୁ ଆତ୍ମସମର୍ପଣ ହେବାକୁ କହିଥିଲେ , କିନ୍ତୁ ସେମାନ ଶୁଣିନଥିଲେ । ଏପରିକି ଲୁଚି ରହିଥିବା ଘର ମାଲିକ ମଧ୍ୟ ତାଙ୍କୁ ଆତ୍ମସମପ୍ରଣ କରିବାକୁ କହିଥିଲେ । କିନ୍ତୁ କାହା କଥା ଶୁଣିନଥିଲା । ଶେଷରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ସେନାଙ୍କୁ ଗୁଳିରେ ୨ଜଣ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । ଉଭୟ ଆତଙ୍କୀ ହିଜ୍‌ବୁଲ୍‌ ମୁଜାହିଦ୍ଦିନ ବୋଲି ଜଣାପଡିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ପରିଚୟ ହୋଇପାରିନାହିଁ । ଦୁଇଜଣ ଆତଙ୍କୀ ନିହତ ହେବା ଦ୍ୱାରା କୌଣସି ଏକ ବଡ ଅଘଟଣରୁ ବର୍ତ୍ତିଯାଇଥିବା ଅନୁମାନ କରାଯାଉଛି । କିଛି ଦିନ ତଳେ ଏକ ବିସ୍ଫୋରକ ବୋଝେଇ ଗାଡି ଜବତ ହୋଇଥିଲା । ଯାହାଦ୍ୱାର ପୁଲଓ୍ୱାମା ଘଟଣାର ପୁନଃରବୃତ୍ତିରୁ ରକ୍ଷା ମିଳିଯାଇଛି ।


Share It

Comments are closed.