ପ୍ରବାସୀ ଶ୍ରମିକମାନଙ୍କ ପାଇଁ କରୋନା ଠାରୁ ବଳିଗଲା ସଡକ ଦୁର୍ଘଟଣା
ଉତ୍ତର ପ୍ରଦେଶ ଔରିଆ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୪ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିବା ପରେ ବର୍ତ୍ତମାନ ପୁଣିଥରେ ମଧ୍ୟ ମଧ୍ୟପ୍ରଦେଶର ଏକ ସଡକ ଦୁର୍ଘଟଣା ଘଟିଛି । ଏହି ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରେ ଏକ ମାଲବାହୀ ଟ୍ରକ ଓଲଟିଯିବା ଫଳରେ ଏହି ଦୁର୍ଘଟଣାଟି ଘଡିଥିଲା । ଏହି ଟ୍ରକରେ ଅନେକ ପ୍ରବାସୀ ଶ୍ରମିକ ଯାତ୍ରା କରୁଥିବାବେଳେ ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏମାନେ ମହାରାଷ୍ଟ୍ରରୁ ଉତ୍ତରପ୍ରଦେଶ ଅଭିମୁଖେ ଯାଉଥିଲେ ।
5 migrant workers killed in a road accident near Banda (Sagar district) today, after the truck they were traveling in, overturned. They were going from Maharashtra to Uttar Pradesh: ASP Praveen Bhuria #MadhyaPradesh
— ANI (@ANI) May 16, 2020
ପ୍ରକାଶ ଥାଉକି, ଶନିବାର ସକାଳେ ଉତ୍ତରପ୍ରଦେଶ ଔରିଆ ଜିଲ୍ଲାରେ ଏକ ଟ୍ରକ ଏବଂ ମାଟାଡୋର ସାମନା ସାମନି ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ୩୬ ଅନ୍ୟ ପ୍ରବାସୀ ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିଲେ । ଉଭୟ ଯାନରେ ପ୍ରବାସୀ ଶ୍ରମିକ ଯାତ୍ରା କରୁଥିଲେ । ଦୁର୍ଘଟଣା ସେହି ସମୟରେ ଘଟିଲା ଯେତେବେଳେ ରାସ୍ତା କଡରେ ଠିଆ ହୋଇଥିବା ଏକ ମାଟାଡୋରକୁ ପଛ ପଟୁ ଟ୍ରକ ଧକ୍କା ଦେଇଥିଲା ।
ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ୧୪ ଜଣଙ୍କୁ ପୋଲିସ ନିକଟସ୍ଥ ସରକାରୀ ଡାକ୍ତରଖାନରେ ଭର୍ତ୍ତି କରିଥିବାବେଳେ ଏହି ଦୁର୍ଘଟଣାଟି ରାତି ପ୍ରାୟ ୩ରୁ ୩.୩୦ ମଧ୍ୟରେ ଘଟିଥିବାର ଜଣାପଡିଛି ।
Comments are closed.