ଡଃ ବିବେକ ବିନ୍ଦ୍ରାଙ୍କ ସହ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କଲା ଭାରତୀୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ
ଭୁବନେଶ୍ୱର: ଭାରତୀୟ ଅର୍ଥନୀତିର ନମନୀୟତା ଓ ଶକ୍ତିକୁ ପ୍ରଦର୍ଶିତ କରୁଥିବା ଏକ ପ୍ରଦର୍ଶନରେ, ୪ ଲକ୍ଷ ଉଦ୍ୟୋଗୀ କୋଭିଡ୍-୧୯ ପରେ ନିଜ ବ୍ୟବସାୟର ପୁନଃନିର୍ମାଣ ପାଇଁ ନିଜକୁ ପ୍ରଶିକ୍ଷିତ କରିବା ଲାଗି ୯୮ ଲକ୍ଷ ମିନିଟ୍ ପାଇଁ ନିଜକୁ ନିୟୋଜିତ କରିଥିଲେ । ବଡା ବିଜ୍ନେସ୍ର ସଂସ୍ଥାପକ ତଥା ସିଇଓ ଏବଂ ଏସିଆର ଟପ୍ ବିଜ୍ନେସ୍ କୋଚ୍ ଡଃ ବିବେକ ବିନ୍ଦ୍ରାଙ୍କ ନେତୃତ୍ୱରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ପ୍ରାୟ ଏହି କାର୍ଯ୍ୟକ୍ରମକୁ ବଡା ବିଜ୍ନେସ୍ ପକ୍ଷରୁ ଆୟୋଜିତ କରାଯାଇଥିଲା । ଏହା ୩୦ ମିନିଟ୍ ପାଇଁ ୧୮୬୯୩ ସ୍ୱତନ୍ତ୍ର ଅଂଶଗ୍ରହଣକାରୀ ସାମିଲ ହୋଇଥିବା ସର୍ବବୃହତ୍ ଅନ୍ଲାଇନ୍ ବାଣିଜ୍ୟିକ ଶିକ୍ଷା ପାଇଁ ଏକ ଗିନିସ୍ ୱାର୍ଲ୍ଡ ରେକର୍ଡର ସଫଳତା ହାସଲ କରିଥିଲା ।
ଏହି ବାଣିଜ୍ୟିକ ପ୍ରଶିକ୍ଷଣ ୱେବିନାର୍ରେ ଦେଶବ୍ୟାପୀ ଏମ୍ଏସ୍ଏମ୍ଇ ମାଲିକମାନଙ୍କର ଯୋଗଦାନ କରିଥିଲେ, ଯେଉଁଥିରେ ଓଡିଶାର ବିଭିନ୍ନ ସହରର ୧୯,୦୦୦ ଉଦ୍ୟୋଗୀ ମଧ୍ୟ ସାମିଲ ଥିଲେ । ଓଡିଶା ହେଉଛି ପ୍ରାୟ ୩.୯ ଲକ୍ଷ ଏମ୍ଏସ୍ଏମ୍ଇର ଘର । ଏକ ସମୟରେ ଯେତେବେଳେ ବିଶ୍ୱର ଅର୍ଥନୀତି ଦୁର୍ବଳ ହୋଇପଡିଛି, ଏହି ସଫଳତା ଭାରତୀୟ ବ୍ୟବସାୟ ପାଇଁ ଏକ ପ୍ରମୁଖ ମାଇଲଖୁଂଟ୍କୁ ସୂଚିତ କରୁଛି ଏବଂ ଭାରତୀୟ ଅର୍ଥନୀତିର ଉଜ୍ଜ୍ୱଳ ଦିଗକୁ ପ୍ରଦର୍ଶିତ କରୁଛି । ଏହି ସଫଳତା ଏହା ମଧ୍ୟ ଦର୍ଶାଉଛି ଯେ, ଭାରତୀୟ ଉଦ୍ୟୋଗୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା କୋଭିଡ୍ ପରବର୍ତୀ ବିଶ୍ୱରେ ଆନ୍ତର୍ଜାତୀୟ ନେତୃତ୍ୱରେ ଭାରତର ସ୍ଥାନ ସୁଦୃଢ କରିବାର ଏକ ମିଶନ ଭାବେ ଆତ୍ମନିର୍ଭର ଭାରତର ନେତୃତ୍ୱ ନେଉଛନ୍ତି । ଏହି ଅନ୍ଲାଇନ୍ ଶିକ୍ଷା ବଡା ବିଜ୍ନେସ୍ ଆପ୍ରେ ଏପ୍ରିଲ ୨୪ ତାରିଖରେ ଆରମ୍ଭ ହୋଇଥିଲା ଏବଂ ଏହି ୪ ଘଂଟିଆ ଅଧିବେଶନରେ ପ୍ରାୟ ୭,୪୯,୧୮୦ଟି ମୋଟ ଲଗ୍ଇନ୍ କରାଯାଇଥିବା ବେଳେ ୩,୭୮,୦୯୯ ଜଣ ସ୍ୱତନ୍ତ୍ର ଅଂଶଗ୍ରହଣକାରୀ ଏହାକୁ ଦେଖିଥିଲେ । ଏହାକୁ ମୋଟ ୯୮,୫୪,୨୯୩ ମିନିଟ୍ ପାଇଁ ଦେଖାଯାଇଥିଲା । ଏହି ଅଧିବେଶନରେ ଅନ୍ୟ କେତେକ ଦେଶର କିଛି ଅଂଶଗ୍ରହଣକାରୀମାନେ ମଧ୍ୟ ଯୋଗ ଦେଇଥିଲେ । ଏହି ପ୍ରୟାସ ୩୦ ମିନିଟ୍ ପାଇଁ ୧୮,୬୯୩ ଜଣ ସ୍ୱତନ୍ତ୍ର ଦର୍ଶକଙ୍କ ସଂପୃକ୍ତି ସହ ସର୍ବବୃହତ୍ ଅନ୍ଲାଇନ୍ ବାଣିଜ୍ୟିକ ଶିକ୍ଷା ପାଇଁ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ସଫଳ ହୋଇଛି । ଏସମ୍ପର୍କରେ ଡଃ ବିବେକ ବିନ୍ଦ୍ରା କହିଛନ୍ତି, ସର୍ବବୃହତ୍ ଅନ୍ଲାଇନ୍ ବାଣିଜ୍ୟିକ ଶିକ୍ଷା ପାଇଁ ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରି ଆମେ ରୋମାଂଚିତ ଅନୁଭବ କରୁଛି ଏବଂ ଏହି ସଫଳତା ପାଇଁ ଭାରତର ଏମ୍ଏସ୍ଏମ୍ଇ ସମୁଦାୟକୁ ଶୁଭେଚ୍ଛା ଜଣାଉଛୁ ।
Comments are closed.