ଆଲିଆଙ୍କ ପୋଷ୍ଟରେ ରଣବୀରଙ୍କୁ ‘ଭଣ୍ଡାରୀ’ କହି ସମାଲୋଚିତ କଲେ ୟୁଜର୍ସ
ଦେଶରେ ଲକ୍ଡାଉନ ଯୋଗୁଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ନିଜ-ନିଜ ଘରେ ସମୟ ଅତିବାହିତ କରୁଥିବାବେଳେ ଏହି ମଧ୍ୟରେ ଅନେକ ସେଲିବ୍ରିଟି ଘରେ ନିଜର ପାର୍ଟନରଙ୍କ ବାଳ କାଟୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏବେ ଆଲିଆ ଭଟ୍ଟ ମଧ୍ୟ କହିଛନ୍ତି ଯେ, ସେ ଘରେ ନିଜର ବାଳ କାଟିଛନ୍ତି କିନ୍ତୁ କିଏ ତାଙ୍କର ବାଳ କାଟିଛନ୍ତି ସେ ସଂପର୍କରେ କିଛି କହି ନାହାନ୍ତି ।
ଆଲିଆ ଇନଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ସେୟାର କରିଛନ୍ତି । ଏଥିରେ ଆଲିଆ ଜିମରେ ସେଲ୍ଫି ନେଉ ଥିବାର ଦେଖିବାକୁ ମିଳୁଛି । ଫଟୋରେ ଆଲିଆଙ୍କ ବାଳ ପୂର୍ବ ଅପେକ୍ଷା ବହୁତ ଛୋଟ ଛୋଟ ଅଛି । ଆଲିଆ ଫଟୋ ସେୟାର କରି ଲେଖିଛନ୍ତି, “୬୦ ଦିନ ପରେ ଶକ୍ତିଶାଳୀ, ସୁସ୍ଥ, ସ୍କିପିଙ୍ଗରେ ସର୍ବୋତ୍ତମ, ପୁସ ଆପରେ ସର୍ବୋତ୍ତମ, ଦୌଡକୁ ନେଇ ବ୍ୟସ୍ତ, ସଠିକ ଖାଦ୍ୟ ସହ ମାତ୍ରାଧିକ ବ୍ୟସ୍ତ ପରେ ବର୍ତ୍ତମାନ ଅପେକ୍ଷା କରିଛି ଆଗାମୀ ଆହ୍ୱାନକୁ । ”
ଏହା ପୂର୍ବରୁ ଆଲିଆ ଲେଖିଥିଲେ ଯେ, ସେ ଘରେ ନିଜ ବାଳ କାଟିଛନ୍ତି । ସେହି ପ୍ରତିଭାଶାଳୀ ବ୍ୟକ୍ତିଙ୍କୁ ଧନ୍ୟବାଦ ଯିଏକି ଆବଶ୍ୟକତା ସମୟରେ ମୋର ସାଥ ଦେଇଛନ୍ତି । ଅଭିନେତ୍ରୀଙ୍କ ବାଳ କାଟିବା କଥାକୁ ନେଇ ୟୁଜର୍ସ ତାଙ୍କୁ ରଣବୀର କପୁରଙ୍କ ସହ ଯୋଡି କମେଣ୍ଟରେ “ରଣବୀର କପୁର ତାଙ୍କର ବାଳ କାଟିଛନ୍ତି ।?” ବୋଲି କହି ପ୍ରଶ୍ନ କରୁଛନ୍ତି । ସେହଭଳି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, “ଆଜି ରଣବୀର ଭଣ୍ଡୀର ବନି ଯାଇଛନ୍ତି ।” ଆଉ ଜଣେ ଲେଖିଛନ୍ତି, “ଦୟା କରି ରଣବୀରଙ୍କୁ କୁହନ୍ତୁ ସେ ମୋର ବି ବାଳ କାଟନ୍ତୁ ।” ଏଭଳି ଅନେକ କମେଣ୍ଟଓ ଆସିଛି ।
Comments are closed.