ପୁଣିଥରେ କାଶ୍ମୀର ପ୍ରସଙ୍ଗ ଉଠାଇ ସମାଲୋଚିତ ହେଲେ ଆଫ୍ରିଦି
ପାକିସ୍ତାନ କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ସାହିଦ ଆଫ୍ରିଦ ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି । ଆଫ୍ରିଦି ଟ୍ୱିଟ କରି କହିଛନ୍ତି ଯେ, କାଶ୍ମୀରବାସୀଙ୍କ ଦୁଃଖ ବୁଝିବା ପାଇଁ କୌଣସି ଧାର୍ମିକ ବିଶ୍ୱାସର ଆବଶ୍ୟକତା ନାହିଁ । ଆଫ୍ରିଦି ପୂର୍ବରୁ ଅନେକ ଥର କାଶ୍ମୀର ପ୍ରସଙ୍ଗ ଉଠାଇ ସାରିଛନ୍ତି । ତାଙ୍କର ଏହି ଟ୍ୱିଟକୁ ନେଇ ଭାରତୀୟ କ୍ରିକେଟ ପ୍ରେମୀ ଖୁବ ରାଗିଯାଇଥିଲେ । ଏହି ଟ୍ୱିଟକୁ ନେଇ ଭାରତୀୟ କ୍ରିକେଟ ପ୍ରେମୀ ନିଜର କ୍ରୋଧ ମଧ୍ୟ ଜାହିର କରିଛନ୍ତି ।
It does not take a religious belief to feel the agony of Kashmiris..just a right heart at the right place. #SaveKashmir
— Shahid Afridi (@SAfridiOfficial) May 15, 2020
କାଶ୍ମୀର ପ୍ରସଙ୍ଗକୁ ନେଇ ଆଫ୍ରିଦି ଗତ ଶୁକ୍ରବାର ଦିନ ଏକ ଟ୍ୱିଟ କରିଥିଲେ । ସେ ଲେଖିଥିଲେ ଯେ, “ କାଶ୍ମୀରବାସୀଙ୍କ ଅସୁବିଧା ବୁଝିବା ପାଇଁ କୌଣସି ଧାର୍ମିକ ବିଶ୍ୱାସର ଆବଶ୍ୟକତା ନାହିଁ । ସଠିକ ହୃଦୟ ସହିତ ସଠିକ ସ୍ଥାନରେ ଏହାର ସମାଧାନ ହୋଇପାରିବ । କାଶ୍ମୀର ବଞ୍ଚାନ୍ତୁ ।”
पाकिस्तान संभाला नहीं जाता, बलूचिस्तान, गिलगित ,कश्मीर चाहिए । सपने देख । सब हाथ से जायेगा । संभल जाओ ।
— Chowkidar Raja Ram Verma (@RRV1501) May 15, 2020
It does not take a religious belief to feel the agony of Balochis..just a right heart at the right place. #SaveBalochistan
— ال ہند (@BeingAlHind) May 15, 2020
donation nahi Mila india se , to started barking on kashmir
— A. (@Deludedindian) May 15, 2020
ଏହାର ଜବାବ ଦେବାକୁ ଯାଇ ଜଣେ ୟୁଜର୍ସ ଲେଖିଥିଲେ ଯେ, “ବେଲୁଚିସ୍ତାନ ଲୋକଙ୍କ ଦୁଃଖକୁ ବୁଝିବା ପାଇଁ କୌଣସି ଧାର୍ମିକ ବିଶ୍ୱାସର ଆବଶ୍ୟକତା ନାହିଁ । ସଠିକ ହୃଦୟ ସହିତ ସଠିକ ସ୍ଥାନରେ ଏହାର ସମାଧାନ ହୋଇପାରିବ । ବେଲୁଚିସ୍ତାନ ବଞ୍ଚାନ୍ତୁ ।” ସେହିଭଳି ଆଉ ଜଣେ ଲେଖିଥିଲେ ଯେ, “ପାକିସ୍ତାନ ସମ୍ଭାଳି ପାରୁ ନାହାନ୍ତି, ସେପଟେ ବେଲୁଚିସ୍ତାନ, ଗିଲଗିଟ ଏବଂ କାଶ୍ମୀର ଚାହୁଁଛନ୍ତି । ସ୍ୱପ୍ନ ଦେଖ । ସବୁ ହାତରୁ ଯିବ । ସମ୍ଭାଳି ନିଅ ।”
ଉହାମାରୀ କରୋନା ଭାଇରସକୁ ନେଇ ସାରା ବିଶ୍ୱ ବର୍ତ୍ତମାନ ଜର୍ଜରିତ ହେଉଛି । ଭାରତର ଅନ୍ୟ ଅଞ୍ଚଳ ଭଳି କାଶ୍ମୀରରେ ମଧ୍ୟ ଲକ୍ଡାଉନ ଜାରି ରହିଛି । ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୫,୦୦୦ରୁ ଉର୍ଦ୍ଧ୍ୱକୁ ଟପିଯାଇଥିବାବେଳେ ଅନ୍ୟପଟେ ୨୬୦୦ରୁ ଉର୍ଦ୍ଧ୍ୱ ଲୋକେ ନିଜର ପ୍ରାଣ ମଧ୍ୟ ହରାଇ ସାରିଲେଣି । କାଶ୍ମୀର ପ୍ରସଙ୍ଗକୁ ଭାରତୀୟ ଦଳର ପୂର୍ବତ୍ତନ କ୍ରିକେଟର ଗୌତମ ଗମ୍ଭୀର ଏବଂ ସାହିଦ ଆଫ୍ରିଦିଙ୍କ ମଧ୍ୟରେ ଅନେକ କଥା କଟାକଟି ମଧ୍ୟ ହୋଇ ସାରିଛି ।
Comments are closed.