ଏହି ତିନୋଟି ଖେଳାଳୀଙ୍କୁ ‘କିପ ଇଟ୍ ଅଫ’ ଚ୍ୟାଲେଞ୍ଜ ପାଇଁ ଆହ୍ୱାନ ଦେଲେ ଯୁବରାଜ

Share It

ଭାରତୀୟ କ୍ରିକେଟ ଦଳର ପୂର୍ବତ୍ତନ କ୍ରିକେଟର ଯୁବରାଜ ସିଂହ ସୋସିଆଲ ମିଡିଆରେ ଚାଲିଥିବା ‘(keep it up)’ ଚ୍ୟାଲେଞ୍ଜକୁ ନିଜେ କରି ଦେଖାଇଛନ୍ତି । ଏହା ପରେ ସେ ତିନୋଟି ଖେଳାଳୀଙ୍କୁ ଏହି ଚ୍ୟାଲେଞ୍ଜ ପାଇଁ ନୋମିନେଟ କରିଛନ୍ତି । ଯୁବରାଜ ଏହି ‘(keep it up)’ ଚ୍ୟାଲେଞ୍ଜ ପାଇଁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ହିଟମ୍ୟାନ ରୋହିତ ଶର୍ମା ଏବଂ ହରଭଜନ ସିଂହଙ୍କୁ ନୋମିନେଟ କରିଛନ୍ତି । ଏହି ଆହ୍ୱାନ ଦେବା ସମୟରେ ଯୁବରାଜ, ହରଭଜନଙ୍କର ଖୁବ ମଜାକ ମଧ୍ୟ ଉଡାଇଥିଲେ ।
କରୋନା ଭାଇରସ ପାଇଁ ସମସ୍ତ ଖେଳ ଗତିବିଧି ସ୍ଥଗିତ ହୋଇଯାଇଛି । ଟୋକିଓ ଅଲମ୍ପିକ ଏକ ବର୍ଷ ପାଇଁ ସ୍ଥଗିତ କରାଇ ଦିଆଯାଇଛି । ଆଇପିଏଲ ୨୦୨୦କୁ ମଧ୍ୟ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ କରାଇ ଦିଆଯାଇଛି । ଏହି ସମୟରେ ସମସ୍ତ ଖେଳାଳୀ ନିଜ ପରିବାର ସହ ସମୟ ବିତାଉଛନ୍ତି । ଏହି ସମୟରେ ସୋସିଆଲ ମିଡିଆରେ କ୍ରିକେଟରଙ୍କ ମଧ୍ୟରେ ‘(keep it up)’ ଚ୍ୟାଲେଞ୍ଜ ଆରମ୍ଭ ହୋଇଯାଇଛି । ଏହି ଚ୍ୟାଲେଞ୍ଜ ମାଧ୍ୟମରେ ଖେଳାଳୀମାନେ ନିଜ ପ୍ରଶଂସକଙ୍କୁ ଘରେ ରହିବା ପାଇଁ ନିବେଦନ କରୁଛନ୍ତି, ଯାହା ଦ୍ୱାରା କି କୋଭିଡ-୧୯କୁ ପ୍ରତିହତ କରିବାରେ ସମସ୍ତେ ସକ୍ଷମ ହୋଇପାରିବେ ।

ଯୁବାରଜ ସିଂହ ଟ୍ୱିଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ହାତରେ ବ୍ୟାଟ ଧରି ତାହାର ଧାରୁଆ ଅଂଶରୁ ଏକ ବଲକୁ ବାରମ୍ବାର ବାଉନ୍ସ କରୁଥିବା ଦେଖିବାକୁ ମିଳିଛି । ଏହି ଚ୍ୟାଲେଞ୍ଜକୁ ଟ୍ୱିଟରେ ସେୟାର କରି ଯୁବରାଜ ଲେଖିଛନ୍ତି ଯେ, “ଏହି ଘଡିସନ୍ଧି ମୂହୂର୍ତ୍ତରେ ମୁଁ ଘରେ ରହିବି ଏବଂ କରୋନା ଭାଇରସକୁ ରୋକିବାରେ ସହାୟକ ହେବି । ମୁଁ ଏହାକୁ ଦୀର୍ଘ ସମୟ ଧରି କରିବି, ଯେଉଁ ପର୍ଯ୍ୟନ୍ତ ଏହାର ଆବଶ୍ୟକତା ରହିଛି ଓ ସେହି ପର୍ଯ୍ୟନ୍ତ ମୁଁ ଘରେ ରହିବି । ମୁଁ ଏହି ଚ୍ୟାଲେଞ୍ଜ ପାଇଁ ସଚିନ ତେନ୍ଦୁଲକର, ରୋହିତ ଶର୍ମା ଏବଂ ହରଭଜନ ସିଂହଙ୍କୁ ନୋମିନେଟ କରୁଛି । ”

ଏହି ଭିଡିଓକୁ ସେୟାର କରି ଯୁବରାଜ, ହରଭଜନଙ୍କ ମଜାକ ଉଡାଇ କହିଛନ୍ତି ଯେ, ଏହି ଚ୍ୟାଲେଞ୍ଜ ବ୍ୟାଟିଙ୍ଗ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପାଇଁ ସହଜ ହୋଇପାରେ , ହୁଏତ ରୋହିତ ଶର୍ମାଙ୍କ ପାଇଁ ମଧ୍ୟ ସହଜ ହୋଇପାରେ କିନ୍ତୁ ହରଭଜନ ସିଂହଙ୍କ ପାଇଁ ଏହା ସହଜ ହୋଇ ନପାରେ ।
ଏହାର ଜବାବରେ ହରଭଜନ କହିଛନ୍ତି ଯେ, “ମୋତେ ସାଧାରଣ ଭାବିବ ନାହିଁ ଶ୍ରୀ ସିଂହ, ଆହ୍ୱାନ ଗ୍ରହଣ କଲି ।”


Share It

Comments are closed.