୨୦୧୦ ଏସିଆ କପରେ ହୋଇଥିବା ଝଗଡାକୁ ନେଇ ପ୍ରତିକ୍ରିୟା ରଖିଲେ ହରଭଜନ ଏବଂ ଅଖତର

Share It

ଏସିଆ କପ୍ ୨୦୧୦ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚତୁର୍ଥ ମ୍ୟାଚ ଖେଳାଯାଉଥିଲା । ମ୍ୟାଚଟି ଖୁବ ରୋମାଞ୍ଚକ ସ୍ତରରେ ପହଞ୍ଚିଯାଇଥିଲା ଏବଂ ଭାରତୀୟ ଦଳରୁ ଦୁଇଟି ବଲରେ ତିନି ରନର ଆବଶ୍ୟକତା ଥିଲା । ଏହି ସମୟରେ ହରଭଜନ ସିଂହ ଏକ ଛକା ମାରି ୪୯.୫ଟି ବଲରେ ଭାରତକୁ ବିଜୟୀ କରିଥିଲେ । ଏହି ମ୍ୟାଚରେ ଭାରତ, ପାକିସ୍ତାନ ଠାରୁ ତିନୋଟି ମ୍ୟାଚରେ ବିଜୟ ଲାଭ କରିଥିଲା । ହରଭଜନ, ଏହି ଛକା ମାରି ଭାରତକୁ ବିଜୟର ସ୍ୱାଦ ଚଖାଇବା ପରେ ନିଜର ଉତ୍ସାହ ଜାହିର କରିବାକୁ ଯାଇ ସେ ଦୁଇଟି ହାତ ଟେକି ପଡିଆ ମଝିରେ ଖୁବ ଜୋରସେ ଚିତ୍କାର କରିଥିଲେ । ଏହି ମ୍ୟାଚକୁ ନେଇ ହରଭଜନ ସିଂହ ଏବଂ ସୋଏବ ଅଖତରଙ୍କ ମଧ୍ୟରେ କଥା କଥା କଟାକଟି ଆରମ୍ଭ ହୋଇଯାଇଥିଲା । ଏହି ମ୍ୟାଚକୁ ନେଇ ସୋଏବ ଅଖତର ୧୦ ବର୍ଷ ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସୋଏବ କହିଛନ୍ତି ଯେ, ସେହି ସମୟରେ ସେ ହରଭଜନ ସିଂହଙ୍କ ସହ ଝଗଡା କରିବା ପାଇଁ ତାଙ୍କ ରୁମରେ ମଧ୍ୟ ପହଞ୍ଚିଯାଇଥିଲେ ।
ମହମ୍ମଦ ଆମିରଙ୍କ ବଲରେ ହରଭଜନ ସିଂହ ଛକା ମାରିଥିବାବେଳେ ଅନ୍ୟପଟେ କିନ୍ତୁ ସେ ଅଖତରଙ୍କୁ ଦେଖି ଚିତ୍କାର କରିଥିଲେ । ଅଖତର କହିଛନ୍ତି ଯେ, “ମୁଁ ହରଭଜନ ସିଂହଙ୍କ ସହ ଝଗଡା କରିବା ପାଇଁ ତାଙ୍କୁ ଖୋଜି ଖୋଜି ରୁମ ନିକଟରେ ପହଞ୍ଚିଥିଲି । ସେ ଆମ ସାଙ୍ଗରେ ଖାଦ୍ୟ ଖାଆନ୍ତି, ଲାହୋରରେ ଆମେ ମିଶି କରି ଏକାଠି ମଧ୍ୟ ବୁଲିଛୁ । ଆମ ଦୁହେଁଙ୍କ ପରମ୍ପରା ଏକାଭଳି । ସେ ମୋର ପଞ୍ଜାବୀ ଭାଇ ଅଟନ୍ତି କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ସେ ମୋ ଖରାପ ବ୍ୟବାହର କଲେ ? । ମୁଁ ଭାବିଥିଲେ ହୋଟେଲ ରୁମ ଯାଇ ମୁଁ ତାଙ୍କ ସହ ଝଗଡା କରିବି ବୋଲି । ତାଙ୍କୁ ଜଣା ଥିଲା ମୁଁ ଆସୁଛି ବୋଲି, କିନ୍ତୁ ସେ ମୋ ସହ ସାକ୍ଷାତ କରିନଥିଲେ । ମୁଁ ଶାନ୍ତ ପଡିଥିଲି ଏବଂ ପରଦିନ ସେ ମୋତେ କ୍ଷମା ମାଗିଥିଲେ । ”
ଅଖତର ମୋତେ ଧକ୍କା ଦେଇଥିଲେ
୪୭ତମ ଓଭରରେ ହରଭଜନ, ଅଖତରଙ୍କ ବଲରେ ଛକା ମାରିଥିଲେ, ଏହାକୁ ନେଇ ଅଖତର ରାଗି ଯାଇଥିଲେ ଏବଂ ହରଭଜନଙ୍କୁ କିଛି ବାଉନ୍ସର ମାରିଥିଲେ । ଏହା ପରେ ଅଖତର, ହରଭଜନଙ୍କୁ କିଛି କହିଥିଲେ । ହରଭଜନ ମଧ୍ୟ ଏହା ପ୍ରତି ଜବାବ ଦେଇଥିଲେ । ମ୍ୟାଚ ଶେଷ ସୁଧା ମଧ୍ୟ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗିରହିଥିଲା । ହରଭଜନ ୧୧ଟି ବଲରେ ନଟଆଉଟ ରହି ୧୫ ରନ ସଂଗ୍ରହ କରି ଭାରତକୁ ବିଜୟର ସ୍ୱାଦ ଚଖାଇଥିଲେ । ହରଭଜନ ପ୍ରଥମେ କହିଥିଲେ ଯେ, ଅଖତର ମୋତେ ଧକ୍କା ଦେଇ କହିଥିଲେ କି ସେ ମୋ ସହ ଝଗଡା କରିବା ପାଇଁ ରୁମକୁ ଆସିବେ ।


Share It

Comments are closed.