ଏଠାରେ ସୁନା-ଚାନ୍ଦୀ ପରିବର୍ତ୍ତେ ପାଣି ଭର୍ତ୍ତି ଡ୍ରମକୁ ତାଲା ଲଗାଇ ରଖାଯାଏ
ଆପଣ ନିଜ ଘରେ ତାଲା ବନ୍ଦ କରି କ’ଣ ରଖନ୍ତି ? ସୁନା-ଚାନ୍ଦୀ, ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ପଦାର୍ଥ ଠିକ୍ ନା ? କିନ୍ତୁ ଦେଶରେ କିଛି ଏପରି ସ୍ଥାନ ରହିଛି ଯେଉଁଠାରେ ସୁନା-ଚାନ୍ଦୀ ଏବଂ ମୂଲ୍ୟବାନ ପଦାର୍ଥ ବଦଳରେ ପାଣିକୁ ତାଲା ବନ୍ଦ କରି ରଖାଯାଏ । ଡର ରହିଥାଏ ଯେ, କେହି ତାହାକୁ ଚୋରି କରି ନେଇ ନଯିବେ । ଆଜ୍ଞା ହଁ ମଧ୍ୟପ୍ରଦେଶର ହାବୁଆ ଅଞ୍ଚଳର ଅବସ୍ଥା ଠିକ ଏହିପରି ।
କରୋନା ଭାଇରସ ସଂକଟ ମଧ୍ୟରେ ବିଶେଷଜ୍ଞମାନେ ବାରମ୍ବାର ହାତ ଧୋଇବା ପାଇଁ ପରାମର୍ଶ ଦେଉଥିବାବେଳେ ଏହିଭଳି ଭଳି ଘଡିସନ୍ଧି ମୂହୂର୍ତ୍ତରେ ଅନେକ ଅଞ୍ଚଳରେ ଲୋକଙ୍କ ପାଖରେ ତଣ୍ଟି ଓଦା କରିବା ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ଟିକିଏ ନାହିଁ, ବାରମ୍ବାର ହାତ କିପରି ଧୋଇବେ । ମଧ୍ୟପ୍ରଦେଶର ହାବୁଆ ଜିଲ୍ଲାରେ ବର୍ତ୍ତମାନ ଲୋକ ପାଣି ପିଇବା ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗରମ ବଢିବା ସଙ୍ଗେସଙ୍ଗେ ଏଠାରେ ପାଣି ତଳସ୍ତରକୁ ଚାଲିଯାଏ । ହ୍ୟାଣ୍ଡପମ୍ପ ଶୁଖିଯାଇ ଥାଏ ।
MP: Residents of Jhonsar village in Jhabua dist store water in drums & keep it locked, in a bid to prevent it from being stolen. They say, "Entire Panchayat is facing acute water crisis. Therefore sometimes water gets stolen. So we keep it locked. We fetch water from 3 km away." pic.twitter.com/w4UMNTpOPs
— ANI (@ANI) May 28, 2020
ଏହି ଅଞ୍ଚଳର ଲୋକମାନେ ୩ କି.ମି ପାଦରେ ଚାଲି ପାଣି ଆଣିଥାନ୍ତି । ଦିନର ଆରମ୍ଭ ହେବା ମାତ୍ରେକେ ଲୋକେ ପାଣି ଆଣିବା ପାଇଁ ବାହାରି ପଡନ୍ତି । କେହି ଶଗଡରେ ତ ଆଉ କେହି ମୁଣ୍ଡରେ ମାଠିଆ, ବାଲ୍ଟି, ବାସନ ରଖି ଦୀର୍ଘ ୩ କି.ମି ପାଦରେ ଚାଲି ପାଣି ଆଣିଥାନ୍ତି । ଗ୍ରାମବାସୀ କହିଛନ୍ତି ପୂରା ପଞ୍ଚାୟତ ଅବସ୍ଥା ଏପରି ।
ଜଣେ ଗ୍ରାମବାସୀ କହିଛନ୍ତି ଯେ, “ସାରା ପଞ୍ଚାୟତରେ ପାଣିର ଘୋର ଅଭାବ ରହିଛି । ଅନେକ ଥର ପାଣି ଏଠାରେ ଚୋରି ମଧ୍ୟ ହୁଏ । ଏଥିପାଇଁ ଆମେ ପାଣିଭର୍ତ୍ତି ଡ୍ରମକୁ ତାଲା ପକାଇ ରଖୁ । ”
Comments are closed.