ସୁପର ସାଇକ୍ଲୋନିକ ଷ୍ଟ୍ରମରେ ପରିଣତ ହେଲା ‘ଅମ୍ଫାନ’, ପଶ୍ଚିମବଙ୍ଗ-ଓଡିଶାକୁ ହାଇ ଆଲର୍ଟ ରହିବାକୁ ନିର୍ଦ୍ଦେଶ

Share It

ବଙ୍ଗୋପସାଗରରେ ୨୦୨୦ର ପ୍ରଥମ ଘୂର୍ଣ୍ଣିବଳୟ ‘ଅମ୍ଫାନ’ ଧୀରେ ଧୀରେ ନିଜ ଋପ ବଦଳାଇ ମହାବାତ୍ୟାରେ ପରିଣତ ହୋଇ ସାରିଛି । ପାଣିପାଗ ସଂପର୍କରେ ସୂଚନା ଦେଉଥିବା ୱେବସାଇଟ ‘ଗ୍ଦଳଚ୍ଚଜ୍ଞରଗ୍ଧଙ୍ଗରବଗ୍ଧଷରକ୍ସ’ ଅନୁଯାୟୀ ଗତ ୨୦ ବର୍ଷ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣବଳୟ ସବୁଠାରୁ ଭୟଙ୍କର ସାଇକ୍ଲୋନିକ ଷ୍ଟ୍ରମ ଅଟେ । ଏହା କାରଣରୁ ବଙ୍ଗୋପସାଗରର ଉତ୍ତର ଭାଗ ଅଶାନ୍ତ ହୋଇ ପଡିଛି ଏବଂ ପବନର ବେଗ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହା ସହ ସମୁଦ୍ରରେ ଘଣ୍ଟାପ୍ରତି ୨୭୫ କିମି ବେଗରେ ପବନ ମଧ୍ୟ ବୋହୁଛି ।
‘ଅମ୍ଫାନ’ ସ୍ଥଳଭାଗର ନିକଟତର ହେଉଥିବା ସହ ଓଡିଶା ଏବଂ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ପବନର ମାତ୍ରା ବୃଦ୍ଧି ପାଇବାରେ ମଧ୍ୟ ଲାଗିଛି । ବର୍ତ୍ତମାନ ଠାରୁ ଉତ୍ତରପୂର୍ବ ରାଜ୍ୟ ସମେତ ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ପବନ ବେଗ କ୍ରମଶଃ ବଢି ପାଇବାରେ ମଧ୍ୟ ଲାଗିଲାଣି । ପାଣି ପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୪ କି.ମି ବେଗରେ ଏହା ପଶ୍ଚିମ-ମଧ୍ୟ ଏବଂ ବଙ୍ଗୋପସାରରର ପୂର୍ବ-ମଧ୍ୟ ଦେଇ ଉତ୍ତର-ପୂର୍ବ ଦିଗରେ ଆସି ୫.୩୦ରେ ପାରାଦ୍ୱୀପ ଠାରୁ ୫୨୦ କି.ମି ଦୂରରେ ଦକ୍ଷିଣ ପଶ୍ଚିମ-ମଧ୍ୟ ବଙ୍ଗୋପସାରରେ ଲ୍ୟାଣ୍ଡଫଲ କରିବ । ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସହ ଟେଲିଫୋନ ଯୋଗେ କଥା ମଧ୍ୟ ହୋଇଛନ୍ତି । ମହାବାତ୍ୟା ‘ଅମ୍ଫାନ’କୁ ନେଇ ଉପୁଜିବାକୁ ଥିବା ପରିସ୍ଥିତିର ମୁକାବିଲା କରିବାରେ କେନ୍ଦ୍ର ଗୃହମନ୍ତ୍ରୀ ପଶ୍ଚିମବଙ୍ଗ ସରକାରକୁ ସମସ୍ତ ସହଯୋଗ ପ୍ରଦାନ କରିବା ବୋଲି ଆଶ୍ୱାସନା ମଧ୍ୟ ଦେଇଛନ୍ତି ।
ମହାବାତ୍ୟା ‘ଅମ୍ଫାନ’ ବର୍ତ୍ତମାନ ବିଶାଖାପାଟଣାରେ ଥିବା ଭାରତୀୟ ପାଣିପାଗ ବିଭାଗର ଡୋପଲର ରାଡାର ଦ୍ୱାରା ନିରନ୍ତର ଭାବେ ଟ୍ରାକିଙ୍ଗ କରାଯାଉଛି ।


Share It

Comments are closed.