ଆଇଟିସି ସାଭ୍‌ଲନ୍ ପକ୍ଷରୁ ମାତ୍ର ୫୦ ପଇସା ମୂଲ୍ୟରେ ହ୍ୟାଣ୍ଡ ସାନିଟାଇଜର୍‌

Share It

ଭୁବନେଶ୍ୱର : ବର୍ତମାନ ସମୟରେ ହାତର ସ୍ୱଚ୍ଛତା ଏକ ବିଶ୍ୱସ୍ତରୀୟ ପ୍ରାଥମିକତା ଭାବେ ଉଭାହୋଇଛି । କିନ୍ତୁ ସୁବିଧା ଏବଂ ଉତ୍ସର ଅଭାବ ଯୋଗୁଁ ହାତର ସ୍ୱଚ୍ଚତାର ଉପଲବ୍ଧତା ଏକ ଆହ୍ୱାନରେ ପରିଣତ ହୋଇଯାଇଛି । ଡବ୍ଲୁଏଚଓ ଏବଂ ୟୁନିସେଫ ଭଳି ସଂଗଠନ ନିଶ୍ଚିତ କରିଛନ୍ତି ଯେ ବିଶ୍ୱସ୍ତରରେ ୩ ଅୟୁତ ଲୋକ ଘରେ ହାତ ସ୍ୱଚ୍ଛତା ସୁବିଧାରୁ ବଂଚିତ ହୋଇଛନ୍ତି । ବିଶେଷ କରି ନିମ୍ନ କିମ୍ବା ମଧ୍ୟମ ଧରଣର ଆୟଭୁକ୍ତ ପରିବାରଗୁଡ଼ିକ ପାଇଁ କାର୍ଯ୍ୟକ୍ଷେତ୍ରକୁ ଯିବା ସମୟରେ ଏହା ଅଧିକ ଜଟିଳ ହୋଇଥାଏ । ତେଣୁ ଏହି ପରିପ୍ରେକ୍ଷୀରେ ସାଭ୍‌ଲନ୍ ପକ୍ଷରୁ ମାତ୍ର ୦.୫୦ ପଇସା (ଏକ ଟଙ୍କାର ଅଧା) ମୂଲ୍ୟରେ ଏହାର ହ୍ୟାଣ୍ଡ ସାନିଟାଇଜର୍‌ର ଶୁଭାରମ୍ଭ କରାଯାଇଛି ।
ସାଚେଟ୍‌ରେ ଉପଲବ୍ଧ ହେଉଥିବା ସାଭ୍‌ଲନର ଏହି ହ୍ୟାଣ୍ଡ ସାନିଟାଇଜର ଏହି ମୂଲ୍ୟବର୍ଗରେ ନିଶ୍ଚିତ ରୂପେ ବିଶ୍ୱର ସବୁଠାରୁ ଅଧିକ ଅର୍ଥ ସାପେକ୍ଷ ହ୍ୟାଣ୍ଡ ସାନିଟାଇଜର ହୋଇପାରିଛି । କୋଭିଡ-୧୯ ସଂକଟ ଏକ ଭୟଙ୍କର ମହାମାରୀ ହୋଇ ଉଭା ହୋଇଛି ଏବଂ ଏକ ଦାୟୀତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସାଭ୍‌ଲନ୍‌, ସାନିଟାଇଜର୍‌ର ସୁଲଭତା, ସୁଗମ ଏବଂ ଶସ୍ତା ଉପଲବ୍ଧତା ସହ ଜଡ଼ିତ ସମସ୍ୟାଗୁଡ଼ିକୁ ଦୃଷ୍ଟିରେ ରଖି ଏହି ହ୍ୟାଣ୍ଡ ସାନିଟାଇଜର ସାଚେଟକୁ ନେଇଆସିଛି । ଗୋଟିଏ ଥର ବ୍ୟବହାର ପାଇଁ ପ୍ରସ୍ତୁତ ହୋଇଥିବା ଏହି ସାଭ୍‌ଲନ୍ ହ୍ୟାଣ୍ଡ ସାନିଟାଇଜର ସାଚେଟ୍ ଅର୍ଥସାପେକ୍ଷ ହେବା ସହ ଏକ ପହଂଚଯୋଗ୍ୟ ସାନିଟାଇଜିଙ୍ଗ ସମାଧାନ ଅଟେ । ଗିବୌଡନ ଭଳି ବିଶ୍ୱସ୍ତରୀୟ ଅଗ୍ରଣୀ କମ୍ପାନୀର ସହାୟତାରେ ବିକଶିତ ଏହି ସାଭ୍‌ଲନ୍ ସାନିଟାଇଜର୍‌ରେ ଗୁଣବତା ସହ ଜଡ଼ିତ ସମସ୍ତ ନିୟାମକ ଗୁଡ଼ିକୁ ଦୃଢ଼ତାର ସହ ପାଳନ କରାଯାଇଛି ।
ଏହା ସମ୍ପର୍କରେ ଆଇଟିସି ଲିମିଟେଡ, ପର୍ସନାଲ କେୟାର ପ୍ରଡକ୍ଟ ବିଜନେସ ଡିଭିଜନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ସମୀର ଶତପଥି କହିଛନ୍ତି ଯେ, “ଆମେ ଏକ ଭୟଙ୍କର ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟାର ମଧ୍ୟଭାଗରେ ଅଛୁ ଏବଂ ଏହା ଅତ୍ୟାବଶ୍ୟକ ଯେ ଏହି ମହାମାରୀ ସହ ଲଢ଼ିବାରେ ସାହାଯ୍ୟ କରିବା ପାଇଁ ଅଭିନବ ସମାଧାନଗୁନିକୁ ପରିଚିତ କରାଇବା କ୍ଷେତ୍ରରେ ଆମର ପ୍ରୟାସକୁ ଆହୁରି ବଢ଼ାଇବା ଦରକାର । ସାଚେଟ ରୁପରେ ଉପଲବ୍ଧ ବିଶ୍ୱର ସବୁଠାରୁ ଅଧିକ ଅର୍ଥସାପେକ୍ଷ ଏହି ହ୍ୟାଣ୍ଡ ସାନିଟାଇଜର ହାତ ସ୍ୱଚ୍ଛତାର ଏକ ବ୍ୟାପକ ପହଂଚର ସୁନିଶ୍ଚିତ କରିବା ପାଇଁ ଏକ ପ୍ରୟାସ । ”
ସେହିଭଳି ଗିବୌଡନ, ଫ୍ରାଗରାନ୍ସ ଡିଭିଜନ, ସାଉଥ ଏସିଆର ଆଂଚଳିକ ନିର୍ଦ୍ଦେଶକ ଶ୍ର୍ରୀ ଅଜିତ ପଟେଲ କହିଛନ୍ତି ଯେ, “ସାଭ୍‌ଲନ୍ ନାଁ ବାସ୍ତବରେ ଭରସାଯୋଗ୍ୟତାକୁ ଦର୍ଶାଇଥାଏ । ଅତ୍ୟନ୍ତ ନିମ୍ନ ମୂଲ୍ୟରେ ଉପଲବ୍ଧ ଏହି ହ୍ୟାଣ୍ଡ ସାନିଟାଇଜର ସାଭ୍‌ଲନ୍‌ର ସେହି ସମାନ ଗୁଣବତା ଓ ବିଶ୍ୱସନୀୟତାକୁ ଦର୍ଶାଉଛି ଯାହାକି ଏହାକୁ ଲକ୍ଷ ଲକ୍ଷ ସଂଖ୍ୟକ ନୂଆ ଗ୍ରାହକଙ୍କ ପାଇଁ ଉପଲବ୍ଧଯୋଗ୍ୟ କରାଇଛି । ଏହି ନୂଆ ଶୁଭାରମ୍ଭ ସହ ଆଇଟିସି ବାସ୍ତବରେ ଜାତି ପ୍ରତି ଏହାର ଯୋଗଦାନ କରିଛି ।”


Share It

Comments are closed.