ଖୁବ ଶୀଘ୍ର ଦେଶରେ ୧ ଲକ୍ଷ ଛୁଇଁବ କରୋନା ସଂକ୍ରମିତଙ୍କ ସଂଖ୍ୟା

Share It

ସାରା ଦେଶରେ ମାର୍ଚ୍ଚରୁ ଲକ୍‌ଡାଉନ ଲାଗୁ କରାଯାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ପ୍ରକୋପ ଥମିବାର ନାମ ନେଉ ନାହିଁ । ଦେଶରେ କରୋନା ସଂକ୍ରମିତଙ୍କ ୯୬ ହଜାର ପାର କରି ସାରିଲାଣି । ସୋମବାର ଦିନ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬୧୬୯ରେ ଆସି ପହଞ୍ଚିଲାଣି । ଏଥି ମଧ୍ୟରୁ ମୃତକଙ୍କ ୩୦୨୯ରେ ଆସି ପହଞ୍ଚିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୫୨୪୨ଟି ନୂଆ ମାମଲା ସାମନାକୁ ଆସିଛି ।

ଏହା ପୂର୍ବରୁ ଶନିବାରରୁ ରବିବାର ତଥା ଗତ ୨୪ ଘଣ୍ଟାରେ ୫୦୦୦ ହଜାରରୁ ଉର୍ଦ୍ଧ୍ୱ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । କିନ୍ତୁ ଆଶ୍ୱସନାର କଥା ଏହା ଯେ, ପାଖାପାଖି ୪ ହଜାର ସଂକ୍ରମିତ ସୁସ୍ଥ ଗୋଟିଏ ଦିନରେ ସୁସ୍ଥ ମଧ୍ୟ ହୋଇଛନ୍ତି । ସେହିଭଳି ୨୪ ଘଣ୍ଟା ମଧ୍ୟରେ ୧୨୦ ଜଣଙ୍କ ମୃତ୍ୟୁ ଘଟିଛି । ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହା ସହ ଦେଶରେ ସୁସ୍ଥ ହୋଇଥିବା କରୋନା ସଂକ୍ରମିତଙ୍କ ୩୪, ୧୦୯ରେ ଆସି ପହଞ୍ଚିଲାଣି ।


Share It

Comments are closed.