ପାକିସ୍ତାନ ଏବଂ ଚୀନକୁ ଏବେ ଆଉ ରକ୍ଷା ନାହିଁ, ଜୁଲାଇ ଶେଷ ସୁଧା ଭାରତ ଆସିବ ରାଫେଲ ଯୁଦ୍ଧ ବିମାନ

Share It

ଚଳିତ ବର୍ଷ ଜୁଲାଇ ଶେଷ ସୁଧା ଫ୍ରାନ୍ସରୁ ପ୍ରଥମ ରାଫେଲ ଯୁଦ୍ଧ ବିମାନ ଭାରତ ଆସିପାରେ । ପ୍ରଥମେ ଏହି ଯୁଦ୍ଧ ବିମାନ ଭାରତକୁ ମେ’ ମାସରେ ଆସିବାକୁ ଥିଲା କିନ୍ତୁ ମହାମାରୀ କରୋନା ଭାଇରସକୁ ଦୃଷ୍ଟିରେ ରଖି ରାଫେଲ ଡେଲିଭରିକୁ ଆହୁରୀ ୨ ମାସକୁ ଘୁଞ୍ଚାଇ ଦିଆଯାଇଥିଲା । ଭାରତକୁ ଆସିବା ପରେ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ଶକ୍ତି ଯୋଡି ହୋଇଯିବ ।
ପ୍ରତିରକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ପ୍ରଥମ ଚାରୋଟି ବିମାନ ଯେଉଁଥିରେ ଟ୍ୱିନ-ସିଟର ଟ୍ରେନର ଏୟାରକାର୍ଫଟ ଏବଂ ଗୋଟିଏ ସିଙ୍ଗଲ-ସିଟର ଯୁଦ୍ଧ ବିମାନ ସାମିଲ ରହିଛି, ତାହା ଜୁଲାଇ ଶେଷ ସୁଦ୍ଧା ଅମ୍ବାଲା ଏୟାରବେସରେ ପହଞ୍ଚିବା ଆରମ୍ଭ କରିଦେବ ।
ଏହି ଯୁଦ୍ଧ ବିମାନ ଗୁଡିକ ଆରବି ସିରିଜର ହେବ । ପ୍ରଥମ ବିମାନ ୧୭ ଗୋଲ୍ଡେନ ଏରୋଜର କମାଣ୍ଡିଙ୍ଗ ଅଫିସର ଫ୍ରାନ୍ସର ପାଇଲଟଙ୍କ ସହ ଉଡାଇବେ । ଫ୍ରାନ୍ସସିସ ବାୟୁ ସେନାର ଏକ ଟ୍ୟାଙ୍କର ବିମାନ ଦ୍ୱାରା ଏହି ଯୁଦ୍ଧ ବିମାନରେ ବାୟୁ ଦ୍ୱାରା ଇନ୍ଧନ ପୂରା ଯିବା । ଏହା ପରେ ମିଡଲ ଇଷ୍ଟର କେଉଁ ଏକ ସ୍ଥାନରେ ଏହି ବିମାନ ଓହ୍ଲାଇବ । ମିଡଲ ଇଷ୍ଟରୁ ଆସି ଭାରତରେ ଓହ୍ଲାଇବା ପୂର୍ବରୁ ଭାରତୀୟ ଆଇଏଲ-୭୮ ଟ୍ୟାଙ୍କର ଦ୍ୱାରା ପୁଣି ଥରେ ଏଥିରେ ଇନ୍ଧନ ପଶା ଯିବ । ସୂତ୍ର ଅନୁଯାୟୀ, ରାଫେଲ ସିଧାସଳଖ ଫ୍ରାନ୍ସରୁ ଭାରତ ଆସି ପାରିଥାନ୍ତା କିନ୍ତୁ ଦୀର୍ଘ ୧୦ ଘଣ୍ଟା ପର୍ଯ୍ୟନ୍ତ ଉଡାଣ ମଧ୍ୟରେ ଯେପରି କିଛି ସମସ୍ୟା ନଉପୁଜିବ ସେଥିପାଇଁ ଏହି ରିକ୍ସ ନିଆଗଲା ନାହିଁ । ପୂର୍ବରୁ ଭାରତୀୟ ପାଇଲଟଙ୍କ ପ୍ରଥମ ବ୍ୟାଚ ଫ୍ରାନ୍ସ ଏୟାରବେସରେ ନିଜର ତାଲିମ ଶେଷ କରିଥିବାବେଳେ ବର୍ତ୍ତମାନ ଦ୍ୱିତୀୟ ବ୍ୟାଚ ଫ୍ରାନ୍ସ ଯିବେ । ଏହା ସହ ଆହୁରୀ ମଧ୍ୟ କୁହାଯାଉଛି ଯେ, ଉଭୟ ଚୀନ ଏବଂ ପାକିସ୍ତାନର ଯୁ୍‌ଦ୍ଧ ବିମାନ ଅପେକ୍ଷା ରାଫେଲର ବାୟୁରୁ ବାୟକୁ ଏବଂ ବାୟୁରୁ ଓ ଭୂମିକୁ ନିକ୍ଷେପ କରିବାର କ୍ଷମତା ସବୁଠାରୁ ଅଧିକ ଅଟେ । ଏଥି ଯୋଗୁଁ ଭାରତକୁ ଉଭୟ ପ୍ରତିଦ୍ୱନ୍ଦୀଙ୍କ ଠାରୁ ଅଧିକ ଲାଭ ମିଳିବ ।


Share It

Comments are closed.