ସୋନୁ ସୁଦଙ୍କୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି, ଯୋଗୀ ସରକାରଙ୍କୁ କଂଗ୍ରେସର ବ୍ୟଙ୍ଗ-‘ଅଭିନେତା ୟୁପିରେ ଥିଲେ ଜେଲରେ ପକାଇଦେଇଥାନ୍ତେ ଯୋଗୀ ସରକାର’..
ଅଭିନେତା ସୋନୁ ସୁଦ ଲକ୍ଡାଉନ୍ ସମୟରେ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜି ଆଗକୁ ଆସିଛନ୍ତି । ଗତ କିଛିଦିନ ହେବ ସୋନୁ ସୁଦ ଲକ୍ଡାଉନ ଯୋଗୁଁ ଫସିରହିଥିବା ଶ୍ରମିକମାନଙ୍କୁ ଘରେ ପହଂଚାଇବା ପାଇଁ ସବୁସମ୍ଭବ ପ୍ରୟାସ ଜାରି ରଖିଛନ୍ତି । ସୋନୁ ସୁଦ ନିଜ ସାଙ୍ଗ ନୀତି ଗୋୟଲଙ୍କ ସହିତ ମିଶି ‘ଘର ଭେଜୋ’ ଅଭିଯାନ ଚଲାଉଛନ୍ତି । ଏହା ମଧ୍ୟରେ ତାଙ୍କୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି ।
ଅସଲରେ ୟୁପି କଂଗ୍ରେସ ଉତର ପ୍ରଦେଶ ସରକାରଙ୍କ (ଯୋଗୀ ସରକାର) ଉପରେ ଟାର୍ଗେଟ କରି ଟ୍ୱିଟ କରିଛନ୍ତି ଯେ, “ଧନ୍ୟବାଦ ଦିଅ ଯେ ସୋନୁ ସୁଦ ମହାରାଷ୍ଟ୍ରରେ ମହତ କାର୍ଯ୍ୟ କରି ହଜାର ହଜାର ୟୁପି ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ୟୁପିରେ ଥିଲେ ୟୁପି ସରକାର ପ୍ରଥମେ ବସକୁ ସ୍କୁଟର କହିଥାନ୍ତେ, ପୁଣି ଏଗୁଡ଼ିକର ଫିଟନେଓ ମଝିରେ ଆସିଥାନ୍ତେ ଏବଂ ସୋନୁ ସୁଦଙ୍କୁ ଜେଲକୁ ନେଇଯାଇଥାନ୍ତେ ।
शुक्र मनाइए कि सोनू सूद जी महाराष्ट्र में नेक काम कर हजारों यूपी के लोगों को मदद कर रहे हैं। यूपी में होते तो यूपी सरकार पहले बसों को स्कूटर बोलती, फिर उनकी फिटनेस का अड़ंगा अटकाती और फिर सोनू सूद को जेल में डाल देती।
योगी सरकार नेक कार्य/ सेवा कार्य करने पर जेल भेजती है।
— UP Congress (@INCUttarPradesh) May 26, 2020
ଏହି ଟ୍ୱିଟ ୟୁପି କଂଗ୍ରେସର ଟ୍ୱିଟର ହ୍ୟାଣ୍ଡେଲରୁ କରାଯାଇଛି । ସୋସିଆଲ ମିଡିଆରେ ମଧ୍ୟ ପ୍ରଶଂସକମାନେ ଏହା ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ସୋନୁ ସୁଦ୍ଙ୍କର ଏହି ପଦକ୍ଷେପକୁ ନେଇ ସୋସିଆଲ ମିଡିଆରେ ଚର୍ଚା ଜୋର ଧୋରିଛି । ଲୋକମାନେ ତାଙ୍କୁ ସୁପରହିରୋ ବୋଲି କହୁଛନ୍ତି । ତାଙ୍କ ସାହାଯ୍ୟରେ ଘରେ ପହଂଚିଥିବା ଲୋକମାନେ ତାଙ୍କୁ ପ୍ରକୃତ ହିରୋ ବୋଲି କହିଛନ୍ତି ।
ସୋନୁ ସୁଦଙ୍କର ସକ୍ରିୟତାର ଅନୁମାନ ଏହି କଥାରୁ ଲଗାଯାଇପାରେ ଯେ ସୋସିଆଲ ମିଡିଆରେ ଯେକେହି ବି ତାଙ୍କ ସହ ସମ୍ପର୍କ କରି ସାହାଯ୍ୟର ଗୁହାରି କରୁଛନ୍ତି, ସୋନୁ ସୁଦ୍ ନିଜେ ସେମାନଙ୍କୁ ଉତର ଦେଇ ସାହାଯ୍ୟର ଭରସା ଦେଉଛନ୍ତି । ଏହି ଦିନଗୁଡ଼ିକରେ ସୋନୁଙ୍କରୂ ଟ୍ୱିଟର ଆକାଉଂଟ ଏହି ସଂଦେଶଗୁଡ଼ିକରେ ଭରି ହୋଇ ରହିଛି । ସୋନୁ ଏପର୍ଯ୍ୟନ୍ତ କାହାକୁ ମଧ୍ୟ ନିରାଶ କରିନାହାନ୍ତି ।
ସମାଚାର ଏଜେନ୍ସି ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ସୋନୁ ସୁଦ କହିଥିଲେ ଯେ, ତାଙ୍କ ଦ୍ୱାରା ଶ୍ରମିକମାନଙ୍କର ଦଃୁଖ ବର୍ଦାଶ ହେଉନାହିଁ ଏବଂ ସେ ସେମାନଙ୍କୁ ଘରେ ପହଂଚାଇବା ପାଇଁ ପୁରା ପ୍ରୟାସ କରିବେ ।’
Comments are closed.