୧୯୯୯ ମହାବାତ୍ୟା ପରେ ‘ଅମ୍ଫାନ’ ହେଉଛି ଦ୍ୱିତୀୟ ସର୍ବବୃହତ୍ତ ମହାବାତ୍ୟା
ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ବୁଧବାର ଅର୍ଥାତ ଆଜି ଅପରାହ୍ନରେ ପଶ୍ଚିମବଙ୍ଗ ଏବଂ ଓଡିଶା ଦେଇ ଅତିକ୍ରମ କରିବ । ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଯୋଗୁଁ ଘଣ୍ଟା ପ୍ରତି ପ୍ରାୟ ୧୮୫ କିମି ବେଗ ପବନ ବହିବା ସହ ଏହା ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦୀପ ମଧ୍ୟରେ ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ କରିବ । ଆଶଙ୍କା କରାଯାଉଛି ଯେ, ସାମୁଦ୍ରିକ ବାତ୍ୟା ଆମ୍ଫାନ ସନ୍ଧ୍ୟା ସୁଧା ନିଜର ଭୟଙ୍କର ଋପ ଧାରଣ କରିପାରେ ଏବଂ ବ୍ୟାପକ କ୍ଷୟକ୍ଷତି ପହଞ୍ଚାପାରେ । ‘ଅମ୍ଫାନ’ ର ପ୍ରକୋପ ଯୋଗୁଁ ଓଡିଶାରେ ବର୍ତ୍ତମାନ ଠାରୁ ଭୀଷଣ ବର୍ଷା ହେବା ପବନ ବହିବା ଆରମ୍ଭ ହୋଇଗଲାଣି । ତେବେ ଆସନ୍ତୁ ଜାଣିବା ଏହି ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ କୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା ।
୧. କରୋନା ଭାଇରସ ସଂକଟ ମଧ୍ୟରେ ବର୍ତ୍ତମାନ ମୁଣ୍ଡଟେକିଥିବା ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ କୌଣସି ମହାବିପତ୍ତି ଠାରୁ କମ୍ ନୁହେଁ । ପ୍ରଶାସନ ପୂର୍ବରୁ ଚେତାବନୀ ଦେଇଛି ଯେ, ‘ଅମ୍ଫାନ’ଯୋଗୁଁ ଫସଲ ନଷ୍ଟ ହେବା ସହ ସାର୍ବଜନୀକ ସମ୍ପତ୍ତି ଏବଂ ଜୀବନ ହାନୀ ଭଳି ବ୍ୟାପକ କ୍ଷୟକ୍ଷତି ମଧ୍ୟ ଉପୁଜିପାରେ ।
୨. ପାଣିପାଗ ବିଭାଗ ଅନୁଯାୟୀ, ‘ଅମ୍ଫାନ’ ବୁଧବାର ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଓଡିଶା ଏବଂ ପଶ୍ଚିମବଙ୍ଗ ଉପଲୂଳବର୍ତ୍ତୀ ଅଞ୍ଚଳ ଛୁଇଁବ । ଏହା ଯୋଗୁଁ ଏହି ଦୁଇ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇପାରେ । ସମ୍ଭାବ୍ୟ ପ୍ରତିସ୍ଥିତକୁ ଦୃଷ୍ଟିରେ ରଖି ରାଜ୍ୟରୁ ନେଇ କେନ୍ଦ୍ର ସରକାର ଏବଂ ସମସ୍ତ ଏଜେନ୍ସି ମଧ୍ୟ ଆଲର୍ଟ ରହିଛନ୍ତି ।
୩. ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ର ପ୍ରଭାବ ପଶ୍ଚିମବଙ୍ଗ ଏବଂ ଓଡିଶାରେ ଦେଖାଦେବା ଆରମ୍ଭ ହୋଇଗଲାଣି । ପଶ୍ଚିମବଙ୍ଗ ଏବଂ ଓଡିଶାରେ ଏହା ଯୋଗୁୁଁ ପ୍ରବଳ ବର୍ଷା ଏବଂ ପବନ ବହିବା ଆରମ୍ଭ ହୋଇଗଲାଣି । ଏହା ସହ ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ଚେତାବନୀ ମଧ୍ୟ ଦିଆଯାଇଛି ଏବଂ ତଟବର୍ତ୍ତୀ ଅଞ୍ଚଳମାନଙ୍କରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରୁ ସ୍ଥାନାନ୍ତରିତ କରାଯାଇଛି ।
୪. ‘ଅମ୍ଫାନ’ ଓଡିଶାରେ ୧୯୯୯ ମସିହା ବାତ୍ୟା ପରେ ଦ୍ୱିତୀୟ ସର୍ବବୃହତ୍ତ ସପରସାଇକ୍ଲୋନ ଅଟେ । ତାହା ଐତିହାସ ିକ ଭାବରେ ସବୁଠାରୁ ବଡ ସାମୁଦ୍ରିକ ବାତ୍ୟା ଥିଲା । ୧୯୯୯ ମହାବାତ୍ୟାରେ ସର୍ବାଧିକ ୧୦୦୦୦ ଲୋକ ପ୍ରାଣ ହରାଇଥିଲେ । ଏହି ମହାବାତ୍ୟା ଓଡିଶାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା ।
୫. ୧୯୯୯ ମସିହାର ଏହି ବିନାଶକାରୀ ମହାବାତ୍ୟା ଅକ୍ଟୋବର ମାସରେ ଆସିଥିଲା । ଏହା ମହାବାତ୍ୟାରେ ଜଗତସିଂହପୁର ଜିଲ୍ଲା ବେଶ ପ୍ରଭାବିତ ହୋଇଥିଲା । ବଙ୍ଗୋପସାଗରରୁ ଘୂର୍ଣ୍ଣବଳୟରେ ପରିଣତ ହୋଇଥିବା ଏହି ମହାବାତ୍ୟା ଘଣ୍ଟାପ୍ରତି ୨୬୦ କିମି ବେଗ ପାରଦୀପରେ ଆସି ଲ୍ୟାଣ୍ଡଫଲ କରିଥିଲା । ସମୁଦ୍ରରେ ଅନେକ ଉଚ୍ଚତାରେ ଜୁଆର ଢେଉ ଆସିବା ହେତୁ ଏହା ଜଗତସିଂହପୁରକୁ ସଂପୂର୍ଣ୍ଣ ଜଳମଗ୍ନ କରିଦେଇଥିଲା । ଲୋକଙ୍କୁ ଏହି ସଂପର୍କରେ ଆଭାସ ପାଇବାର ସୂଚନା ମଧ୍ୟ ମିଳିନଥିଲା । ଏହା ୨୦ ଦଶକର ସବୁଠାରୁ ଭୟଙ୍କର ବାତ୍ୟା ଅଟେ ।
Comments are closed.