ଭାରତ ଉପରେ ନଜର ରଖିବା ପାଇଁ ଚୀନ ପ୍ରସ୍ତୁତ କଲା ଡ୍ରୋନ-ହେଲିକ୍ୟାପ୍ଟର

Share It

ଭାରତ ଓ ଚୀନ୍ ଭିତରେ ଚାଲିଥିବା ସୀମା ବିବାଦ ଭିତରେ ଚୀନ୍ ନିଜର ପ୍ରଥମ ମାନବବିହୀନ ହେଲିକପ୍ଟର ତିଆରି କରିଛି। ଏହା ବିଶେଷ ଭାବରେ ପଠାରୀ ଅଞ୍ଚଳରେ ଗୁପ୍ତଚର ଭାବରେ କାମ କରିବ। ଚୀନ ଗଣମାଧ୍ୟମର କହିବା ଅନୁସାରେ, ଏହି ଅତ୍ୟାଧୁନିକ ମାନବବିହୀନ ହେଲିକପ୍ଟରର ମୁତୟନ ଭାରତକୁ ଲାଗିଥିବା ସୀମାରେ କରାଯାଇପାରେ। ଯାହାଫଳରେ ଚୀନ୍ ଆକାଶମାର୍ଗରୁ ସୀମା ଉପରେ ନଜର ରଖିପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହି ମାନବବିହୀନ ହେଲିକପ୍ଟରର ନାଁ ରହିଛି AR500C । ଏହାକୁ ଚୀନର ସରକାରୀ କମ୍ପାନୀ ଆଭିଏସନ୍ ଇଣ୍ଡଷ୍ଟ୍ରୀ କର୍ପୋରେସନ୍ ଅଫ୍ ଚାଇନା (AVIC)ପକ୍ଷରୁ କୁହାଯାଇଛି। କମ୍ପାନୀ ପୂର୍ବ ଚୀନର ଜିୟାସୀ ପ୍ରାନ୍ତର ପୋୟାଙ୍ଗରେ ଏହାକୁ ପ୍ରଥମ ଥର ଉଡାଯିବ। ଏହା ଖୁବ୍ ସଠିକ୍ ଭାବରେ କାମ କରିଛି।

ଚୀନର ୱେବସାଇଟ ଗ୍ଳୋବାଲ ଟାଇମ୍ସର ସୁଚନା ଅନୁସାରେ, ଏହି ମାନବବିହୀନ ହେଲିକପ୍ଟରର ବ୍ୟବହାର  ଭାରତର ସୀମାବର୍ତ୍ତୀ ଅଞ୍ଚଳ ଉପରେ ନଜର ରଖିବାକୁ କରାଯାଇଛି।  ଏଥିରେ ଅସ୍ତ୍ରଶସ୍ତ୍ର ଲଗାଇ ଦେଲେ ହେଲିକପ୍ଟର ଆକ୍ରମଣ ମଧ୍ୟ କରିପାରିବ। କାର୍ଗୋ ଡେଲିଭରି କରିପାରିବ। ଶତ୍ରୁ ପକ୍ଷରୁ ଟାର୍ଗେଟକୁ ଚିହ୍ନଟ କରିବାରେ ସକ୍ଷମ ଅଟେ। ପରମାଣୁ ଓ ରାସାୟନିକ ଲିକେଜର ସୂଚନ ମଧ୍ୟ ଦେଇପାରିବ। ଏହି ହେଲିକପ୍ଟର ୬୭୦୦ ମିଟର ଅର୍ଥାତ ୨୧୯୮୧ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡିପାରିବ। ଏହାର ସର୍ବାଧିକ ଗତି ୧୭୦ କିଲୋମିଟର ପ୍ରତିଘଣ୍ଟା ରହିଛି। ଏହାର ଓଜନ ୫୦୦ କିଲୋଗ୍ରାମ ରହିଛି।  AVIC ଟେକ୍ନୋଲୋଜିର ଡାଇରେକ୍ଟର ଓ ଏହି ହେଲିକପ୍ଟରକୁ ତିଆରି କରିଥିବ ବୈଜ୍ଞାନିକ ଫେଙ୍ଗ ୟୋଙ୍ଗହାଙ୍ଗ କହିଛନ୍ତି, ଏହି ମାନବବିହୀନ ହେଲିକପ୍ଟର ସମ୍ପୂର୍ଣ୍ଣ ଭାବରେ ଡିଜିଟାଲ। ଏହା ନିଜକୁ ନିଜେ ଟେକଅଫ୍ ଓ ଲ୍ୟାଣ୍ଡି କରିପାରିବ।


Share It

Comments are closed.