ମୋଦିଙ୍କୁ ‘ରାମ’ କହି ସମ୍ବୋଧିତ କଲେ ରାମାୟଣର ସୀତା

Share It

ରାମାୟଣର ପୁନଃ ପ୍ରସାରଣ ହେବା ପରେ ମାତା ସୀତାଙ୍କ ଭୂମିକା ନିର୍ବାହ କରିଥିବା ଦୀପିକା ଚିଖଲିଆ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହୁଛନ୍ତି । ସେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି ଏବଂ ସୋ’କୁ ନେଇ ପ୍ରଶଂସକଙ୍କ ସହ ନିଜର ଅନୁଭୂତିକୁ ମଧ୍ୟ ସେୟାର କରନ୍ତି । ନିକଟରେ ଏକ ସାକ୍ଷାତକାରେ ଦୀପିକା ଭାରତର ପ୍ରଧାନମନ୍ତ୍ରୀଙ୍କୁ ‘ରାମ’ କହି ସମ୍ବୋଧିତ କରିଛନ୍ତି ।
ଦୀପିକା ବିସିସିକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଲୋଭ ସବୁଠାରୁ ବଡ ରାଗଣ ଅଟେ । ତାଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ବର୍ତ୍ତମାନ ସମୟର ରାମ କିଏ ? ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ରାମ’ ଅଟନ୍ତି ।
ଦୀପିକା, ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବାକୁ ଯାଇ କହିଛନ୍ତି, “ପ୍ରତ୍ୟେକ ଦିନ ପ୍ରଧାନମନ୍ତ୍ରୀ କିଛି ନା କିଛି ନୂଆ କରିବା ପାଇଁ ପ୍ରୟାସ କରନ୍ତି, ସେଥିପାଇଁ ସେ ବର୍ତ୍ତମାନ ସମୟର ‘ରାମ’ ଅଟନ୍ତି । ”

ପ୍ରକାଶ ଥାଉକି, ଦୀପିକା ଖୁବ ଶୀଘ୍ର ବଡ ପରଦାରେ ନଜର ଆସିବେ । ସେ ଏକ ଶ୍ରେଷ୍ଠ ଭୂମିକା ନିର୍ବାହ କରୁଥିବାର ଦେଖିବାକୁ ମିଳିବ । ଦୀପିକା ଖୁବ ଶୀଘ୍ର ଫିଲ୍ମ ‘ସରୋଜିନି’ରେ ନଜର ଆସିବେ । କିଛି ଦିନ ପୂର୍ବରୁ ଦୀପିକା ଫିଲ୍ମର ପ୍ରଥମ ଲୁକ ସେୟାର କରିଥିଲେ । ଦୀପିକାଙ୍କ ସହ ଅନେକ ଲୋକ ପୋଷ୍ଟରରେ ନଜର ଆସୁଥିବାର ଆପଣ ଦେଖିପାରିବେ । ପୋଷ୍ଟରରେ ଲେଖାଯାଇଛି ଯେ, ସ୍ୱତନ୍ତ୍ରତା ନାୟିକାଙ୍କ ଅକୁହା କଥା । ଖୁବ ଶୀଘ୍ର ଦୀପିକା ଏହି ଫିଲ୍ମରେ କାମ ଆରମ୍ଭ କରିବେ ।


Share It

Comments are closed.