ଦେଶରେ ୨୪ ଘଣ୍ଟାରେ ୬୬୫୪ ନୂଆ ମାମଲା, ୧୩୭ ମୃତ
ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ଏବଂ ଦୈନିକ ଏହା ନୂଆ ରେକର୍ଡ ସ୍ତରରେ ପହଞ୍ଚିବାକୁ ଲାଗିଛି । ଆଜି ମଧ୍ୟ ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬୫୪ଟି ନୂଆ ମାମଲା ସାମନାକୁ ଆସିଥିବାବେଳେ ଏହି ଭାଇରସ ଯୋଗୁଁ ୧୩୭ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି ।
ଶନିବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ମୁତାବକ, ସାରା ଦେଶରେ ବର୍ତ୍ତମାନ କରୋନା ଭାଇରସ ଜନିତ ସଂକ୍ରମିତଙ୍କ ମାମଲା ବଢି ଏହା ବର୍ତ୍ତମାନ ୧୨୫୧୦୧ରେ ଆସି ପହଞ୍ଚିଛି । ଏହା ଭାଇରସ ଯୋଗୁଁ ବର୍ତ୍ତମାନ ସୁଧା ୩୭୨୦ ଜଣ ଆଖୁ ବୁଜିସାରିଛନ୍ତି । କରୋନାର ମୋଟ ମାମଲା ମଧ୍ୟରୁ ୬୯୫୯୭ ଟି ଆକ୍ଟିଭ କେସ ରହିଥିବାବେଳେ ବର୍ତ୍ତମାନ ସୁଧା ୪୫୨୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ।
କରୋନା ଭାଇରସରେ ସର୍ବାଧିକ ୧୫୧୭ ଜଣଙ୍କ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଥିବାବେଳେ ଏଠାରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୪୪୫୮୨ରେ ଆସି ପହଞ୍ଚିଛି । ସେହିଭଳି ଓଡିଶାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୮୯ରେ ଆସି ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୭୪୬ଟି ଆକ୍ଟିଭ କେସ ରହିଛି । ସେହଭଳି ୪୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ବର୍ତ୍ତମାନ ସୁଧା ୭ ଜଣଙ୍କ ମୃତ୍ୟୁ ଘଟିଛି ।
Comments are closed.