‘ଅମ୍ଫାନ’ ପ୍ରଭାବ : ଦୁଇଟି ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଆଶଙ୍କା, ୮ଟି ରାଜ୍ୟରେ ହେବ ପ୍ରବଳ ବର୍ଷା

Share It

ମହାବାତ୍ୟା ‘ଅମ୍ଫାନ’ ସୁପର ସାଇକ୍ଲୋନିକରୁ ବହୁତ ଭୟଙ୍କର ବାତ୍ୟାରେ ପରିଣତ ହୋଇ ଆଜି ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳର ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଏଥି ଯୋଗୁଁ ଘଣ୍ଟାପ୍ରତି ୧୮୦ କି.ମି ବେଗରେ ପବନ ବହିବା ସହ ଭୀଷଣ ବର୍ଷା ମଧ୍ୟ ହେବ । ବ୍ୟାପକ କ୍ଷୟକ୍ଷତି ଆଶାଙ୍କାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ସମୁଦ୍ରକୂଳିଆ ଅଞ୍ଚଳରୁ ପ୍ରାୟ ୩ଲକ୍ଷରୁ ଉର୍ଦ୍ଧ୍ୱ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପଶ୍ଚିମବଙ୍ଗ ପାଇଁ ଓରେଞ୍ଜ ଆଲର୍ଟ ଜାରି କରିଛି । ମହାବାତ୍ୟା ଯୋଗୁଁ କୋଲକତା, ହୁଗଲୀ, ହାୱାଡା, ଦକ୍ଷିଣ ଓ ଉତ୍ତର ୨୪ ପରଗନା ଏବଂ ମେଦିନପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇପାରେ ।
ଅମ୍ଫାନ ଓଡିଶାରେ ମାଡ ହେବା ଫଳରେ ରାଜ୍ୟର ୧୨ଟି ଜିଲ୍ଲାରେ ଭୀଷଣ ବର୍ଷା ସହ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି । ମହାବାତ୍ୟା ଯୋଗୁଁ ୬ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇପାରେ । ସେପଟେ ଦେଶର ସବୁଠାରୁ ଛୋଟ ରାଜ୍ୟ ସିକିମ ଉପରେ ମଧ୍ୟ ମହାବାତ୍ୟା ‘ଅମ୍ଫାନ’ର ପ୍ରଭାବ ପଡିବ । ସିକିମର ବିଭିନ୍ନ ଅଞ୍ଚଳରେ ଭୀଷଣ ବର୍ଷା ହୋଇପାରେ । ଏହା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅଳ୍ପ ବର୍ଷା ହୋଇପାରେ ।
ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଆସାମ ଏବଂ ମେଘାଳୟର ବିଭିନ୍ନ ସ୍ଥାନରେ ୨୧ ମେ’ ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଅନ୍ୟପଟେ ଦକ୍ଷିଣ ଭାରତର ଦୁଇଟି ରାଜ୍ୟ କେରଳ ଏବଂ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ତିନିଦିନ ପର୍ଯ୍ୟନ୍ତ ଭୀଷଣ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି । ସେହିଭଳି ବିହାରରେ ମଧ୍ୟ ଭୀଷଣ ବର୍ଷା ପ୍ରବଳ ପବନ ବହିବାର ଅନେକ ସମ୍ଭାବନା ରହିଛି ।
ମିଳିଥିବା ସୂଚନା ମୁତାବକ ‘ଅମ୍ଫାନ’ ପାରାଦୀପ ଠାରୁ ୧୨୦ କି.ମି ଦୂରରେ ରହି ଘଣ୍ଟାପ୍ରତି ୧୮ରୁ୧୯ କିମି ବେଗରେ ପ୍ରବାହିତ ହେଉଛି । ଦୀଘାର ଦକ୍ଷିଣକୁ ଏହା ପ୍ରାୟ ୨୦୦ କିମି ଏବଂ ବାଂଲାଦେଶ ଖେପୁପଡାର ଦକ୍ଷିଣପଶ୍ଚିମକୁ ପ୍ରାୟ ୩୬୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ।


Share It

Comments are closed.