ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ଗ୍ରାମୀଣଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ? ବର୍ତ୍ତମାନ ୫୫୦ ଜିଲ୍ଲାରେ କରୋନା ସଂକ୍ରମିତ ଚିହ୍ନଟ
ଦେଶରେ କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ସରକାର ଲକ୍ଡାଉନ ଅବଦ୍ଧିକୁ ଚତୁର୍ଥ ଥର ପାଇଁ ବୃଦ୍ଧି କରିଛନ୍ତି । ଏହା ସତ୍ତ୍ୱେ ମଧ୍ୟ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାମ ନେଉ ନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ନିକଟତ୍ତର ହେବାକୁ ଲାଗିଲାଣି । ସେପଟେ ୧୭ ମେ’ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବା ତଥ୍ୟ ମୁତାବକ ୭୩୬ ଜିଲ୍ଲା ମଧ୍ୟରୁ ୫୫୦ଟି ଜିଲ୍ଲା ଏପରି ରହଛି, ଯେଉଁଠାରେ କରୋନା ସଂକ୍ରମିତ ମାମଲା ରହିଛି । ୧ ମେ’ ପରଠାରୁ ଅନେକ ରାଜ୍ୟ ଏପରି ରହିଛି ଯେଉଁଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ପରିଲକ୍ଷିତ ହେଉଛି । ବିହାର, ଝାଡଖଣ୍ଡ, ପଶ୍ଚିମ ବଙ୍ଗ, ଓଡିଶା, ମଧ୍ୟପ୍ରଦଶ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେର ସବୁଠାରୁ ଅଧିକ ଜିଲ୍ଲା କରୋନାରେ ପ୍ରଭାବିତ ହୋଇଛନ୍ତି ।
ସରକାରୀ ତଥ୍ୟ ମୁତାବକ, ଗ୍ରାମୀଣ ଅଞ୍ଚଳମାନଙ୍କରେ ଫେରନ୍ତା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଏହି ଭାଇରସ ଜନିତ ସଂକ୍ରମିତ ସଂଖ୍ୟା ବଢିବାରେ ଲାଗିଛି । ୧ ମେ’ରୁ କେନ୍ଦ୍ର ସରକାର ଶ୍ରମିକମାନଙ୍କ ପାଇଁ ଶ୍ରମିକ ସ୍ପେଶାଲ ଟ୍ରେନର ସେବା ଆରମ୍ଭ କରିଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟଙ୍କ ଅନୁଯାୟୀ, ଶନିବାର ସୁଧା କରୋନା ମାମଲାର ୨୧ ପ୍ରତିଶତ କେବଳ ଗ୍ରାମୀଣ ଅଞ୍ଚଳର ଅଟେ, କିନ୍ତୁ ଏହି ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଅଧିକାରୀ କହିଛନ୍ତି ଯେ, ଅଧିକାଂଶ ଗ୍ରାମୀଣ ଅଞ୍ଚଳରେ କରୋନା ମାମଲା ଏକକ ସଂଖ୍ୟା ମଧ୍ୟରେ ରହିଥାଏ । କିନ୍ତୁ ଓଡିଶାର ଗଞ୍ଜାମରେ କେବଳ ୨୯୨ ଏବଂ ବିହାରର ମୁଁଗେରରେ ୧୯୫ଟି ମାମଲା ସାମନାକୁ ଆସିଛି ।
ବିହାରର ସମସ୍ତ ୩୬ଟି ଜିଲ୍ଲା, ଓଡିଶାର ଦୁଇ ତୃତୀୟାଂଶ ଜିଲ୍ଲା, ମଧ୍ୟପ୍ରଦେଶର ୫୫ଟି ଜିଲ୍ଲାମଧ୍ୟରୁ ୮୦ ପ୍ରତିଶତ ଜିଲ୍ଲା, ଝାଡଖଣ୍ଡର ଅଧିକାଂଶ ଜିଲ୍ଲା, ରାଜସ୍ଥାନର ୩୩ ଏବଂ ଛତିଶଗଡର ୨୮ରୁ ଏକ-ତୃତୀୟାଂଶ ଜିଲ୍ଲାରେ ପ୍ରଥମରୁ କରୋନା ସଂକ୍ରମିତ ପୂର୍ବରୁ ଅଛନ୍ତି । ସେପଟେ ବିହାର, ଝାଡଖଣ୍ଡ, ଓଡିଶା ଏବଂ ପଶ୍ଚିମବଙ୍ଗ ଭଳି ଅନେକ ଅଞ୍ଚଳରେ ପ୍ରବାସୀ ଶ୍ରମିକ କ୍ୱାରେଣ୍ଟାଇନ ସେଣ୍ଟରରୁ ନୁଚିକରି ଫେରାର ହୋଇଯାଉଥିବାର ଘଟଣା ସାମନାକୁ ମଧ୍ୟ ଆସି ସାରିଛି ।
Comments are closed.