ତୀବ୍ର ଭୂମିକମ୍ପ ସତ୍ତ୍ୱେ ନିଜ ସାକ୍ଷାତକାର ଜାରି ରଖିଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ, ଲୋକେ କଲେ ପ୍ରଶଂସା

Share It

ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ଣ୍ଣଙ୍କ ଲାଇଭ୍ ଟିଭି ଇଣ୍ଟରେଭ୍ୟୁ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ଖୋରାକ ପାଲଟିଛି। ପ୍ରଧାନମନ୍ତ୍ରୀ ଚାନେଲ ‘ଥ୍ରୀ’କୁ ବିହାଇଭ ସରକାରୀ ବିଲ୍ଡିଂରୁ ସିଧାପ୍ରସାରଣରେ ସାକ୍ଷାତକାର ଦେଉଥିବା ବେଳେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ହେଲେ ପ୍ରଧାନମନ୍ତ୍ରୀ ଏଥିରେ ଭୟଭୀତ ନ ହୋଇ କାର୍ଯ୍ୟକ୍ରମ ଜାରି ରଖିବା ଲାଗି ନ୍ୟୁଜ୍ ହବ ଆଙ୍କର ରିୟାନ ବ୍ରିଜ୍‌ଙ୍କୁ  କହିବା ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଛି। ଏବେ କାର୍ଯ୍ୟକ୍ରମର ଅନେକ ଦର୍ଶକ ପ୍ରଧାନମନ୍ତ୍ରୀଙ୍କ ଫ୍ୟାନ ପାଲଟିଯାଇଛନ୍ତି। ରାଜଧାନୀ ୱିଲିଂଟନରୁ ୫୦ କିଲୋମିଟର ଦୂର ନର୍ଥ ଆଇଲ୍ୟାଣ୍ଡରେ ସୋମବାର ପୂର୍ବାହ୍ନରେ ଏହି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ପ୍ରଭାବ ଟେଲିଭିଜନ ସିଧା ପ୍ରସାରଣରେ ମଧ୍ୟ ଦେଖା ଯାଇଛି। ରିକ୍ଟର ସ୍କେଲରେ କମ୍ପନର ତୀବ୍ରତା ୫.୯ ଥିବା ବେଳେ ରାଜଧାନୀ ଲୱିଲିଂଟନ ପର୍ଯ୍ୟନ୍ତ ପ୍ରଭାବ ଅନୁଭୂତ ହୋଇଛି।

ଭୂମିକମ୍ପ ଯୋଗୁ ହଷ୍ଟ ରିୟାନ ବ୍ରିଜ୍‌ ସିଧାପ୍ରସାରଣକୁ ଏଇଠି ରଖିବା କି ବୋଲି ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ। ତେବେ ଭୂମିକମ୍ପର ତୀବ୍ର ଝଟକା ସତ୍ତ୍ୱେ କୋଭିଡ-୧୯ ସମ୍ପର୍କିତ କାର୍ଯ୍ୟକ୍ରମକୁ ଜାରି ରଖିବାକୁ କହିଥିଲେ ପ୍ରଧାନମନ୍ତ୍ରୀ। ହଷ୍ଟଙ୍କୁ ସ୍ୱଭାବିକ କରିବା ଲାଗି ଓଲଟି ୱିଲିଂଟନରେ ସଂସଦ କିପରି ଅଛି ବୋଲି ରେୟନ ବ୍ରିଜଙ୍କୁ ପଚାରିଥିଲେ।ନ୍ୟୁଜିଲ୍ୟାଣ୍ଡ ଭୂ କମ୍ପ ସକ୍ରିୟ ରିଙ୍ଗ ଅଫ ଫାୟାର ଉପରେ ଅବସ୍ଥିତ। ୨୫ ହଜାର କିଲୋମିଟରର ଆଗ୍ନେୟଗିରି ମହାସାଗର ଖାଇରେ ବି ରହିଛି। ପ୍ରଶାନ୍ତ କ୍ଷେତ୍ରରେ ଏଥିଲାଗି ବାରମ୍ବାର ଭୂମିକମ୍ପ ଅନୁଭୂତ ମଧ୍ୟ ହେଉଛି। ୨୦୧୧ ମସିହାରେ ଏଇଭଳି ଏକ ପ୍ରଳୟଙ୍କର କମ୍ପନ  କ୍ରାଇଷ୍ଟ ଚର୍ଚ୍ଚରେ ଅନେକ ଘରଦ୍ୱାର ଭାଙ୍ଗିବା ସହ ୧୮୫ ଲୋକଙ୍କ ମୃତ୍ୟୁର କାରଣ ବି ହୋଇଥିଲା। ତେବେ ଟେଲିଭିଜର ସିଧାପ୍ରସାରଣରେ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ଣ୍ଣଙ୍କ ଧୈର୍ଯ୍ୟ ତାଙ୍କ ଦର୍ଶଙ୍କୁ ବେଶ୍ ଉତ୍ସାହିତ କରିଛି। ଏହି ବୂମିକମ୍ପ ଯୋଗୁ କେଉଁଠାରେ ସେଭଳି କିଛି କ୍ଷୟକ୍ଷତିର ଅଭିଯୋଗ ହୋଇ ନାହିଁ।


Share It

Comments are closed.