ଲକ୍ଷଣ ନଥିବା ବ୍ୟକ୍ତିଙ୍କ ସହ କଥା ହେଲେ ମଧ୍ୟ ଆପଣଙ୍କୁ କରୋନା କରିପାରେ ଆକ୍ରାନ୍ତ, ଜାଣନ୍ତୁ କିପରି
କରୋନା ଭାଇରସକୁ ନେଇ କରାଯାଇଥିବା ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ, କରୋନା ଭାଇରସ ଲକ୍ଷଣ ନଥିବା ବ୍ୟକ୍ତିଙ୍କ ସହ କଥା ହେଲେ ଆପଣ ମଧ୍ୟ ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି । ଅଧ୍ୟୟନରେ ଦାବୀ କରାଯାଇଛି ଯେ, ଯଦି କୌଣସି ବ୍ୟକ୍ତି ଖୁବ ଜୋରସେ କଥାବାର୍ତ୍ତା ହୁଅନ୍ତି ତେବେ ସେ ଗୋଟିଏ ମିନିଟରେ ଏକ ଲକ୍ଷରୁ ଅଧିକ ଡ୍ରୋପଲେଟ୍ସ ଛାଡିଥାନ୍ତି, ଯେଉଁଥିରେ ଏକ ହଜାର କୋଭିଡ-୧୯ ଭାଇରସ ରହିଥାନ୍ତି ।
ଷେଣ୍ଟଫୋର୍ସ ବିଶ୍ୱ ବିଦ୍ୟାଳୟର ଏହି ଅଧ୍ୟୟନକୁ ପ୍ରୋସିଡିଙ୍ଗ ଅଫ ନ୍ୟାସନାଲ ଏକାଡିମ ଅଫ ସାଇନ୍ସ ଅଫ ୟୁଏସ ପକ୍ଷରୁ ଏହା ପ୍ରକାଶିତ କରାଯାଇଛି । ଆଲୋଚନା ଦ୍ୱାରା ମୁହଁରୁ ବାହାରୁଥିବା ଡ୍ରୋପଲେଟ୍ସକୁ ଲେଜର ଜ୍ଞାନକୌଶଳ ଦ୍ୱାରା ବୈଜ୍ଞାନିକମାନେ ବିଶ୍ଳେଷଣ କରିଥିଲେ ଏବଂ ଏହି ଆଧାରରେ ସେମାନେ ଉକ୍ତ ସିଦ୍ଧାନ୍ତରେ ଆସି ପହଞ୍ଚିଛନ୍ତି ।
ବୈଜ୍ଞାନିକମାନେ କହିଛନ୍ତି ଯେ, ସାମାନ୍ୟ କଥାବାର୍ତ୍ତା ଦ୍ୱାରା ଅଳ୍ପ ଡ୍ରୋପଲେଟ୍ସ ମୁହଁରୁ ବାହାରିଥାଏ କିନ୍ତୁ ଯଦି କେହି ଉତ୍ତେଜିତ ଏବଂ କ୍ରୋଧିତ ହୋଇ କଥାବାର୍ତ୍ତା କରିଥାନ୍ତି ତେବେ ଏକ ମିନିଟରେ ୧ ଲକ୍ଷ ଡ୍ରୋପଲେଟ୍ସ ମୁହଁରୁ ନିର୍ଗତ ହୋଇଥାଏ ଏବଂ ଏହାର ଆକାର ୪-୨୧ଘନ ମିଟର ମଧ୍ୟରେ ହୋଇଥାଏ । ଏହି ଭାଇରସ ୧୪ରୁ ୨୧ ମିନିଟ ପର୍ଯ୍ୟନ୍ତ ବାୟୁରେ ଜୀବିତ ରହିଥାନ୍ତି ଏବଂ ଏହା ପରେ ସେ ନିଷ୍କ୍ରିୟ ହୋଇ ପଡନ୍ତି ।
ସେହିଭଳି ମହବୀର ମେଡିକାଲ କଲେଜର କମ୍ୟୁନିଟି ବିଭାଗର ନିର୍ଦ୍ଦେଶକ ପ୍ରଫେସର ଯୁଗଳ କିଶୋର କହିଛନ୍ତି ଯେ, ବର୍ତ୍ତମାନ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତଙ୍କ ଠାରେ ଲକ୍ଷଣ ଦେଖାଦେଉ ନାହିଁ କିମ୍ବା ବିଳମ୍ବରେ ଏହି ଲକ୍ଷଣ ଦେଖାଦେଉଥିବାର ବିପଦ ଦେଶରେ ଆରମ୍ଭ ହୋଇଗଲାଣି । ଲୋକମାନେ ଏହି ପରିସ୍ଥିତିରେ ସତର୍କତା ଅବଲମ୍ବନ କରୁନାହାନ୍ତି । ଏହି ବିପଦରୁ ବଞ୍ଚିବା ପାଇଁ କେବଳ ଦୁଇଟି ଉପାୟ ଅଛି । ଯଦି ଲୋକମାନେ ମୁହଁରେ ମାସ୍କ ପିିନ୍ଧିବେ କିମ୍ବା ଏକ ମିଟିର ସାମାଜିକ ଦୂରତା ରକ୍ଷା କରିବେ ।
Comments are closed.